Categories: ମନୋରଂଜନ

ଟି-୨୦ ବିଶ୍ୱକପର ଟ୍ରଫି ଉଦଘାଟନ କରିବେ କରିନା କପୁର, କହିଲେ ଏହା ମୋ ପାଇଁ ସମ୍ମାନର କଥା

ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଯାଉଛି ମହିଳା ପୁରୁଷ ଟି-୨୦ ବିଶ୍ବ କପ୍ ଟୁର୍ଣ୍ଣାମେଣ୍ଟ। ଭାରତୀୟ ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ମେଲବର୍ଣ୍ଣରେ ପୁରୁଷ ଓ ମହିଳା ଟି-୨୦ ବିଶ୍ଵକପ ଟ୍ରଫିର ଉନ୍ମୋଚନ କରିବେ। କରିନାଙ୍କ କହିବା ଅନୁଯାୟୀ ସେ ଏହି ଖେଳରେ ସାମିଲ ହୋଇ ନିଜକୁ ସମ୍ମାନିତ ଅନୁଭବ କରୁଛନ୍ତି।

ରିପୋର୍ଟ ଅନୁଯାୟୀ ଆସନ୍ତା ବର୍ଷ ଅକ୍ଟୋବର ୧୮ ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ବିଶ୍ୱକପ୍ ଖେଳାଯିବ। ସେହିପରି ମହିଳା ଟି-୨୦ ବିଶ୍ୱକପ୍ ୨୦୨୦ ଫେବୃଆରୀ ୨୧ ରୁ ମାର୍ଚ୍ଚ ୮ ପର‌୍ୟ୍ୟନ୍ତ ଖେଳାଯିବ। ଏହି ଅବସରରେ କରନା ଖୁସି ହୋଇ କହିଛନ୍ତି, ଏହି ପ୍ରତିଷ୍ଠିତ ଉତ୍ସବରେ ଯୋଗ ଦେବା ମୋ ପାଇଁ ସମ୍ମାନର ବିଷୟ।

ଏହାସହ ପଢନ୍ତୁ: ଦୀପାବଳି ଅବସରରେ ରାନୁ ମଣ୍ଡଳ ଗାଇଲେ ଏହି ଗୀତ, ଯାହାର ଭିଡିଓ ସୋସିଆଲ ମିଡିଆରେ ହେବାରେ ଲାଗିଛି ଭାଇରାଲ

ଏଥିସହ କରିନା କହିଛନ୍ତି, ମୁଁ ସେହି ମହିଳାଙ୍କୁ ପ୍ରୋତ୍ସାହନ ଦେବାକୁ ଚାହୁଁଛି, ଯେଉଁମାନେ ନିଜ ସ୍ଵପ୍ନକୁ ସାକାର କରିବା ନିମନ୍ତେ ନିଜ ଦେଶ ପାଇଁ ଖେଳୁଛନ୍ତି। କରୀନା କପୁର କିମ୍ବଦନ୍ତୀ କ୍ରିକେଟର ମନସୁର ଅଲ୍ଲୀ ଖାନ୍ ପଟୌଦିଙ୍କ ବୋହୂ। ଏହି କାରଣରୁ ବିଶ୍ଵ କପ ଟ୍ରଫିର ଉନ୍ମୋଚନ କରିବା ମୋ ପାଇଁ ସମ୍ମାନ ଓ ଗୌରବର କଥା ବୋଲି କହିଛନ୍ତି କରିନା।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago