କେରଳ: ମହଙ୍ଗା ପଡିଲା ଗୁଗଲ ମ୍ୟାପ୍‌ ବ୍ୟବହାର କରିବା, କାର୍‌ ସହ ଝରଣାରେ ଖସିପଡିଲେ ୪ ସାଙ୍ଗ

ଗୁଗଲ୍‌ ଏମିତି ବାଟ ଦେଖାଇଲା ଯେ, କାର ସହିତ ସମସ୍ତ ଯାତ୍ରୀ ସିଧା ଯାଇ ପାଣି ଭିତରେ । ତେବେ ଏମିତି ଘଟଣା ଘଟିବା ପରେ ସମସ୍ତଙ୍କୁ ପାଣିରୁ ଉଦ୍ଧାର କରାଯାଇଛି କିନ୍ତୁ କାରଟି ବୁଡିଯାଇଥିବା ଖବର ମିଳିଛି। ଏଭଳି ଘଟଣା ଦକ୍ଷିଣ କେରଳ ଜିଲ୍ଲା କୁରୁପ୍ପନଥାରାରେ ଘଟିଛି ।

ଗୁଗଲ ମ୍ୟାପ୍‌ ବ୍ୟବହାର କରି କାର ଚଲାଇବା ପଡିଲା ମହଙ୍ଗା । ଗୁଗଲ୍‌ ଏମିତି ବାଟ ଦେଖାଇଲା ଯେ, କାର ସହିତ ସମସ୍ତ ଯାତ୍ରୀ ସିଧା ଯାଇ ପାଣି ଭିତରେ । ତେବେ ଏମିତି ଘଟଣା ଘଟିବା ପରେ ସମସ୍ତଙ୍କୁ ପାଣିରୁ ଉଦ୍ଧାର କରାଯାଇଛି କିନ୍ତୁ କାରଟି ବୁଡିଯାଇଥିବା ଖବର ମିଳିଛି। ଏଭଳି ଘଟଣା ଦକ୍ଷିଣ କେରଳ ଜିଲ୍ଲା କୁରୁପ୍ପନଥାରାରେ ଘଟିଛି ।

ଖବର ମୁତାବକ, ଗତ ଶୁକ୍ରବାର ରାତିରେ କେରଳରେ ପ୍ରବଳ ବର୍ଷା ଯୋଗୁଁ ଚାରିଆଡେ ପାଣିଭର୍ତ୍ତି ହୋଇଥିଲା । ୪ ଜଣ ସାଙ୍ଗ ଆଲପୁଝା ଯାଉଥିବା ବେଳେ ପାଣି ଭର୍ତ୍ତି ହୋଇଥିବାରୁ ସମସ୍ତେ ମିଶି ଗୁଗଲ ନାଭିଗେସନକୁ ବ୍ୟବହାର କରିଥିଲେ । ତେବେ ବର୍ଷା ଯୋଗୁଁ ଏକ ଝରଣାରେ ପାଣି ଭର୍ତ୍ତି ହୋଇଯାଇଥିଲା । ତେଣୁ ରାସ୍ତା ପାଇନଥିଲେ । ଗୁଗଲ ମ୍ୟାଚଚ ବ୍ୟବହାର କରି ଠିକଣା ସ୍ଥାନକୁ ଯାଉଥିବା ବେଳେ ସମସ୍ତେ ଗାଡି ସହିତ ଝରଣାରେ ପଡିଯାଇଥିଲେ ।

ତେବେ ସ୍ଥାନୀୟ ଲୋକ ଏମାନଙ୍କୁ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ । କିନ୍ତୁ ପାଣିରେ ଏମାନଙ୍କ କାରଟି ସଂପୂର୍ଣ୍ଣ ଭାବେ ବୁଡିଯାଇଥିଲା ଆଉ ଏମାନେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲେ । ଗାଡିକୁ ପାଣିରୁ ବାହାର କରିବା ପାଇଁ ପୋଲିସ ଚେଷ୍ଟା କରିଥିଲା କିନ୍ତୁ କରିପାରିନଥିଲା ।

ଗତ ମଙ୍ଗଳବାରଠୁ ବର୍ଷା କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଥିରୁଅନନ୍ତପୁରମ୍, କୋଲାମ, ଆଲାପୁଜା, ଏର୍ନାକୁଲମ୍, କୋଜିକୋଡେ, କନ୍ନୁର ଏବଂ କାସରଗୋଡ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରିଛି । କୌଣସି ଜରୁରୀକାଳୀନ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ, ଅଗ୍ନିଶମ ବାହିନୀ, ପୁଲିସ ଏବଂ ରାଜସ୍ୱ ବିଭାଗ ସଜାଗ ରହିଛନ୍ତି ।

ସୂଚନାଯୋଗ୍ୟ, କେରଳରେ ଗତ ଅକ୍ଟୋବରରେ ଦୁଇଜଣ ଯୁବ ଡାକ୍ତର କାର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ । ଏମାନେ ମଧ୍ୟ ଗୁଗଲ ମ୍ୟାପ୍‌ ବ୍ୟବହାର କରି ନଦୀରେ ଖସିପଡିଥିଲେ ।

Leave A Reply

Your email address will not be published.