Categories: ମନୋରଂଜନ

ଆତ୍ମହତ୍ୟା କଲେ ଅଭିନେତା କୁଶଳ ପଞ୍ଜାବୀ, ସଲମାନ-ଅକ୍ଷୟଙ୍କ ସହିତ କରିଥିଲେ କାମ

ଫିଲ୍ମ ଏବଂ ଟିଭିରେ କାମ କରିସାରିଥିବା ଅଭିନେତା କୁଶଳ ପଞ୍ଜାବୀଙ୍କ ଫ୍ୟାନ୍ସଙ୍କ ପାଇଁ ଦୁଃଖ ଖବର । ୩୭ ବର୍ଷିୟ କୁଶଳଙ୍କ ମୃତ୍ୟୁ ସମସ୍ତଙ୍କୁ ଗଭୀର ଭାବେ ଆଘାତ ପହଁଚାଇଛି । କୁଶଳ ମୁମ୍ବାଇର ବାଂଦ୍ରା ସ୍ଥିତ ନିଜ ଘରେ ଫାସି ଲଗାଇ ଆତ୍ମହତ୍ୟା କରିଦେଇଛନ୍ତି । ଗତକାଲି ରାତିରେ ତାଙ୍କୁ ମୃତଦେହ ଘର ଭିତରେ ଝୁଲିଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପୋଲିସ୍ ଘଟଣାସ୍ଥଳରେ ପହଁଚି ସୁଇସାଇଡ୍ ନୋଟ୍ ଜବତ କରିଛି । ସେ ତାଙ୍କ ସୁଇସାଇଡ୍ ନୋଟରେ ମୃତ୍ୟୁ ପାଇଁ କାହାକୁ ଦାୟୀ ବୋଲି ସାବ୍ୟସ୍ତ କରିନାହାନ୍ତି ।

ଟିଭି ଅଭିନେତା କରଣ ବୋହରା ସୋସିଆଲ ମିଡିଆରେ ପୋଷ୍ଟ କରି ନିଜର ଦୁଃଖ ବ୍ୟକ୍ତ କରିଛନ୍ତି । କରଣବୀର କୁଶଳଙ୍କ ବହୁତ ଭଲ ସାଙ୍ଗ ଥିଲେ । ସେ ଇଷ୍ଟାଗ୍ରାମରେ କୁଶଳଙ୍କ ବହୁସାରା ଫଟୋ ସେୟାର କରି ଲେଖିଛନ୍ତି – ତୁମ ନିଧନ ମତେ ଭିତରୁ ପୁରାପୁରି ଭାଙ୍ଗିଦେଇଛି । ମୁଁ ଏବେ ବି ବିଶ୍ବାସ କରିପାରୁନି । ମୁଁ ଜାଣିଛି ତୁମେ ଯେଉଁଠାରେ ବି ଅଛ ବହୁତ ଖୁସି ଭରା ସ୍ଥାନରେ ଅଛ । ଯେଉଁ ପ୍ରକାରରେ ତୁମେ ନିଜ ଜୀବନକୁ ଜିଇଁଛ ତାହା ମତେ ପ୍ରେରିତ କରିଛି…କିନ୍ତୁ ମତେ କଣ ଜଣା ଥିଲା ।

ଏହାସହ ସେ ଲେଖିଛନ୍ତି କି, ତୁମର ଡ୍ୟାନସିଂ,ଫିଟନେସ୍,ଅଫ-ରୋଡ ବାଇକିଂଗ,ଜଣେ ବାପା ହେବାର କର୍ତ୍ତବ୍ୟ ଏବଂ ଏହି ସବୁଠାରୁ ଉପରେ ତୁମର ହସ ହସ ଚେହେରା ଯାହା ବହୁତ ସରଳ ଥିଲା । ମୁଁ ତୁମକୁ ବହୁତ ମନେପକାଉଛି । କରଣବୀର ବୋହରାଙ୍କର ଏହି ପୋଷ୍ଟରେ ଅନ୍ୟ କଳାକାର ଏବଂ ଫ୍ୟାନ୍ସ ମାନେ ମଧ୍ୟ ନିଜର ଦୁଃଖ ବ୍ୟକ୍ତ କରିଛନ୍ତି ।

କୁଶଳ ନିଜର କ୍ୟାରିୟର ମଡେଲ ଏବଂ ଡ୍ୟାନ୍ସର ରୂପେ ଆରମ୍ଭ କରିଥିଲେ । ଯିଏ ଗତ ଦୁଇ ଦଶକ ହେବ କାମ କରି ଆସୁଛନ୍ତି । କୁଶଳ ସିରିୟଲ୍ ବ୍ୟତିତ ଫିଲ୍ମରେ ମଧ୍ୟ ନଜର ଆସିସାରିଛନ୍ତି । ସେ ଅକ୍ଷୟ କୁମାରଙ୍କ ସହିତ ଅନ୍ଦାଜ,ଫରହାନ ଅଖତରଙ୍କ ନିର୍ଦ୍ଦେଶନାରେ ହୋଇଥିବା ଫିଲ୍ମ ଲକ୍ଷ୍ୟ,ଅଜୟ ଦେବଗନଙ୍କ ସହିତ କାଳ,ସଲମାନଙ୍କ ସହିତ ସଲାମ-ଏ-ଇସ୍କ ଏବଂ ଦନ ଦନା ଦନ ଦନ ଗୋଲ ପରି ଫିଲ୍ମରେ କାମ କରିଛନ୍ତି ।

Sonalisa

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

21 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

23 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago