କରୋନା ଟିକା ନେବା ଖୁସିରେ ଝୁମି ଉଠିଲେ ସର୍ଦ୍ଦାର ଜୀ, ବରଫ ହ୍ରଦ ଉପରେ କଲେ ଭାଙ୍ଗଡ଼ା; ଦେଖନ୍ତୁ ଭିଡିଓ

କରୋନା ସଂକ୍ରମଣ ଯୋଗୁ ଗତ ବର୍ଷେ ହେଲା ଲୋକମାନେ ଭୟରେ ଜୀଉଁଛନ୍ତି। କୋଭିଡ୍‌ ଭ୍ୟାକ୍‌ସିନ୍‌ ନ ମିଳିବାରୁ ବହୁ ଲୋକ ନିଜ ଜୀବନ ବି ହରାଇଛନ୍ତି। କିନ୍ତୁ ଏବେ ପରୀକ୍ଷଣ ପରେ ବୈଜ୍ଞାନିକମାନେ କରୋନା ଟିକା ତିଆରି କରିଛନ୍ତି। ଏଣୁସାରା ବିଶ୍ୱରେ ଏବେ ଟିକାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇତି ମଧ୍ୟରେ କାନାଡ଼ାର ଡ୍ୟାନ୍ସର ଗୁରଦୀପ ପନ୍ଧେର ମଧ୍ୟ ନିକଟରେ କରୋନା ଟିକା ନେଇଛନ୍ତି। କରୋନା ଭ୍ୟାକ୍‌ସିନ୍‌ର ଡୋଜ୍‌ ନେବା ପରେ ସେ ଏକ ଭିନ୍ନ ଢଙ୍ଗରେ ନିଜ ଖୁସି ଜାହିର କରିଛନ୍ତି।

ସାଧାରଣତଃ ଟିକା ନେବା ପରେ ଲୋକମାନେ ନିଜ ନିଜ ଘରକୁ ଯାଇ ବିଶ୍ରାମ କରିଥାନ୍ତି। କିନ୍ତୁ ଗୁରଦୀପ ଏହାର ବିପରୀତ କାମ କରିଛନ୍ତି। ସେ ଟିକା ନେବା ପରେ ବରଫ ଜମା ହୋଇଥିବା ଏକ ହ୍ରଦ ମଧ୍ୟକୁ ଯାଇ ଭାଙ୍ଗଡ଼ା କରିଥିଲେ। ଯାହାର ଭିଡିଓକୁ ସେ ଟ୍ଵିଟରରେ ସେୟାର କରିଥିଲେ। ଭିଡିଓ ଭାଇରାଲ ହେବା ପରେ ଗୁରଦୀପଙ୍କ ନିଆରା ଅନ୍ଦାଜ୍‌କୁ ସମସ୍ତେ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି।

ଟ୍ଵିଟରରେ ଭିଡିଓ ସେୟାର କରି ଗୁରଦୀପ କ୍ୟାପ୍‌ସନ୍‌ରେ ଲେଖିଛନ୍ତି, କାଲି ସନ୍ଧ୍ୟାରେ ମୁଁ କରୋନା ଟିକା ନେଲି। ପ୍ରଥମ ଡୋଜ୍‌ ନେବା ପରେ ନିଜ ଖୁସି ଜାହିର କରିବା ପାଇଁ ମୁଁ ହ୍ରଦକୁ ଯାଇ ସେଠାରେ ଭାଙ୍ଗଡ଼ା କରିଥିଲି।

ଗୁରଦୀପଙ୍କର ଏହି ଭିଡିଓକୁ ଏବେ ଯାଏଁ ୩ ମିଲିୟନ୍‌ ଲୋକ ଦେଖିସାରିଲେଣି। ସେହିପରି ୧.୨୭ ଲକ୍ଷରୁ ଅଧିକ ଲୋକ ଲାଇକ୍‌ ଦେଇଛନ୍ତି ଓ ୨୨ ହଜାରରୁ ଅଧିକ କମେଣ୍ଟ କରିଛନ୍ତି। ଗୁରଦୀପଙ୍କ ଏହି ଡ୍ୟାନ୍ସ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.