ମନୋରଂଜନ

ଯଦି ସେଦିନ ଠିକ ସମୟରେ ଧର୍ମେନ୍ଦ୍ର ପହଞ୍ଚି ନ ଥାନ୍ତେ, ହେମାମାଳିନୀଙ୍କୁ ବିବାହ କରି ନେଇ ଯାଇଥାନ୍ତେ ଏହି ଆକ୍ଟର

କୁହାଯାଏ କି ହେମାମାଳିନୀଙ୍କ ଘର ଲୋକଙ୍କୁ ଜିତେନ୍ଦ୍ର ପସନ୍ଦ ଥିଲେ | ଏହା ମଧ୍ୟରେ ଜିତେନ୍ଦ୍ର ଓ ହେମା ଙ୍କ ବିବାହ ଠିକ ହୋଇ ଯାଇଥିଲା |
କଥା ହେଉଛି ବଲିଉଡ ଇଣ୍ଡଷ୍ଟ୍ରିର ପ୍ରଖ୍ୟାତ କପଲ ଧର୍ମେନ୍ଦ୍ର ଏବଂ ହେମାମାଳିନୀଙ୍କ ସମ୍ପର୍କରେ | ଉଭୟଙ୍କ ବିଷୟରେ ଏମିତ କିଛି ଘଟଣା
ଆଜି ବି ଇଣ୍ଡଷ୍ଟ୍ରିରେ ଚର୍ଚ୍ଚାରେ ରହିଛି | ଏମିତି ଏକ ଘଟଣା ଆଜି ଆମେ ଆପଣଙ୍କୁ ଶୁଣେଇବାକୁ ଯାଉଛୁ |

photo credit :abplive.com

ପ୍ରକୃତରେ ହେମାମାଳିନୀଙ୍କ ନାମ ତାଙ୍କ ସମୟର ସବୁଠାରୁ ଚର୍ଚ୍ଚିତ ଏବଂ ଖୁବ ସୁନ୍ଦର ଆକ୍ଟ୍ରସମାନଙ୍କ ମଧ୍ୟରେ ଗଣାଯାଉଥିଲା | ମିଡ଼ିଆ ରିପୋର୍ଟରଙ୍କ ଅନୁସାରେ ସେ ସମୟର ସମସ୍ତ ଆକ୍ଟର ହେମାଙ୍କ ପାଇଁ ପାଗଳ ଥିଲେ | ସେମାନଙ୍କ ମଧ୍ୟରୁ ରାଜକୁମାର, ଜିତେନ୍ଦ୍ରଙ୍କ ଠାରୁ ନେଇ ସଂଜୀବ କୁମାରଙ୍କ ନାମ ପର୍ଯ୍ୟନ୍ତ ସାମିଲ ରହିଥିଲା |

ସଂଜୀବ କୁମାର ତ ବିବାହ ପାଇଁ ହେମାମାଳିନୀଙ୍କୁ ଦୁଇ ଥର ପ୍ରପୋଜ ବି କରି ସାରିଥିଲେ | ସେତେବେଳେ ରାଜ କୁମାର ବି ଚାହୁଁଥିଲେ ହେମା ତାଙ୍କୁ ହିଁ ବିବାହ କରନ୍ତୁ | ଏ ସମସ୍ତଙ୍କ ଭିତରୁ ହେମାଙ୍କୁ ଜିତେନ୍ଦ୍ର ପସନ୍ଦ ଆସିଯାଇଥିଲେ | ଖାଲି ଏତିକି ନୁହେଁ ,କୁହାଯାଉଥିଲା କି ହେମାମାଳିନୀଙ୍କ ଘରଲୋକଙ୍କୁ ବି ଜିତେନ୍ଦ୍ର ପସନ୍ଦ ଥିଲେ | ଏହା ଭିତରେ ଜିତେନ୍ଦ୍ର ଏବଂ ହେମାଙ୍କ ବିବାହ ମଧ୍ୟ ସ୍ଥିର କରି ଦିଆଯାଇଥିଲା | ଏ ବିବାହ ମାଡ୍ରାସର ଏକ ନାମୀ ହୋଟେଲରେ ହେବାର ଥିଲା |

photo credit :abplive.com

ଏଇଠି ରହିଛି କାହାଣୀରେ ଟ୍ଵିଷ୍ଟ | ପ୍ରକୃତରେ ଜିତେନ୍ଦ୍ରଙ୍କର ପ୍ରଥମରୁ ଏକ ଗର୍ଲଫ୍ରେଣ୍ଡ ଥିଲେ | ଯାହାଙ୍କ ନାମ ଶୋଭା କପୁର | ଆପଣଙ୍କୁ ଜଣାଇ ଦେଉଛୁ କି ଶୋଭା ବର୍ତମାନ ଜିତେନ୍ଦ୍ରଙ୍କ ସ୍ତ୍ରୀ | ଶୋଭାଙ୍କୁ ଯେମିତି ଜଣାପଡିଲା ଜିତେନ୍ଦ୍ର ଏବଂ ହେମାଙ୍କ ବିବାହ ବିଷୟରେ, ସେ ବହୁତ ଚିନ୍ତିତ ହୋଇ ଉଠିଲେ | ତେଣୁ ଶୋଭା ଧର୍ମେନ୍ଦ୍ରଙ୍କ ସାହାଯ୍ୟ ଲୋଡିଲେ |

ଧରମ ପାଜୀ ବି ହେମାଙ୍କୁ ଚାହୁଁ ଥିଲେ ,ଖବର ପାଇବା କ୍ଷଣି ସଂଗେ ସଂଗେ ଶୋଭାଙ୍କୁ ସାଥିରେ ଧରି ମାଡ୍ରାସ ପହଂଚି ଗଲେ | ଏହାପରେ ଯେମିତି ଫିଲ୍ମ ବା ଟିଭି ସିରିୟଲରେ ହୋଇଥାଏ ସେମିତି ପରିସ୍ଥିତି ଘଟିଲା | ଶୋଭା ଏପରି ହଂଗାମା କଲେ ଯେ ଜିତେନ୍ଦ୍ରଙ୍କ ସବୁ ଯୋଜନା ପାଣି ଫାଟିଗଲା | ହେମା ଜିତେନ୍ଦ୍ରଙ୍କୁ ଛାଡି ଧର୍ମେନ୍ଦ୍ରଙ୍କୁ ବିବାହ କଲେ |

Niharanjan

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

2 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

2 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

2 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

3 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

3 hours ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

3 hours ago