କରଣ-କାର୍ତ୍ତିକ ଭିତରେ କଟାକଟି, ଦୁହେଁ ଦୁହିଁଙ୍କୁ ଇନଷ୍ଟାଗ୍ରାମରେ କଲେ ଅନଫଲୋ, ଜାଣନ୍ତୁ କାହିଁକି

ବଲିଉଡ୍ ପ୍ରଡ୍ୟୁସର-ଡାଇରେକ୍ଟର କରଣ ଜୋହରଙ୍କ ଫିଲ୍ମ ‘ଦୋସ୍ତାନା ୨’, ନିଜ କାହାଣୀକୁ ନେଇ ଯେତିକି ଚର୍ଚ୍ଚାରେ ନାହିଁ ସେତିକି ଚର୍ଚ୍ଚା ଫିଲ୍ମର ହିରୋ ପାଇଁ ଅଛି। ଖବର ଅନୁଯାୟୀ ‘ଦୋସ୍ତାନା ୨’ରେ ଅଭିନେତା କାର୍ତ୍ତିକ ଆର‌୍ୟାନଙ୍କୁ ବାହାର ରାସ୍ତା ଦେଖାଇ ଦିଆଯାଇଛି। ତାଙ୍କ ସ୍ଥାନରେ ଅନ୍ୟ ଆକ୍ଟରଙ୍କୁ ନିଆଯାଉଛି ବୋଲି ଖବର ଆସୁଛି। ଫିଲ୍ମରୁ ବାଦ ପଡିବା ପରେ କରଣ ଏବଂ କାର୍ତ୍ତିକ ଉଭୟେ ସୋସିଆଲ ମିଡିଆରେ ଦୂରତା ପାଳନ କଲେଣି।

dostanaଗଣମାଧ୍ୟମ ଖବର ଅନୁଯାୟୀ ଆକ୍ଟର କାର୍ତ୍ତିକ ଆର‌୍ୟନ ‘ଦୋସ୍ତାନା ୨’ରେ ୨୦ ଦିନ ସୁଟିଂ କରିସାରିଥିଲେ, କିନ୍ତୁ ତାଙ୍କୁ ଫିଲ୍ମର ଦ୍ୱିତୀୟ ପାର୍ଟ ସ୍କ୍ରିପ୍ଟକୁ ନେଇ ସମସ୍ୟା ଥିଲା। ଯେଉଁ କାରଣରୁ କରଣ କାର୍ତ୍ତିକଙ୍କୁ ଫିଲ୍ମରୁ ରିପ୍ଲେସ କରିଦେଇଛନ୍ତି। ଉଭୟଙ୍କ ଭିତରେ ମତାନ୍ତର ଏତେ ବଢ଼ିଯାଇଛି ଯେ ଏବେ କରଣ କାର୍ତ୍ତିକଙ୍କୁ ନୀଜ ସୋସିଆଲ ମିଡିଆ ଫଲୋଅର୍ସ ଲିଷ୍ଟରୁ ମଧ୍ୟ ହଟାଇଦେଇଛି। ସେହିପରି କାର୍ତ୍ତିକ ମଧ୍ୟ କରଣ ଜୋହରଙ୍କୁ ଇନଷ୍ଟାଗ୍ରାମରେ ଅନଫଲୋ କରିଦେଇଛନ୍ତି। ଏହାଦ୍ୱାରା ଏମାନଙ୍କ ଭିତରର ମତାନ୍ତର ସ୍ପଷ୍ଟ ଜଣାପଡୁଛି।

karanଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଯେତେବେଳେ କାର୍ତ୍ତିକ ଆର‌୍ୟନ ଫିଲ୍ମ ଦୋସ୍ତାନା୨ରେ ହଟିଯିବା ଖବର ସାମ୍ନାକୁ ଆସିଥିଲା ସେତେବେଳେ ଟ୍ଵିଟରରେ ଏହି ଖବର ଟ୍ରେଣ୍ଡ କରିବାକୁ ଲାଗିଲା। ଆକ୍ଟରଙ୍କ ସମର୍ଥନରେ ତାଙ୍କ ଫ୍ୟାନ୍ସମାନେ ସାମ୍ନାକୁ ଆସିଲେ। ସୋସିଆଲ ମିଡିଆର ଅନେକ ୟୂଜର୍ସ ‘ଦୋସ୍ତାନା ୨’ ଏବଂ କରଣ ଜୋହରଙ୍କୁ ବୟକଟ୍ କରିବାକୁ ଲାଗିଲେ।

ତେବେ ବର୍ତ୍ତମାନର ଖବର ଅନୁଯାୟୀ ଫିଲ୍ମ ‘ଦୋସ୍ତାନା ୨’ ପାଇଁ ଭିକ୍କି କୌଶଲ ଏବଂ ରାଜକୁମାର ରାଓଙ୍କ ନାମ ସାମ୍ନାକୁ ଆସୁଛି। କିନ୍ତୁ ଏବେ ବି ଏହି ଫିଲ୍ମକୁ ନେଇ ହାଙ୍ଗାମା ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.