ମନୋରଂଜନ

ପାରିଲେନି କରନ୍‌ ଜୋହର, ବିଗ୍‌ବସ୍‌ ଓଟିଟି ୨କୁ ହୋଷ୍ଟ କରିବେ କରନ୍‌ କୁନ୍ଦ୍ରା-ତେଜସ୍ୱୀ ପ୍ରକାଶ !

ବିଗ୍‌ବସ୍‌ ଓଟିଟିକୁ ହୋଷ୍ଟ କରିବେ ନୂଆ ସେଲିବ୍ରିଟି। ପୂର୍ବ ସିଜନ୍‌ରେ ଏହି ଶୋ’କୁ କରନ୍‌ ଜୋହର ହୋଷ୍ଟ କରିଥିଲେ। କିନ୍ତୁ ଏଥିପାଇଁ ତାଙ୍କୁ ବିଭିନ୍ନ ଆଡ଼ୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଲୋକମାନେ ତାଙ୍କୁ ଟ୍ରୋଲ କରିଥିଲେ। ତାଙ୍କ ମତାମତ ଉପରେ ଲୋକେ ପ୍ରଶ୍ନ ଉଠାଇବା ଆରମ୍ଭ କରିଥିଲେ। ଏଣୁ ଏହି ଦ୍ୱିତୀୟ ସିଜନ୍‌ରେ କରନ୍‌ ଜୋହର ଆଉ ହୋଷ୍ଟ କରିବେନି ବୋଲି ଜଣାଯାଇଛି।

ରିପୋର୍ଟ ମୁତାବକ, ଏବେ ବିଗ୍‌ବସ୍‌ ଓଟିଟିଇକୁ ଟିଭିର ଟ୍ରେଣ୍ଡିଂ ଯୋଡ଼ି ତେଜସ୍ୱୀ ପ୍ରକାଶ ଓ କରନ୍‌ କୁନ୍ଦ୍ରା ହୋଷ୍ଟ କରିବେ ବୋଲି ଚର୍ଚ୍ଚା ହେଉଛି। ଏହି ଦୁଇ ତାରକା ବିବି ଓଟିଟିରେ କରନ୍‌ ଜୋହରଙ୍କୁ ରିପ୍ଲେସ କରିବେ। ଟେଲି ଚକ୍କର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ରିପୋର୍ଟରେ ତେଜସ୍ୱୀ ଓ କରନ୍‌ ବିଗ୍‌ ବସ୍‌ ଓଟିଟି ୨ ହୋଷ୍ଟ କରିବା ନେଇ ଲେଖାଯାଇଛି। ତେବେ ଏ ନେଇ ଅଫିସିଆଲି କୌଣସି ଘୋଷଣା କରାଯାଇନାହିଁ। କିନ୍ତୁ ଏହି ଖବର ସତ ବୋଲି ଚର୍ଚ୍ଚା ଜୋର ଧରିଛି। କାରଣ ବିଗ୍‌ ବସ୍‌ ୧୫ରେ ଅଂଶ ଗ୍ରହଣ କରିବା ପରେ ଏହି ଦୁଇ ତାରକା ଫ୍ୟାନ୍‌ଙ୍କର ପ୍ରିୟ ପାଲଟିଛନ୍ତି।

ପ୍ରକାଶ ଯେ କରନ୍‌ କୁନ୍ଦ୍ରା ଶୋ’ ଲକ୍‌ ଅପ୍‌ରେ ମଧ୍ୟ ଜେଲର ଭୂମିକାରେ ନଜର ଆସିଥିଲେ। ସେ ଶୋ’କୁ ଆସିବା ପରେ କଙ୍ଗନା ରାଣାଓ୍ଵତ୍‌ଙ୍କୁ ବେଶ୍‌ ଫାଇଦା ହୋଇଥିଲା। କରନ୍‌ଙ୍କ ଲୋକପ୍ରିୟତା ଦେଖି ବିଗ୍‌ ବସ୍‌ ଶୋ’ର ନିର୍ମାତା ବି ଲାଭ ପାଇବାକୁ ଚିନ୍ତା କରିଛନ୍ତି ବୋଲି କୁହାଯାଉଛି। ଆଉ କରନ୍‌ଙ୍କ ସହ ଯଦି ତେଜସ୍ୱୀଙ୍କୁ ବି ନିଆଯାଏ ତେବେ ଲାଇମ୍‌ଲାଇଟ୍‌ ମିଳିବା ପକ୍କା। ତେବେ ଆଗକୁ ନିର୍ମାତା କି ନିଷ୍ପତ୍ତି ନେଉଛନ୍ତି ଏବେ ତା’ ଉପରେ ସମସ୍ତଙ୍କ ନଜର।

