“ମୁଁ ଯେପରି ସଂଘର୍ଷ କରିଛି ମୋ ସନ୍ତାନ ତାହା ନକରନ୍ତୁ” କଙ୍ଗାନା ରାଣାୱତ୍

ମୁମ୍ବାଇ : କଙ୍ଗନାଙ୍କୁ ତାଙ୍କ ଜୀବନରେ ବହୁତ ସଂଘର୍ଷ କରିବାକୁ ପଡିଛି। ମାତ୍ର ତାଙ୍କ ପିଲା ଏପରି ଜୀବନ ବିତାନ୍ତୁ ବୋଲି ଚାହାନ୍ତିନି କଙ୍ଗନା। ଫିଲ୍ମ ମଣିକର୍ଣ୍ଣିକା: ଦ କ୍ୱିନ ଅଫ ଝାନ୍ସୀ ସମ୍ପୂର୍ଣ୍ଣ ହେବା ଉପଲକ୍ଷେ ଆୟୋଜିତ ପାର୍ଟିରେ କଙ୍ଗନା କହିଛନ୍ତି, ମୁଁ ଜନ୍ମ ହେବା ସମୟରୁ ହିଁ ସଂଘର୍ଷ କରୁଛି। ରାଣୀ ଲକ୍ଷ୍ମୀବାଈ ମଧ୍ୟ ଏମିତି ଜୀବନର ପ୍ରତି ପାହାଚରେ ସଂଘର୍ଷ କରିଛନ୍ତି। ମୁଁ ବିନା ସଂଘର୍ଷରେ କିଛି ହାସଲ କରିନି। ମାତ୍ର ଏନେଇ ନାଁ ମୁଁ କେବେ ଗର୍ବ କରେ, ନାଁ ଲଜ୍ଜା ଅନୁଭବ କରେ। ମୁଁ ମୋ ଜୀବନକୁ ନେଇ ଖୁସି ଅଛି, ମାତ୍ର ମୋ ପିଲାମାନେ ବି ଏମିତି ଜୀବନ ବଞ୍ଚନ୍ତୁ ବୋଲି ମୁଁ ଚାହେଁନି।

ranat

ର୍ପୂବରୁ ରିଲିଜ୍‌ ହୋଇଥିଲା କଙ୍ଗନା  ରାଣାୱତଙ୍କ ଫିଲ୍ମ ମଣିକର୍ଣ୍ଣିକାର ଟିଜର। ଝାନ୍ସୀ ରାଣୀ ଲକ୍ଷ୍ମୀ ବାଇଙ୍କ ଚରିତ୍ରରେ ଦମଦାର ଅଭିନୟ କରିଛନ୍ତି କଙ୍ଗନା। ଟିଜରରେ କଙ୍ଗନାଙ୍କ ସାହାସୀ ଓ ଆକ୍ରମକ ରୂପ ଦେଖିବାକୁ ମିଳୁଛି। ଫିଲ୍ମ ପାଇଁ ଜି ଜାନ୍‌ ଲଗାଇଦେଇଛନ୍ତି ବଲିଉଡ କୁଇନ୍‌ କଙ୍ଗନା ରାଣାୱତ୍। ପ୍ରଥମ ଥର ପାଇଁ ଏକ ପିରିୟଡିକ୍‌ ଡ୍ରାମା ଫିଲ୍ମରେ ନଜର ଆସୁଛନ୍ତି କଙ୍ଗନା। ଫିଲ୍ମକୁ ଜି ଷ୍ଟୁଡିଓ ପ୍ରଡ୍ୟୁସ କରୁଛି। କଙ୍ଗନାଙ୍କ ବ୍ୟତୀତ ଅଙ୍କୀତା ଲୋଖଣ୍ଡେ ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି। ୨୦୧୯ ଜାନୁଆରୀ ୨୫ରେ ପରଦାକୁ ଆସିବ ମଣିକର୍ଣିକା।

Leave A Reply

Your email address will not be published.