ଆଜି ରାତିରୁ ନାଇଟ କର୍ଫ୍ୟୁ: କଟକ ଓ ଭୁବନେଶ୍ୱରରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ

ଭୁବନେଶ୍ବର: ଆଜି ରାତିରୁ ନାଇଟ କର୍ଫ୍ୟୁ । ଏଥିପାଇଁ କଟକ ଓ ଭୁବନେଶ୍ୱରରେ ୧୪୪ ଧାରା । ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ ହେବ । ବର୍ତ୍ତମାନ ସୁଦ୍ଧା କୌଣସି ପାସ୍‌ ବ୍ୟବସ୍ଥା ନାହିଁ ।

ଅତ୍ୟାବଶ୍ୟକୀୟ ସେବା କିମ୍ବା ଜରୁରୀକାଳୀନ ସେବାରେ ବାହାରିଲେ ପରିଚୟମପତ୍ର ଦେଖାଇବା ବାଧ୍ୟତାମୂଳକ । କଟକରେ ୧୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ସହରରେ ୨୩ଟି ସ୍ଥାନରେ ଚେକ ପୋଷ୍ଟ କରାଯାଇଛି । ଜରୁରୀ କାର୍ଯ୍ୟ ନଥିଲେ ଘରୁ ନ ବାହାରିବାକୁ ଅପିଲ କଲେ ପୋଲିସ କମିଶନର । ନିୟମ ଭାଙ୍ଗିଲେ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଚେତାଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.