ମନୋରଂଜନ

ଦମ୍‌ଦାର ଲୁକ୍‌ରେ ନଜର ଆସିଲେ କାର୍ତ୍ତିକ ଆର୍ଯ୍ୟନ, ସେୟାର କଲେ ଫିଲ୍ମ ‘ଚନ୍ଦୁ ଚମ୍ପିଆନ୍‌’ର ପୋଷ୍ଟର

କାର୍ତ୍ତିକ ଆର୍ଯ୍ୟନ ଏବେ ତାଙ୍କ ଅପକମିଂ ଫିଲ୍ମକୁ ନେଇ ବଲିଉଡ ଇଣ୍ଡଷ୍ଟ୍ରୀରେ ଚର୍ଚ୍ଚାରେ ଅଛନ୍ତି । କାର୍ତ୍ତିକଙ୍କୁ ଏହି ଫିଲ୍ମ ‘ଚନ୍ଦୁ ଚମ୍ପିଆନ୍‌’ରେ ନୂଆ ଲୁକ୍‌ରେ ଦେଖିବା ପାଇଁ ମିଳିଛନ୍ତି । ସେ ତାଙ୍କ ଫିଲ୍ମରେ ପ୍ରାୟତଃ ରୋମାଣ୍ଟିକ୍‌ ଓ କୁଲ ଡୁଡ୍‌ ଲୁକ୍‌ରେ ନଜର ଆସନ୍ତି । ହେଲେ ଏଥର ସେ ସ୍ପୋର୍ଟ୍ସ ଡ୍ରାମାରେ ଏକ ଅଲଗା ରୋଲ କରୁଥିବାର ନଜର ଆସିବେ । କାର୍ତ୍ତିକ ତାଙ୍କ ନୂଆ ଫିଲ୍ମର ଏହି ଲୁକକୁ ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି । କାର୍ତ୍ତିକ ଆର୍ଯ୍ୟନ ବର୍ତ୍ତମାନ ତାଙ୍କର ଅପ୍‌କମିଂ ଫିଲ୍ମ ‘ଚନ୍ଦୁ ଚାମ୍ପିଆନ୍’ର ପୋଷ୍ଟର ସେୟାର କରିଛନ୍ତି । ତେବେ ପୋଷ୍ଟରରେ ଅଭିନେତାଙ୍କୁ ଏକ ଦମ୍‌ଦାର ଲୁକ୍‌ରେ ଦେଖିବାକୁ ମିଳିଛି । ଏହା ସହ ସେ କାଦୁଅରେ ଦୌଡୁଥିବାର ମଧ୍ୟ ନଜର ଆସିଛନ୍ତି । ପୋଷ୍ଟରରେ କାର୍ତ୍ତିକ ଆର୍ଯ୍ୟନଙ୍କ କଠିନ ପରିଶ୍ରମ ଏବଂ ବଡି ଟ୍ରାନ୍ସଫରମେସନ୍‌ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି । ତେବେ କାର୍ତ୍ତିକ ଏହି ପୋଷ୍ଟରକୁ ନିଜ ଇନଷ୍ଟାଗ୍ରାମ ପ୍ରୋଫାଇଲରେ ସେୟାର କରିଛନ୍ତି ଏବଂ ଲେଖିଛନ୍ତି ଯେ ତାଙ୍କ କ୍ୟାରିୟରର ସବୁଠାରୁ ଚ୍ୟାଲେଞ୍ଜିଂ ଏବଂ ସ୍ୱତନ୍ତ୍ର ଫିଲ୍ମର ପ୍ରଥମ ପୋଷ୍ଟର ସେୟାର କରି ସେ ଅତ୍ୟନ୍ତ ଉତ୍ସାହିତ ଏବଂ ଗର୍ବିତ ।

