ମନୋରଂଜନ

ଷ୍ଟାଣ୍ଡଅପ କମେଡିରେ କ୍ୟାରିୟର ଆରମ୍ଭ କରିବେ କପିଲ୍ ଶର୍ମା, ନିଜ ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରି ଦେଲେ ସୂଚନା

କମେଡି କିଙ୍ଗ୍‌ କପିଲଙ୍କୁ କିଏ ବା ନଜାଣେ । ନିଜ କମେଡିକୁ ସାରା କେବଳ ଭାରତ ନୁହେଁ ଭାରତ ବାହାରର ଲୋକଙ୍କୁ ମଧ୍ୟ ସେ ହସାଇ ଥାଆନ୍ତି । ସେଥିପାଇଁତ ସେ ଆଜି କମେଡି କିଙ୍ଗ କପିଲ ନାମରେ ସବୁଠାରେ ଜଣାଶୁଣା ।  ଆପଣ ତାଙ୍କ ସୋ କୁ ସୋନି ଟିଭି ମାଧ୍ୟରେ ଦେଖୁଥିଲେ । କିନ୍ତୁ ବର୍ତ୍ତମାନ ନୂଆ ରୂପରେ ଆସିବେ କମେଡି କିଙ୍ଗ କପିଲ ଶର୍ମା । ଆପଣ ତ ଜାଣିଛନ୍ତି ଏବେ କୋଭିଡ ପାଇଁ ବେଳେ ବେଳେ ଫିଲ୍ମ ହଲ ଗୁଡିକ ବନ୍ଦ ହୋଇଯାଉଛି । ତେବେ କପିଲ ବର୍ତ୍ତମାନ ଆସିବେ ଓଟିଟି ପ୍ଲାଟଫର୍ମରେ । ଆପଣ ଜାଣି ଖୁସି ହେବେ ଯେ ଇଂଲିଶକୁ ଡରୁଥିବା କପିଲ ଏବେ କହିବେ ଇଂଲିଶ । ନିଜ ଅନ୍ଦାଜ୍‌ରେ ରହିବେ ନିଜ କାହାଣୀ ।

କପିଲ କରିବାକୁ ଯାଉଛନ୍ତି କେବଳ OTT ଡେବ୍ୟୁ । କପିଲ ଏବେ ଓଟିଟି ପ୍ଲାଟଫର୍ମରେ ଦେଖାଇବେ ନିଜ କମେଡିର ଯାଦୁ। ପ୍ରଥମ ଥର ପାଇଁ ଓଟଟି ଡେବ୍ୟୁ କରିବେ କପିଲ୍ ଶର୍ମା ।ନେଟ୍ଫ୍ଲିକ୍ସରେ କପିଲ କହିବେ ନିଜର କାହାଣୀ, ତାହା ପୁଣି ଇଂରାଜୀରେ । ଏହାର ଏକ ଭିଡିଓ ମଧ୍ୟ ସେ ନିଜ ଇନଷ୍ଟାଗ୍ରାମ ଆଇଡିରେ ପୋଷ୍ଟ କରିଛନ୍ତି। ନେଟଫ୍ଲିକ୍ସ ସହିତ ମିଶି ଏହି ଭିଡିଓକୁ କପିଲ ପ୍ରସ୍ତୁତ କରିଛନ୍ତି। ନିଜ ଜୀବନରେ କେତେ କଷ୍ଟ କରି ସେ ଆଜି ମୁମ୍ବାଇରେ ଖୁସିରେ ଅଛନ୍ତି ଓ ତାଙ୍କର କମେଡି ଜର୍ଣ୍ଣି କିପରି ଆରମ୍ଭ ହୋଇଥିଲା ସବୁ ବିଷୟରେ ସେ ଟିକ୍‌ ନିକ୍‌ ଷ୍ଟୋରୀ କହିବେ । ସେ ପୁଣି ନିଜ ଶୈଳୀରେ ।

ନିଜ ଆଇଡିରେ ତାଙ୍କର ଏକ ଭିଡିଓକୁ ସେୟାର କରି କପିଲ କ୍ୟାପସନ୍ରେ ମଧ୍ୟ ଲେଖିଛନ୍ତି ଯେ, ଆସନ୍ତା ୨୮ ତାରିଖରେ ସେ ‘ନେଟ୍ଫ୍ଲିକ୍ସରେ’ ରେ ଆସିବେ । କହିବାକୁ ଗଲେ ସେ ଷ୍ଟାଣ୍ଡଅପ କମେଡି କରିବାକୁ ଯାଉଛନ୍ତି ବୋଲି କହିଛନ୍ତି । OTTରେ ପ୍ରସାରିତ ହେବାକୁ ଯାଉଥିବା ଏହି ଶୋ’ ମାଧ୍ୟମରେ କପିଲ ନିଜ କାହାଣୀ କହିବା ସହ ଏକ ଗୀତ ମଧ୍ୟ ଗାଇଛନ୍ତି, ତାହା ମଧ୍ୟ ଇଂରାଜୀରେ।

Picture Credit – Moimoi

ଏନେଇ ସେ ନିଜେ ସୂଚନା ଦେଇଛନ୍ତି। ଟେଲିଭିଜନର ସବୁଠାରୁ ଲୋକପ୍ରିୟ ଶୋ’ ‘ଦ କପିଲ ଶର୍ମା ଶୋ’ ସର୍ବଦା ଦର୍ଶକଙ୍କ ମନୋରଞ୍ଜନ କରିବାରେ ସଫଳ ରହିଛି। ଗତ କିଛି ମାସ ତଳେ ହିଁ ଏହି ଶୋ’ର ନୂଆ ସିଜିନ୍ ଆରମ୍ଭ ହୋଇଥିଲା। ପ୍ରତି ୱିକେଣ୍ଡରେ ଶୋ’କୁ ନୂଆ ନୂଆ ଅତିଥି ଆସୁଥିଲେ। କିନ୍ତୁ ଏବେ ଓମିକ୍ରନ୍ ଯୋଗୁଁ ଶୋ’ର ଶୁଟିଂକୁ ପୁଣି ଥରେ ଅଟକାଇ ଦିଆଯାଇଛି। କପିଲ ଏହି ଶୋ’ ଘୋଷଣା କରିବା ପରେ ତାଙ୍କ ପ୍ରଶଂସକ ଏବଂ ସାଙ୍ଗମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଷ୍ଟାଣ୍ଡଅପ କମେଡି କରିବାକୁ ଯାଉଛନ୍ତି ବୋଲି କହିଛନ୍ତି । ଶୋ’ ର ନାମ ରହିଛି ‘ଆଇ ଆମ ନଟ ଡନ ୟେଟ୍‌’ ଯାହାକୁ ଦର୍ଶକ ଦେଖିଥିବା ପାଇଁ ଅଧିକ ଏକ୍ସାଇଟେଡ ଅଛନ୍ତି ବୋଲି ସେ କହିଛନ୍ତି ।

KNews Bureau

Recent Posts

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

9 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

20 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

31 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

59 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago