Below header

ବିକ୍ରି ହେଲା ମାଧୁରୀ ଦୀକ୍ଷିତଙ୍କ କୋଠି, ଏତେ କୋଟି ଟଙ୍କାରେ କିଣିଲେ ୩ଜଣ ଲୋକ

ଶେଷରେ ବଲିଉଡ୍‌ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ କୋଠି ଗୁରୁବାର ବିକ୍ରି ହୋଇଛି। କୋଠିର ରେଜିଷ୍ଟ୍ରୀ ପାଇଁ ତାଙ୍କ ସ୍ୱାମୀ ଶ୍ରୀରାମ ମାଧବ ନେନେ ହରିୟାଣାର ପଞ୍ଚକୁଲା ପହଞ୍ଚିଥିଲେ। ଆସନ୍ତୁ ଜାଣିବା କେତେ ଟଙ୍କାରେ କୋଠି ବିକ୍ରି ହେଲା ଏବଂ କିଏ କିଣିଛନ୍ତି ମାଧୁରୀଙ୍କ କୋଠି।

ମାଧୁରୀ ଦୀକ୍ଷିତଙ୍କ ଏହି କୋଠି ପଞ୍ଚକୁଲାର ଏମ୍‌ଡିସି ସେକ୍ଟର-୪ରେ ରହିଛି। ୧୯୯୬ରେ ସିଏମ୍‌ କୋଟାରେ ମାଧୁରୀଙ୍କୁ ଏହି କୋଠି ଦିଆଯାଇଥିଲା। କୋଠିର ନମ୍ବର ୩୧୦। ଏହାର ରେଜିଷ୍ଟ୍ରୀ ପାଇଁ ଗୁରୁବାର ଅପରାହ୍ନ ୨ଟାରେ ଶ୍ରୀରାମ ନେନେ ପଞ୍ଚକୁଲା ତହସିଲ ପହଞ୍ଚିଥିଲେ। ଏହି ସମୟରେ ପାଖାପାଖି ୧ ଘଣ୍ଟାରେ କାଗଜପତ୍ର କାମ ଏବଂ ରେଜିଷ୍ଟ୍ରୀ ହୋଇଥିଲା। ଏହାପରେ ରେଜିଷ୍ଟ୍ରୀର ପୂରା ପ୍ରକ୍ରିୟା ନଲେଜ୍‌ ଡକ୍ୟୁମେଣ୍ଟ ସେଣ୍ଟର ତରଫରୁ କରାଯାଇଥିଲା।

ma2

ସୂଚନା ମୁତାବକ, ମାଧୁରୀ ଦୀକ୍ଷିତ ଏମ୍‌ଡିସି କୋଠିକୁ ୩ଜଣଙ୍କ ନାଁରେ କରିଛନ୍ତି। ସେମାନେ ହେଲେ ଅମିତ୍‌ ତନେଜା, ଭୂପିନ୍ଦର ତନେଜା ଓ ମନି ତନେଜା। କୋଠିର ରେଜିଷ୍ଟ୍ରୀ ୩.୨ କୋଟିରେ ହୋଇଥିଲା।

ତହସିଲଦାର ବୀରେନ୍ଦ୍ର ଗିଲ୍‌ ଏବଂ ନାଏବ ତହସିଲଦାର ଈଶ୍ୱର କହିଛନ୍ତି, ବଲିଉଡ୍‌ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ସ୍ୱାମୀ ଡା. ଶ୍ରୀରାମ ନେନେ ପତ୍ନୀଙ୍କ ‘ପାଓ୍ଵାର ଅଫ୍‌ ଅଟୋର୍ନି’ ନେଇ ଏମ୍‌ଡିସି ସେକ୍ଟର-୪ର କୋଠି ବିକ୍ରି କରିବା ପାଇଁ ପହଞ୍ଚିଥିଲେ। କାଗଜପତ୍ର ଯାଞ୍ଚର ପୂରା ଔପଚାରିକତା ପରେ ରେଜିଷ୍ଟ୍ରୀ କରାଯାଇଥିଲା।

ma4

ସିଏମ୍‌ କୋଟାରେ ୧୯୯୬ରେ ମାଧୁରୀଙ୍କୁ ମିଳିଥିଲା ପ୍ଲାଟ୍‌

ହରିୟାଣାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଚୌଧୁରୀ ଭଜନଲାଲ୍‌ ମାଧୁରୀ ଦୀକ୍ଷିତଙ୍କୁ ସିଏମ୍‌ କୋଟାରେ ପ୍ଲାଟ୍‌ ଦେଇଥିଲେ। ଏହା ବଦଳରେ ମାଧୁରୀ ପାଖାପାଖି ଦେଢ଼ ଲକ୍ଷ ଟଙ୍କା ଜମା କରିଥିଲେ। ପଞ୍ଚକୁଲା ତହସିଲରେ ମିଡିଆକୁ ଦେଖି ଡା. ନେନେ ଅସନ୍ତୋଷ ପ୍ରକାଶ କରିଥିଲେ। ସେ କହିଥିଲେ, ପର୍ସନାଲ୍‌ ଡକ୍ୟୁମେଣ୍ଟେଶନ ଏବଂ ଟ୍ରାଞ୍ଜାକ୍ସନରେ ମିଡିଆ ହସ୍ତକ୍ଷେପ କରିବା ଉଚିତ ନୁହେଁ।

ma3

ଫଟୋ ଏବଂ ସେଲ୍ଫି ନେବା ପାଇଁ ଲୋକଙ୍କ ଭିଡ଼

ମିଡିଆ ବ୍ୟତୀତ ତହସିଲରେ କିଛି ଲୋକ ମାଧୁରୀଙ୍କ ସ୍ୱାମୀଙ୍କୁ ଦେଖିବା ପାଇଁ ପୂର୍ବରୁ ହିଁ ଉତ୍ସୁକତାର ସହ ଅପେକ୍ଷା କରିଥିଲେ। ଯେତେବେଳେ ସେ ସେଠାରେ ପହଞ୍ଚିଥିଲେ, ସମସ୍ତେ ତାଙ୍କ ସହ ଫଟୋ ଏବଂ ସେଲ୍ଫି ସେଶନ କରିବା ପାଇଁ ରୁଣ୍ଡ ହୋଇଯାଇଥିଲେ। କିନ୍ତୁ ସେ କାହା ସହିତ କଥା ହୋଇ ନ ଥିଲେ। ସିଧା ତହସିଲ ରୁମ୍‌କୁ ଚାଲିଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.