ସୂଚନାଯୋଗ୍ୟ ଯେ ବିଗ୍‌ବସ୍‌ ଓଟିଟି ୨କୁ ନେଇ ନିର୍ମାତା ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ଶୋ’ର ପ୍ରି-ପ୍ରଡ଼କ୍ସନ୍‌ ଫେଜ୍‌ର ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ଏହି ଶୋ’ର ପ୍ରଥମ ସିଜନ୍‌କୁ ଦର୍ଶକେ ଅଧିକ ପସନ୍ଦ କରି ନଥିଲେ। ଏହାକୁ ଦର୍ଶକେ ବୋରିଂ ବୋଲି କହିଥିଲେ। ଏଭଳି ସ୍ଥିତିରେ ନିର୍ମାତା କାହିଁକି ବିବି ଓଟିଟିର ଦ୍ୱିତୀୟ ସିଜନ୍‌ କରୁଛନ୍ତି, ତାହା କେହି ବୁଝିପାରୁ ନାହାନ୍ତି। ଅନ୍ୟପଟେ ଫ୍ୟାନ୍‌ଙ୍କୁ ସଲମାନ୍‌ ଖାନ୍‌ଙ୍କ ଶୋ’ ବିଗ୍‌ବସ୍‌ ଖୁବ୍‌ ପସନ୍ଦ। ଦର୍ଶକେ ବର୍ଷ ସାରା ଏହି ଶୋ’ ଅପେକ୍ଷାରେ ରହିଥାନ୍ତି।

Also Read: ଆର୍ଯ୍ୟ ସମାଜର ବିବାହ ବୈଧ ନୁହେଁ, ପ୍ରମାଣପତ୍ରକୁ ଆଇନତଃ ସ୍ୱୀକୃତି ଦେବାକୁ ମନା କଲେ ସୁପ୍ରିମ୍‌କୋର୍ଟ

WCW 11

Recent Posts

ଆଜିର ରାଶିଫଳ : ରାଶି ଅନୁସାରେ ଜାଣନ୍ତୁ ଆଜି କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ନିଜକୁ ଶକ୍ତିବାନ୍‌ ଅନୁଭବ କରିବେ । ପାରିବାରିକ ସୁଖ, ଶାନ୍ତି ରହିବ । ସମ୍ପତ୍ତି ବିବାଦରେ ବିଜୟ…

4 hours ago

ନିଜ ସ୍ଥାନ ବଜାୟ ରଖିଛନ୍ତି ତିନି ମନ୍ତ୍ରୀ : ସୁରେଶ ରାଉତରାୟ

ଭୁବନେଶ୍ୱର(କେନ୍ୟୁଜ୍‌): ମୋଦି ସରକାରର ନିଜ ସ୍ଥାନ ବଜାୟ ରଖିଛନ୍ତି ଓଡ଼ିଶାର ତିନି ମନ୍ତ୍ରୀ । ଅପରିବର୍ତ୍ତିତ ରହିଛି ଧର୍ମେନ୍ଦ୍ର ପ୍ରଧାନ,…

7 hours ago

କନ୍ଧମାଳ ବିକାଶରେ ଡ. ଅଚ୍ୟୁତ ସାମନ୍ତଙ୍କର ଅବଦାନ ଅତୁଳନୀୟ : ସୁରେଶ ରାଉତରାୟ

ଭୁବନେଶ୍ୱର(କେନ୍ୟୁଜ୍‌): କନ୍ଧମାଳ ବିକାଶରେ ଡ. ଅଚ୍ୟୁତ ସାମନ୍ତଙ୍କର ଅନେକ ଅବଦାନ ରହିଛି । କେଵଳ କନ୍ଧମାଳ କାହିଁକି ଭୁବନେଶ୍ୱରର ମର୍ଯ୍ୟାଦା…

7 hours ago

ଚୋରା ଚାଲାଣ ବେଳେ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଦୁଇ ମାଫିଆ ଗିରଫ

ଲମତାପୁଟ: ମାଛକୁଣ୍ଡ ପୋଲିସର ବଡ଼ ସଫଳତା । ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ମାଛକୁଣ୍ଡ ପୋଲିସ ।…

7 hours ago

ପାରିବାରିକ ବିବାଦ ନେଲା ଉଗ୍ରରୂପ, ସାନ ଭାଇର ଘରକୁ ପୋଡ଼ିଦେଲା ବଡ଼ଭାଇ

ବାସୁଦେବପୁର: ଜମିଜମା ବିବାଦକୁ ନେଇ ତୁମୁଳକାଣ୍ଡ । ଘରେ ଲଗାଇଦେଲେ ନିଆଁ । ସାନ ଭାଇର ଘରକୁ ପୋଡ଼ିଦେଲା ବଡ଼ଭାଇ…

8 hours ago

ମୋଦିଙ୍କ ୩-୦ କ୍ୟାବିନେଟରେ କାହାକୁ ମିଳିଲା କେଉଁ ବିଭାଗ

ନୂଆଦିଲ୍ଲୀ: ମୋଦିଙ୍କ ତୃତୀୟ ଇନିଂସରେ ମନ୍ତ୍ରୀମାନେ ଶପଥ ନେବା ପରେ ଆଜି ସେମାନଙ୍କ ବିଭାଗ ବଣ୍ଟନ କରାଯାଇଛି । ଆସନ୍ତୁ…

8 hours ago