photo credit : abplive.com
ଋଷି କପୁର ଆଜି ଆମ ଗହଣରେ ନାହାଁନ୍ତି ହେଲେ ତାଙ୍କର ସୁନ୍ଦର ଫିଲ୍ମ ଆଜି ତାଙ୍କୁ ଆମ ଗହଣରେ ଜୀବିତ କରି ରଖିଛନ୍ତି । ଋଷି କପୁର ଜଣେ ଏମିତି କଳାକାର ଯିଏ ଫିଲ୍ମ ବ୍ୟତୀତ ନିଜ ଜୀବନକୁ ନେଇ ମଧ୍ୟ ଖୋଲାଖୋଲି ଭାବେ କହିଥାନ୍ତି । ନିଜ ବହିରେ ସେ ନିଜ ପରିବାର ବିଷୟରେ ମଧ୍ୟ ସତ୍ୟ ଲେଖିବାକୁ ପଛେଇ ନାହାଁନ୍ତି ।
ପିତା ରାଜ କପୁରଙ୍କ ଅନୈତିକ ସମ୍ପର୍କକୁ ନେଇ ମଧ୍ୟ ସେ ଏହି ପୁସ୍ତକରେ ଲେଖିଛନ୍ତି । ବଲିଉଡର ପ୍ରଖ୍ୟାତ ଅଭିନେତା ରାଜ କପୁର ନିଜ ଫିଲ୍ମ ଓ ଆଫେୟାରକୁ ନେଇ ସର୍ବଦା ବଲିଉଡରେ ଚର୍ଚ୍ଚାରେ ରହିଥିଲେ । ନର୍ଗିସ ଓ ବୈଜୟନ୍ତୀମାଳାଙ୍କ ସହ ରାଜ କପୁରଙ୍କ ପ୍ରେମ ସମ୍ପର୍କ ବଲିଉଡରେ ବେଶ ଚର୍ଚ୍ଚାରେ ରହିଥିଲା । ଋଷି କପୁର ଏମିତି ବି ଲେଖିଛନ୍ତି ଯେ ପିତାଙ୍କ ଆଫେୟାର ଯୋଗୁ ମା’ କୃଷ୍ଣା କପୁର ଘର ମଧ୍ୟ ଛାଡିଦେଇଥିଲେ ।
ଋଷି କପୁର ଲେଖିଛନ୍ତି ‘ ମୁଁ ବହୁତ ଛୋଟ ଥିଲି ଯେବେ ମୋର ପିତାଙ୍କର ନର୍ଗିସ ଜୀଙ୍କ ସହ ଆଫେୟାର ଥିଲା । ତେବେ ମୋର ସେ ସମ୍ପର୍କରେ ସେମିତି କିଛି ମନେ ନାହିଁ ଯେ ଏଥିପାଇଁ ଆମ ଘରେ କିଛି ଝଗଡା ହେଉଥିଲା । ତେବେ ମୋର ଏତିକି ମନେ ଅଛି ଯେ ପାପା ଯେବେ ବୈଜୟନ୍ତିମାଲାଙ୍କ ସହ ସମ୍ପର୍କରେ ଥିଲେ ମୁଁ ମା’ଙ୍କ ସହ ମରିନ ଡ୍ରାଇଭରେ ଥିବା ନଟରାଜ ହୋଟେଲରେ ରହୁଥିଲି ।
ଆମେ ଦୁଇ ମାସ ହୋଟେଲରେ ରହିବାପରେ ଚିତ୍ରକୁଟରେ ଥିବା ଏକ ଆପାର୍ଟମେଣ୍ଟରେ ରହିଥିଲୁ । ପିତା ମା‘ ପାଇଁ ଏହି ଆପାର୍ଟମେଣ୍ଟ କିଣିଥିଲେ । ସେତେବେଳେ ପିତା ଆମକୁ ମନାଇବା ପାଇଁ ବହୁତ କିଛି କରିଥିଲେ । ହେଲେ ମା’ ଜିଦରେ ଥିଲେ ଯେ ପାପା ଯେ ପର୍ଯ୍ୟନ୍ତ ଏହି ସମ୍ପର୍କକୁ ସମାପ୍ତ ନ କରିଛନ୍ତି ସେ ପର୍ଯ୍ୟନ୍ତ ମା’ ହାର ମାନିବେ ନାହିଁ ।
ହେଲେ ବୈଜୟନ୍ତୀମାଳା ରାଜ କପୁରଙ୍କ ସହ ନିଜର ସମ୍ପର୍କକୁ ନେଇ ଅସ୍ୱୀକାର କରିଥିଲେ । ଏହା କେବଳ ଫିଲ୍ମ ପ୍ରମୋଶନ ପାଇଁ କହି କଥାକୁ ସହଜ କରିଦେଇଥିଲେ । ହେଲେ ଋଷି କପୁର ଏହାକୁ ନେଇ ବହୁତ ଅସନ୍ତୁଷ୍ଟ ହୋଇଥିଲେ ।
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…
ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…
ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…