Below header

ଟି-୨୦ ବିଶ୍ୱକପର ଟ୍ରଫି ଉଦଘାଟନ କରିବେ କରିନା କପୁର, କହିଲେ ଏହା ମୋ ପାଇଁ ସମ୍ମାନର କଥା

ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଯାଉଛି ମହିଳା ପୁରୁଷ ଟି-୨୦ ବିଶ୍ବ କପ୍ ଟୁର୍ଣ୍ଣାମେଣ୍ଟ। ଭାରତୀୟ ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ମେଲବର୍ଣ୍ଣରେ ପୁରୁଷ ଓ ମହିଳା ଟି-୨୦ ବିଶ୍ଵକପ ଟ୍ରଫିର ଉନ୍ମୋଚନ କରିବେ। କରିନାଙ୍କ କହିବା ଅନୁଯାୟୀ ସେ ଏହି ଖେଳରେ ସାମିଲ ହୋଇ ନିଜକୁ ସମ୍ମାନିତ ଅନୁଭବ କରୁଛନ୍ତି।

trophyରିପୋର୍ଟ ଅନୁଯାୟୀ ଆସନ୍ତା ବର୍ଷ ଅକ୍ଟୋବର ୧୮ ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ବିଶ୍ୱକପ୍ ଖେଳାଯିବ। ସେହିପରି ମହିଳା ଟି-୨୦ ବିଶ୍ୱକପ୍ ୨୦୨୦ ଫେବୃଆରୀ ୨୧ ରୁ ମାର୍ଚ୍ଚ ୮ ପର‌୍ୟ୍ୟନ୍ତ ଖେଳାଯିବ। ଏହି ଅବସରରେ କରନା ଖୁସି ହୋଇ କହିଛନ୍ତି, ଏହି ପ୍ରତିଷ୍ଠିତ ଉତ୍ସବରେ ଯୋଗ ଦେବା ମୋ ପାଇଁ ସମ୍ମାନର ବିଷୟ।

ଏହାସହ ପଢନ୍ତୁ: ଦୀପାବଳି ଅବସରରେ ରାନୁ ମଣ୍ଡଳ ଗାଇଲେ ଏହି ଗୀତ, ଯାହାର ଭିଡିଓ ସୋସିଆଲ ମିଡିଆରେ ହେବାରେ ଲାଗିଛି ଭାଇରାଲ

ଏଥିସହ କରିନା କହିଛନ୍ତି, ମୁଁ ସେହି ମହିଳାଙ୍କୁ ପ୍ରୋତ୍ସାହନ ଦେବାକୁ ଚାହୁଁଛି, ଯେଉଁମାନେ ନିଜ ସ୍ଵପ୍ନକୁ ସାକାର କରିବା ନିମନ୍ତେ ନିଜ ଦେଶ ପାଇଁ ଖେଳୁଛନ୍ତି। କରୀନା କପୁର କିମ୍ବଦନ୍ତୀ କ୍ରିକେଟର ମନସୁର ଅଲ୍ଲୀ ଖାନ୍ ପଟୌଦିଙ୍କ ବୋହୂ। ଏହି କାରଣରୁ ବିଶ୍ଵ କପ ଟ୍ରଫିର ଉନ୍ମୋଚନ କରିବା ମୋ ପାଇଁ ସମ୍ମାନ ଓ ଗୌରବର କଥା ବୋଲି କହିଛନ୍ତି କରିନା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.