ଉତ୍ତରାଖଣ୍ଡ ନିଆଁକୁ ନେଇ କଡ଼ା ହେଲେ ସୁପ୍ରିମ୍‌କୋର୍ଟ, ସରକାରଙ୍କୁ ପଚାରିଲେ, ‘ବନ ଅଗ୍ନିଶମ କର୍ମୀ କାହିଁକି କରୁଥିଲେ ନିର୍ବାଚନ ଡ୍ୟୁଟି’?

ଉତ୍ତରାଖଣ୍ଡ ଜଙ୍ଗଲରେ ନିଆଁ ଲାଗିବା ମାମଲାର ଶୁଣାଣି କରିଛନ୍ତି ସୁପ୍ରିମ୍‌କୋର୍ଟ । ବୁଧବାର ଶୁଣାଣି ବେଳେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ କଡ଼ା ତାଗିଦ କରିଛନ୍ତି । କୋର୍ଟ ସରକାରଙ୍କୁ ପଚାରିଛନ୍ତି କି, ବନ ଅଗ୍ନିଶମ କର୍ମଚାରୀମାନଙ୍କୁ ନିର୍ବାଚନ ଡ୍ୟୁଟିରେ କାହିଁକି ଲଗାଯାଇଥିଲା ? ସରକାରଙ୍କୁ କୋର୍ଟ ପ୍ରଶ୍ନ କରିଥିଲେ ଯେ ଆପଣ ଜଙ୍ଗଲ ଅଗ୍ନିଶମ କର୍ମଚାରୀମାନଙ୍କୁ ନିଆଁ ଭିତରେ ନିର୍ବାଚନ ଡ୍ୟୁଟିକୁ କାହିଁକି ପଠାଇଥିଲେ ?

ରାଜ୍ୟର ଜଣେ ଅଧିକାରୀ କୋର୍ଟଙ୍କୁ କହିଥିଲେ ଯେ କର୍ମଚାରୀମାନଙ୍କ ନିର୍ବାଚନ ଡ୍ୟୁଟି ଶେଷ ହୋଇଯାଇଛି ଏବଂ କୌଣସି ବି ଅଧିକାରୀଙ୍କୁ ନିର୍ବାଚନ ଡ୍ୟୁଟିରେ ନ ରଖିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏହା ଉପରେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଥିଲେ, ଏହା ଏକ ଦୁଃଖଦାୟକ ପରିସ୍ଥିତି । ଆପଣ କେବଳ ବାହାନା କରୁଛନ୍ତି ।

ଉତ୍ତରାଖଣ୍ଡ ଜଙ୍ଗଲରେ ନିଆଁ ଲାଗିବା ଆବେଦନ ଉପରେ ଶୁଣାଣି ବେଳେ ଓକିଲ କହିଥିଲେ, ଏଠାରେ ଭୟଙ୍କର ନିଆଁ ଲାଗିଛି । ୪୦ ପ୍ରତିଶତ ଜଙ୍ଗଲ ନିଆଁ କବଳରେ ରହିଛି । ଏହାକୁ ଲିଭାଯାଇ ପାରିନାହିଁ । ତେବେ ଏହାର ଉତ୍ତର ଦେଇ ରାଜ୍ୟର ଓକିଲ କହିଥିଲେ କି, କୌଣସି ନୂଆ ନିଆଁ ଲାଗିନାହିଁ । ଆହୁରି ମଧ୍ୟ ଓକିଲ ଯୁକ୍ତି ଦର୍ଶାଇଥିଲେ ଯେ ଜଙ୍ଗଲ ଅଗ୍ନିକାଣ୍ଡର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କୁ କେନ୍ଦ୍ରରୁ ଅର୍ଥ ମିଳିନାହିଁ ।

ସେ କହିଥିଲେ, କେନ୍ଦ୍ର ଏବଂ ରାଜ୍ୟର ୬ ଜଣିଆ କମିଟି ସାହାଯ୍ୟ କରିପାରିବ, ଯଦ୍ଦ୍ଵାରା ଏହି ଅଗ୍ନିକାଣ୍ଡକୁ ନିୟନ୍ତ୍ରଣକୁ ଅଣାଯାଇ ପାରିବ । ଆମେ ନିଆଁ ଲିଭାଇବା ସ୍ଥିତିରେ ଅଛୁ । ୯,୦୦୦ରୁ ଅଧିକ ଲୋକ କାର୍ଯ୍ୟ କରୁଛନ୍ତି । ଏ ସଂକ୍ରାନ୍ତରେ ୪୨୦ଟି ମାମଲା ରୁଜୁ ହୋଇଛି । ଆମେ ବୈଠକ କରୁଛୁ । ବର୍ତ୍ତମାନ ଫଣ୍ଡିଂ ଏକ ବଡ଼ ପ୍ରସଙ୍ଗ । ଯଦି ଉପଯୁକ୍ତ ଫଣ୍ଡିଂ ହୋଇଥାନ୍ତା, ତେବେ ସ୍ଥିତି ଭଲ ହୋଇଥାନ୍ତା । ରାଜ୍ୟକୁ ସାହାଯ୍ୟ କରିବା ପାଇଁ କେନ୍ଦ୍ରକୁ ଆଗକୁ ଆସିବାକୁ ପଡ଼ିବ ।

Roshni

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

2 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

59 mins ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

1 hour ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

2 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

3 hours ago