ଫିଲ୍ମ ‘ଚନ୍ଦୁ ଚାମ୍ପିଆନ୍’ରେ ତାଙ୍କ ଚରିତ୍ରରେ ଉନ୍ନତି ଆଣିବା ପାଇଁ କାର୍ତ୍ତିକ ଆର୍ଯ୍ୟନଙ୍କ ଉତ୍ସର୍ଗ ବିଷୟରେ ସବୁ ସ୍ଥାନରେ ଆଲୋଚନା ହେଉଛି । ତାହା ତାଙ୍କର ବଡି ଟ୍ରାନ୍ସଫରମେସନ୍‌ ହେଉ କିମ୍ବା ତାଙ୍କ ଭାଷା ପାଇଁ ସେ ଟ୍ରେନିଗଂ ନେଉଛନ୍ତି । ଏହି ଅଭିନେତା ପ୍ରକୃତରେ ନିଜ ମନ ଏବଂ ପ୍ରାଣକୁ ଏହି ଫିଲ୍ମରେ ଲଗାଉଛନ୍ତି । ଏହି ଫିଲ୍ମ ପାଇଁ କାର୍ତ୍ତିକ ନିଜ ଫିଟନେସ୍ ପ୍ରତି ବହୁତ ଧ୍ୟାନ ଦେଇଛନ୍ତି, ସେ ନିୟମିତ ବ୍ୟାୟାମ କରୁଛନ୍ତି । ଏହା ସହ ତାଙ୍କୁ ପ୍ରାୟତଃ ଜିମ୍ ବାହାରେ ଦେଖିବାକୁ ମିଳୁଛି ।

ସାଜିଦ୍ ନାଦିଆଡୱାଲା କାର୍ତ୍ତିକଙ୍କ ଫିଲ୍ମ ଚନ୍ଦୁ ଚାମ୍ପିଆନ୍ ତିଆରି କରୁଛନ୍ତି । ଖବର ଅନୁଯାୟୀ ଶ୍ରଦ୍ଧା ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି, କିନ୍ତୁ ନିର୍ମାତାମାନେ ଏହାକୁ ସେୟାର କରିନାହାନ୍ତି । ତେବେ ଏହି ଫିଲ୍ମର ଷ୍ଟୋରି ମୁରଲିକାନ୍ତ ପେଟକରଙ୍କ ଜୀବନ ଉପରେ ଆଧାରିତ ହେବ । ତେବେ ପେଟକର ଜଣେ ସ୍ୱର୍ଣ୍ଣ ପଦକ ବିଜେତା, ଯିଏ ୧୯୭୦ କମନୱେଲଥ ଗେମ୍ସରେ ଏବଂ ପୁନର୍ବାର ଜର୍ମାନୀରେ ଆୟୋଜିତ ୧୯୭୨ ପାରାଲିମ୍ପିକ୍ସରେ ଦେଶକୁ ଗର୍ବିତ କରିଥିଲେ । କବୀର ଖାନଙ୍କ ‘ଚନ୍ଦୁ ଚାମ୍ପିଆନ୍’ ଚଳିତ ବର୍ଷ ଜୁନ୍ ୧୪ ରେ ସିନେମା ହଲରେ ମୁକ୍ତିଲାଭ କରିବାକୁ ଯାଉଛି ।

କାର୍ତ୍ତିକଙ୍କ ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗେଏ ସେ ଶେଷ ଥର ପାଇଁ ‘ସତ୍ୟପ୍ରେମ କି କାଥା’ରେ ନଜର ଆସିଥିଲେ । ଏହି ଫିଲ୍ମରେ କିଆରା ଆଡଭାନୀ ତାଙ୍କ କୋଷ୍ଟାର ଭାବେ ନଜର ଆସିଥିଲେ । ତେବେ ଫିଲ୍ମ ‘ଚନ୍ଦୁ ଚାମ୍ପିଆନ୍’ ବ୍ୟତୀତ ସେ ଖୁବ୍ ଶୀଘ୍ର ଟ୍ରୁପ୍ଟି ଡିମ୍ରିଙ୍କ ସହ ଫିଲ୍ମ ‘ଭୁଲ ଭୁଲେୟା ୩’ ରେ ନଜର ଆସିବେ ।

D Sonali

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

8 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

8 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

13 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

35 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

43 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

50 mins ago