ପୁଣି  ଟ୍ରାକରୁ ଖସିଲା ଟ୍ରେନ୍, ବ୍ରହ୍ମପୁର-ଗୋଳନ୍ଥରା ଷ୍ଟେସନ ମଧ୍ୟରେ ୨ଟି ବଗି ଲାଇନଚ୍ୟୁତ

ଭୁବନେଶ୍ବର (କେନ୍ଯୁଜ୍) : ମାଲବାହୀ ଟ୍ରେନ୍‌ର ୨ଟି ବଗି ଲାଇନଚ୍ୟୁତ୍‌ ହୋଇଛି। ବ୍ରହ୍ମପୁର-ଗୋଳନ୍ଥରା ଷ୍ଟେସନ ମଧ୍ୟରେ ଟ୍ରାକରୁ ଖସିଛି ଟ୍ରେନ୍‌। ବଗି ମରାମତି ପାଇଁ ଖୋର୍ଦ୍ଧା ରୋଡ଼ରୁ ଓ୍ଵାଲଟିୟର ଯାଉଥିଲା ଟ୍ରେନ୍‌। ତେବେ ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ଏହାପରେ ପୁରୀ – ପଲାସା ଓ ଭୁବନେଶ୍ୱର- ବ୍ରହ୍ମପୁର ଏହି ୨ଟି ଟ୍ରେନ୍‌କୁ ବାତିଲ୍‌ କରିଦିଆଯାଇଛି। ଅନ୍ୟ ଟ୍ରେନ୍‌ ଗୁଡିକ ଡାଉନଲାଇ ଲାଇନ୍‌ରେ ଚାଲୁଥିବା ସୂଚନା ମିଳିଛି।

Leave A Reply

Your email address will not be published.