ମନୋରଂଜନ

ସୋସିଆଲ ମିଡିଆରେ ଦେଖିବାକୁ ମିଳିଲା ଫିଲ୍ମ ‘ଧମାକା’ର କାର୍ତ୍ତିକ ଆର୍ଯ୍ୟନଙ୍କ ଫାଷ୍ଟ ଲୁକ୍‌ , ଦମଦାର୍‌ ଲୁକ୍‌ ରେ ଆସିବେ ନଜର

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଗତକାଲି ନିରଜା ଫିଲ୍ମର ନିର୍ଦ୍ଦେଶକ ରାମ ମାଧବାନୀଙ୍କ ନୂଆ ଫିଲ୍ମ ‘ଧମାକା’ ରେ ତାଙ୍କ ଚରିତ୍ର ‘ଅର୍ଜୁନ ପାଠକ’ଙ୍କ ଫାଷ୍ଟ ଲୁକ୍‌ ସେୟାର କରିଛନ୍ତି। ଏହି ଫିଲ୍ମ କାର୍ତ୍ତିକ ଆର୍ଯ୍ୟନ ଜଣେ ସାମ୍ବାଦିକ ଭୂମିକାରେ ଅଭିନୟ କରୁଥିବାର ନଜର ଆସିଛନ୍ତି। ସୋସିଆଲ ମିଡିଆରେ ଫଟୋ ସେୟାର କରିବା ସହ କାର୍ତ୍ତିକ ଲେଖିଛନ୍ତି, ‘ଅର୍ଜୁନ ପାଠକଙ୍କ ସହ ସାକ୍ଷାତ କରନ୍ତୁ ।’ ଏହି ଫଟୋ କାର୍ତ୍ତିକ ଚଷମା ପିନ୍ଧିଥିବା ବେଳେ ନର୍ମାଲ ସୁଟ୍‌ ପିନ୍ଧିଥିବାର ଦେଖିବାକୁ ମିଳିଛି। କିନ୍ତୁ ତାଙ୍କ ନୀଳ ରଙ୍ଗର ସାର୍ଟ ଉପରେ ରକ୍ତ ଦାଗ ଦେଖାଯିବା ସହ ଦାଢି-ନିଶ ଏବଂ ଲମ୍ବା କେଶ ରଖିଥବାର ନଜର ଆସିଛନ୍ତି। କାର୍ତ୍ତିକଙ୍କର ଏହି ନିଆରା ଲୁକ୍‌ ବର୍ତ୍ତମାନ ପର୍ଯ୍ୟନ୍ତ କରିଥିବା ଫିଲ୍ମର ଲୁକ୍‌ ଠାରୁ ସମ୍ପୂର୍ଣ୍ଣ ଭିନ୍ନ।

ଫିଲ୍ମ ‘ଧମାାକା’ ଏକ ଟିଭି ଚ୍ୟାନେଲର ଆଭ୍ୟନ୍ତରୀଣ କାର୍ଯ୍ୟ ବିଷୟରେ କହିବ। ଚଳିତବର୍ଷ ନଭେମ୍ବରରେ ନିଜର ବର୍ଥଡେ’ରେ କାର୍ତ୍ତିକ ଏହି ଫିଲ୍ମ ବିଷୟରେ ଘୋଷଣା କରିଥିଲେ। ଏଥିସହ ଏକ ପୋଷ୍ଟ ମଧ୍ୟ ସେୟାର କରିଥିଲେ। ପୋଷ୍ଟରରେ ଏକାସମାନ ପ୍ରୋଫାଇଲ୍‌ରେ ତାଙ୍କର ଏକ ସାଇଡ୍‌ ପ୍ରୋଫାଇଲ୍‌ ଦେଖାଯାଇଥିଲା। ଏହି ପୋଷ୍ଟରରେ ସେ ଦୂରରେ ଜଳୁଥିବା ପୁଲ୍‌ କୁ ଦେଖୁଥିଲେ। ଏହି ଫଟୋକୁ ସେୟାର କରିବା ସହ କାର୍ତ୍ତିକ ଲେଖିଥିଲେ, ‘ଆଜି ମୋ ଜନ୍ମଦିନ, ଧମାକା ହେବା ଉଚିତ ।’

ଅଭିନୟ ବିଷୟରେ କାର୍ତ୍ତିକ କହିଛନ୍ତି, ଜଣେ ପତ୍ରକାର ଯିଏ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ସିଧାପ୍ରସାରଣ କଭର୍‌ କରୁଥିଲେ। କାର୍ତ୍ତିକ କହିଛନ୍ତି, ଏହା ମୋ ପାଇଁ ଏକ ଚମତ୍କାର ସ୍କ୍ରିପ୍ଟ । ମୁଁ ଜାଣିଥିଲି ଯେ ଏହା ଏକ ସ୍କ୍ରିପ୍ଟ ଯାହା ମୋତେ ଜଣେ ଅଭିନେତା ଭାବରେ ଏକ ଭିନ୍ନ ଦିଗ ଅନୁସନ୍ଧାନ କରିବାର ସୁଯୋଗ ଦେବ | ମୁଁ ନିଜକୁ ରାମ ସର୍ ଦୁନିଆକୁ ନେଇଯିବା ପାଇଁ ଅପେକ୍ଷା କରିପାରିବି ନାହିଁ। ମୁଁ ପ୍ରଥମ ଥର ପାଇଁ ରାନୀ ଏବଂ RSVP ସହିତ କାମ କରିବାକୁ ଯାଉଛି ଏବଂ ମୁଁ ଏହି ଯାତ୍ରା ପାଇଁ ବହୁତ୍‌ ଉତ୍ସୁକ ଥିବା କଥା କାର୍ତ୍ତିକ କହିଛନ୍ତି।

KNews Bureau

Recent Posts

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

20 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

24 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

27 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

33 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

45 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

51 mins ago