ମନୋରଂଜନ

କରଣ-କାର୍ତ୍ତିକ ଭିତରେ କଟାକଟି, ଦୁହେଁ ଦୁହିଁଙ୍କୁ ଇନଷ୍ଟାଗ୍ରାମରେ କଲେ ଅନଫଲୋ, ଜାଣନ୍ତୁ କାହିଁକି

ବଲିଉଡ୍ ପ୍ରଡ୍ୟୁସର-ଡାଇରେକ୍ଟର କରଣ ଜୋହରଙ୍କ ଫିଲ୍ମ ‘ଦୋସ୍ତାନା ୨’, ନିଜ କାହାଣୀକୁ ନେଇ ଯେତିକି ଚର୍ଚ୍ଚାରେ ନାହିଁ ସେତିକି ଚର୍ଚ୍ଚା ଫିଲ୍ମର ହିରୋ ପାଇଁ ଅଛି। ଖବର ଅନୁଯାୟୀ ‘ଦୋସ୍ତାନା ୨’ରେ ଅଭିନେତା କାର୍ତ୍ତିକ ଆର‌୍ୟାନଙ୍କୁ ବାହାର ରାସ୍ତା ଦେଖାଇ ଦିଆଯାଇଛି। ତାଙ୍କ ସ୍ଥାନରେ ଅନ୍ୟ ଆକ୍ଟରଙ୍କୁ ନିଆଯାଉଛି ବୋଲି ଖବର ଆସୁଛି। ଫିଲ୍ମରୁ ବାଦ ପଡିବା ପରେ କରଣ ଏବଂ କାର୍ତ୍ତିକ ଉଭୟେ ସୋସିଆଲ ମିଡିଆରେ ଦୂରତା ପାଳନ କଲେଣି।

ଗଣମାଧ୍ୟମ ଖବର ଅନୁଯାୟୀ ଆକ୍ଟର କାର୍ତ୍ତିକ ଆର‌୍ୟନ ‘ଦୋସ୍ତାନା ୨’ରେ ୨୦ ଦିନ ସୁଟିଂ କରିସାରିଥିଲେ, କିନ୍ତୁ ତାଙ୍କୁ ଫିଲ୍ମର ଦ୍ୱିତୀୟ ପାର୍ଟ ସ୍କ୍ରିପ୍ଟକୁ ନେଇ ସମସ୍ୟା ଥିଲା। ଯେଉଁ କାରଣରୁ କରଣ କାର୍ତ୍ତିକଙ୍କୁ ଫିଲ୍ମରୁ ରିପ୍ଲେସ କରିଦେଇଛନ୍ତି। ଉଭୟଙ୍କ ଭିତରେ ମତାନ୍ତର ଏତେ ବଢ଼ିଯାଇଛି ଯେ ଏବେ କରଣ କାର୍ତ୍ତିକଙ୍କୁ ନୀଜ ସୋସିଆଲ ମିଡିଆ ଫଲୋଅର୍ସ ଲିଷ୍ଟରୁ ମଧ୍ୟ ହଟାଇଦେଇଛି। ସେହିପରି କାର୍ତ୍ତିକ ମଧ୍ୟ କରଣ ଜୋହରଙ୍କୁ ଇନଷ୍ଟାଗ୍ରାମରେ ଅନଫଲୋ କରିଦେଇଛନ୍ତି। ଏହାଦ୍ୱାରା ଏମାନଙ୍କ ଭିତରର ମତାନ୍ତର ସ୍ପଷ୍ଟ ଜଣାପଡୁଛି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଯେତେବେଳେ କାର୍ତ୍ତିକ ଆର‌୍ୟନ ଫିଲ୍ମ ଦୋସ୍ତାନା୨ରେ ହଟିଯିବା ଖବର ସାମ୍ନାକୁ ଆସିଥିଲା ସେତେବେଳେ ଟ୍ଵିଟରରେ ଏହି ଖବର ଟ୍ରେଣ୍ଡ କରିବାକୁ ଲାଗିଲା। ଆକ୍ଟରଙ୍କ ସମର୍ଥନରେ ତାଙ୍କ ଫ୍ୟାନ୍ସମାନେ ସାମ୍ନାକୁ ଆସିଲେ। ସୋସିଆଲ ମିଡିଆର ଅନେକ ୟୂଜର୍ସ ‘ଦୋସ୍ତାନା ୨’ ଏବଂ କରଣ ଜୋହରଙ୍କୁ ବୟକଟ୍ କରିବାକୁ ଲାଗିଲେ।

ତେବେ ବର୍ତ୍ତମାନର ଖବର ଅନୁଯାୟୀ ଫିଲ୍ମ ‘ଦୋସ୍ତାନା ୨’ ପାଇଁ ଭିକ୍କି କୌଶଲ ଏବଂ ରାଜକୁମାର ରାଓଙ୍କ ନାମ ସାମ୍ନାକୁ ଆସୁଛି। କିନ୍ତୁ ଏବେ ବି ଏହି ଫିଲ୍ମକୁ ନେଇ ହାଙ୍ଗାମା ଜାରି ରହିଛି।

Pritiparna

Recent Posts

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

3 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

9 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

18 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

20 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

27 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

53 mins ago