Below header

ଆତ୍ମହତ୍ୟା କଲେ ଅଭିନେତା କୁଶଳ ପଞ୍ଜାବୀ, ସଲମାନ-ଅକ୍ଷୟଙ୍କ ସହିତ କରିଥିଲେ କାମ

ଫିଲ୍ମ ଏବଂ ଟିଭିରେ କାମ କରିସାରିଥିବା ଅଭିନେତା କୁଶଳ ପଞ୍ଜାବୀଙ୍କ ଫ୍ୟାନ୍ସଙ୍କ ପାଇଁ ଦୁଃଖ ଖବର । ୩୭ ବର୍ଷିୟ କୁଶଳଙ୍କ ମୃତ୍ୟୁ ସମସ୍ତଙ୍କୁ ଗଭୀର ଭାବେ ଆଘାତ ପହଁଚାଇଛି । କୁଶଳ ମୁମ୍ବାଇର ବାଂଦ୍ରା ସ୍ଥିତ ନିଜ ଘରେ ଫାସି ଲଗାଇ ଆତ୍ମହତ୍ୟା କରିଦେଇଛନ୍ତି । ଗତକାଲି ରାତିରେ ତାଙ୍କୁ ମୃତଦେହ ଘର ଭିତରେ ଝୁଲିଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପୋଲିସ୍ ଘଟଣାସ୍ଥଳରେ ପହଁଚି ସୁଇସାଇଡ୍ ନୋଟ୍ ଜବତ କରିଛି । ସେ ତାଙ୍କ ସୁଇସାଇଡ୍ ନୋଟରେ ମୃତ୍ୟୁ ପାଇଁ କାହାକୁ ଦାୟୀ ବୋଲି ସାବ୍ୟସ୍ତ କରିନାହାନ୍ତି ।

kusalଟିଭି ଅଭିନେତା କରଣ ବୋହରା ସୋସିଆଲ ମିଡିଆରେ ପୋଷ୍ଟ କରି ନିଜର ଦୁଃଖ ବ୍ୟକ୍ତ କରିଛନ୍ତି । କରଣବୀର କୁଶଳଙ୍କ ବହୁତ ଭଲ ସାଙ୍ଗ ଥିଲେ । ସେ ଇଷ୍ଟାଗ୍ରାମରେ କୁଶଳଙ୍କ ବହୁସାରା ଫଟୋ ସେୟାର କରି ଲେଖିଛନ୍ତି – ତୁମ ନିଧନ ମତେ ଭିତରୁ ପୁରାପୁରି ଭାଙ୍ଗିଦେଇଛି । ମୁଁ ଏବେ ବି ବିଶ୍ବାସ କରିପାରୁନି । ମୁଁ ଜାଣିଛି ତୁମେ ଯେଉଁଠାରେ ବି ଅଛ ବହୁତ ଖୁସି ଭରା ସ୍ଥାନରେ ଅଛ । ଯେଉଁ ପ୍ରକାରରେ ତୁମେ ନିଜ ଜୀବନକୁ ଜିଇଁଛ ତାହା ମତେ ପ୍ରେରିତ କରିଛି…କିନ୍ତୁ ମତେ କଣ ଜଣା ଥିଲା ।

ଏହାସହ ସେ ଲେଖିଛନ୍ତି କି, ତୁମର ଡ୍ୟାନସିଂ,ଫିଟନେସ୍,ଅଫ-ରୋଡ ବାଇକିଂଗ,ଜଣେ ବାପା ହେବାର କର୍ତ୍ତବ୍ୟ ଏବଂ ଏହି ସବୁଠାରୁ ଉପରେ ତୁମର ହସ ହସ ଚେହେରା ଯାହା ବହୁତ ସରଳ ଥିଲା । ମୁଁ ତୁମକୁ ବହୁତ ମନେପକାଉଛି । କରଣବୀର ବୋହରାଙ୍କର ଏହି ପୋଷ୍ଟରେ ଅନ୍ୟ କଳାକାର ଏବଂ ଫ୍ୟାନ୍ସ ମାନେ ମଧ୍ୟ ନିଜର ଦୁଃଖ ବ୍ୟକ୍ତ କରିଛନ୍ତି ।

kusalକୁଶଳ ନିଜର କ୍ୟାରିୟର ମଡେଲ ଏବଂ ଡ୍ୟାନ୍ସର ରୂପେ ଆରମ୍ଭ କରିଥିଲେ । ଯିଏ ଗତ ଦୁଇ ଦଶକ ହେବ କାମ କରି ଆସୁଛନ୍ତି । କୁଶଳ ସିରିୟଲ୍ ବ୍ୟତିତ ଫିଲ୍ମରେ ମଧ୍ୟ ନଜର ଆସିସାରିଛନ୍ତି । ସେ ଅକ୍ଷୟ କୁମାରଙ୍କ ସହିତ ଅନ୍ଦାଜ,ଫରହାନ ଅଖତରଙ୍କ ନିର୍ଦ୍ଦେଶନାରେ ହୋଇଥିବା ଫିଲ୍ମ ଲକ୍ଷ୍ୟ,ଅଜୟ ଦେବଗନଙ୍କ ସହିତ କାଳ,ସଲମାନଙ୍କ ସହିତ ସଲାମ-ଏ-ଇସ୍କ ଏବଂ ଦନ ଦନା ଦନ ଦନ ଗୋଲ ପରି ଫିଲ୍ମରେ କାମ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.