ଏମିତି ଜାଣନ୍ତୁ ଫୋନର IMEI ନମ୍ବର, କୌଣସି ବି ମୋବାଇଲକୁ ସହଜରେ କରିପାରିବେ ଟ୍ରାକ

ଆଜିକାଲି ସମସ୍ତଙ୍କ ଘରେ ନୁହେଁ ତ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ। ଅନେକ ଥର ନୂଆ ଅପଡେଟେଡ୍‌ ଫୋନ କିଣିବାକୁ ପୁରୁଣା ଫୋନକୁ ବିକ୍ରି କରିଦିଅନ୍ତି। ସେହିପରି ଅନେକ ଥର ଆମ ଫୋନ୍‌ ହଜିଯାଏ କିମ୍ବା ଚୋରି ହୋଇଯାଏ। ଏଥିପାଇଁ ପୋଲିସରେ ଅଭିଯୋଗ କରିଥାଉ ଆଉ ଏଫଆଇଆର ରୁଜୁ କରିବାକୁ ହେଲେ IMEI ନମ୍ବର ଦେବାକୁ ପଡିଥାଏ। ଏହିସବୁ ପରିସ୍ଥିତିରେ ସର୍ବପ୍ରଥମେ IMEI ନମ୍ବର ସାମ୍ନାକୁ ଆସିଥାଏ ଯାହା ଆମ ପାଖରେ ନଥିଲେ ଫୋନକୁ ବିକ୍ରି କରାଯାଇପାରିବନାହିଁ ଏବଂ ଚୋରି ହୋଇଥିବା ଫୋନକୁ ଟ୍ରାକ କରାଯାଇପାରିବନାହିଁ। ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବୁ ଆପଣ କେମିତି କାହା ଫୋନରୁ IMEI ନମ୍ବର ବାହାର କରିପାରିବେ।

କଣ ହୋଇଥାଏ IMEI ନମ୍ବର

emi numberIMEIର ଫୁଲଫର୍ମ International Mobile Station Equipment Identity ଅଟେ ଏବଂ ଏହା ଫୋନର ୟୁନିକ ନମ୍ବର ଅଟେ। IMEI ନମ୍ବର ପ୍ରତି ଫୋନର ଭିନ୍ନ ଭିନ୍ନ ରହିଥାଏ। ଏହି ନମ୍ବର ଜରିଆରେ କୌଣସି ବି ସ୍ମାର୍ଟଫୋନକୁ ଟ୍ରାକ କରାଯାଇପାରିବ ଏବଂ ଫୋନରେ ହେଉଥିବା କଲିଂ ଉପରେ ପ୍ରତିବନ୍ଧକ ଲଗାଯାଇହେବ। IMEI ନମ୍ବର ଜରିଆରେ ଏହା ଜଣାପଡିବ ଯେ ଫୋନ ଆପଣଙ୍କର ନା ଆଉ କାହାର।

ସର୍ବପ୍ରଥମେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସେହି ଡିଭାଇସରେ ରହିଥାଏ ଯେଉଁଥିରେ ସିମକାର୍ଡର ବ୍ୟବହାର କରାଯାଏ। ଅର୍ଥାତ ଆଇଏମଇଆଇ ନମ୍ବରର ସମ୍ପର୍କ ସିମ୍‌ ସ୍ଲଟରେ ରହିଥାଏ। ସେହିପରି ଡୁଆଲ ସିମ ଫୋନରେ କିମ୍ବା ଟାବଲେଟରେ ଦୁଇଟି ନମ୍ବର ରହିଥାଏ। IMEI ନମ୍ବର ଜାଣିବାର ସବୁଠାରୁ ସହଜ ଉପାୟ ହେଉଛି USSD କୋଡ। ଏହି କୋଡ ସମସ୍ତଙ୍କ ଫୋନରେ କାମ କରିଥାଏ। ନିଜ ଫୋନରେ ଡାଏଲ କରନ୍ତୁ। ଏହାପରେ ଆପଣଙ୍କୁ ଫୋନର ସ୍କ୍ରୀନ ଉପରେ IMEI ନମ୍ବର ଦେଖାଯିବ। ଏହି IMEI ନମ୍ବରକୁ କେଉଁ କାଗଜରେ ଲେଖି ସୁରକ୍ଷିତ ରଖନ୍ତୁ।

mobaileଏହାଛଡା ଆଇଫୋନ ଏବଂ ଅନେକ ସ୍ମାର୍ଟଫୋନର ବ୍ୟାକ୍‌ ପ୍ୟାନେଲ ଏବଂ ବ୍ୟାଟେରୀ ତଳ ଭାଗରେ IMEI ନମ୍ବର ଲେଖାଯାଇଥାଏ। ଅନେକ ଫୋନରେ IMEI ନମ୍ବର ସିମ ଟ୍ରେ ଉପରେ ଲେଖା ହୋଇଥାଏ। ଏହାଛଡା ଆଣ୍ଡ୍ରଏଡ୍‌ ଫୋନ ସେଟିଙ୍ଗକୁ ଯାଇ ଏବାଉଟରେ ଯାଇ ଆପଣ ଦେଖିପାରିବେ। ସେହିପରି ଆଇଫୋନ ସେଟିଙ୍ଗର ଜେନେରାଲକୁ ଯାଇ ଏବାଉଟରେ IMEI ନମ୍ବର ଜାଣିପାରିବେ। ସେହିପରି ଫୋନର ବକ୍ସ ଏବଂ ରସିଦରେ ମଧ୍ୟ ଇଏମଆଇ ନମ୍ବର ଲେଖାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.