ପାୟଲ କାପାଡିଆଙ୍କ ଫିଲ୍ମ ‘All We Imagine As Light’ ରଚିଲା ଇତିହାସ, କାନ୍ସ ଫିଲ୍ମ ଫେଷ୍ଟିଭାଲରେ ମିଳିଲା ଆଓ୍ଵାର୍ଡ

ଭାରତୀୟ ଫିଲ୍ମ 'All We Imagine As Light' ଇତିହାସ ସୃଷ୍ଟି କରିଛି । ଏହି ଫେଷ୍ଟିଭାଲରେ ପାୟଲ କାପାଡିଆଙ୍କ ଫିଚର ଫିଲ୍ମକୁ ଗ୍ରାଣ୍ଡ ପ୍ରିକ୍ସ ଆଓ୍ଵାର୍ଡ ମିଳିଛି । ତେବେ ଅନାସୁୟା ସେନଗୁପ୍ତା ପରେ, ବର୍ତ୍ତମାନ ପାୟଲ କାପାଡିଆ ୨୦୨୪ରେ କାନ୍ସରେ ଭାରତକୁ ଗର୍ବିତ କରିଛନ୍ତି ।

୭୭ ତମ କାନ୍ସ ଫିଲ୍ମ ଫେଷ୍ଟିଭାଲର ଶେଷ ଦିନରେ ଏକ ଶାନ୍‌ଦାର ଆଓ୍ଵାର୍ଡ ଫଙ୍କସନ୍‌ ଅନୁଷ୍ଠିତ ହୋଇଥିଲା ଯେଉଁଠାରେ ଭାରତୀୟ ଫିଲ୍ମ ‘All We Imagine As Light’ ଇତିହାସ ସୃଷ୍ଟି କରିଛି । ଏହି ଫେଷ୍ଟିଭାଲରେ ପାୟଲ କାପାଡିଆଙ୍କ ଫିଚର ଫିଲ୍ମକୁ ଗ୍ରାଣ୍ଡ ପ୍ରିକ୍ସ ଆଓ୍ଵାର୍ଡ ମିଳିଛି । ତେବେ ଅନାସୁୟା ସେନଗୁପ୍ତା ପରେ, ବର୍ତ୍ତମାନ ପାୟଲ କାପାଡିଆ ୨୦୨୪ରେ କାନ୍ସରେ ଭାରତକୁ ଗର୍ବିତ କରିଛନ୍ତି । କିନ୍ତୁ ଅନେକ ଲୋକ ଅଛନ୍ତି ଯେଉଁମାନେ ଜାଣନ୍ତି ନାହିଁ ଫିଲ୍ମ ଫେଷ୍ଟିଭାଲର ଦ୍ୱିତୀୟ ସମ୍ମାନଜନକ ପୁରସ୍କାର ହେଉଛି ‘ଗ୍ରାଣ୍ଡ୍ ପ୍ରିକ୍ସ ପାଲମେ ଡି’ ଆଓ୍ଵାର୍ଡ ହୋଇଥାଏ ।

ମେ ୨୩, ୨୦୨୪ କାନ୍ସ ଫିଲ୍ମ ଫେଷ୍ଟିଭାଲରେ କମ୍ପିଟିସନ୍‌ ସେକ୍ସନ୍‌ରେ ପାୟଲ କାପାଡିଆଙ୍କ ଫିଲ୍ମ ‘All We Imagine As Light’ ପ୍ରଦର୍ଶିତ କରାଯାଇଥିଲା । ତେବେ ୩୦ ବର୍ଷ ପରେ ଏହି ଫିଲ୍ମ ଫେଷ୍ଟିଭାଲରେ ଏକ ଫିଲ୍ମର ପ୍ରିମିୟର ହୋଇଥିଲା । କେବଳ ଏତିକି ନୁହେଁ ଏହି ଫିଲକୁ୍ମ ମଧ୍ୟ ଏକ ଆଓ୍ଵାର୍ଡ ମିଳିଥିଲା । ଏଭଳି ପରିସ୍ଥିତିରେ ଏହି ଫିଲ୍ମ କମ୍ପିଟିସନ୍‌ ସେକ୍ସନ୍‌ରେ ପ୍ରଦର୍ଶିତ ହୋଇଥିବା ପ୍ରଥମ ଭାରତୀୟ ଫିଲ୍ମ ହୋଇଥିଲା । ତେବେ ୩୦ ବର୍ଷ ପୂର୍ବେ କାନ୍ସରେ ଭାରତର ଶେଷ ଫିଲ୍ମ ନୋମିନେଟ୍‌ ହୋଇଥିଲା ।

ଏହା ସହ ଗ୍ରାଣ୍ଡ ପ୍ରିକ୍ସ ଆଓ୍ଵାର୍ଡ ବିଜେତା ‘All We Imagine As Light’ ପାୟଲ କାପାଡିଆ ନିର୍ଦ୍ଦେଶନା ଦେଇଛନ୍ତି । ବାସ୍ତବରେ ଫିଲ୍ମ କାନ୍ସ ୨୦୨୪ରେ ପାଲମେ ଡି’ଅର୍ କାଟାଗୋରୀ ପାଇଁ ନୋମିନେଟ୍‌ ହୋଇଥିଲା, କିନ୍ତୁ ଏହା ଏହି ବିଶେଷ ସମ୍ମାନ ପାଇବାକୁ ବଞ୍ଚିତ ହୋଇଥିଲା ଏବଂ ଏହି ଫେଷ୍ଟିଭାଲର ଦ୍ୱିତୀୟ ସର୍ବୋଚ୍ଚ ସମ୍ମାନ ଜିତି ଇତିହାସ ସୃଷ୍ଟି କରିଥିଲା । ପାୟଲ ମଧ୍ୟ ଏହି ଫିଲ୍ମ ଲେଖିଛନ୍ତି । ଯେତେବେଳେ କି ଏହା ମିଳିତ ଭାବେ ଥୋମସ୍ ହାକିମ୍, ରଣବୀର ଦାସ ଏବଂ ଜୁଲିଆନ୍ ଗ୍ରୋଫ୍ ଦ୍ୱାରା ତିଆରି କରାଯାଇଛି ।

ପାୟଲ କାପାଡିଆଙ୍କ ଫିଲ୍ମ ‘All We Imagine As Light’ ର ଷ୍ଟାର୍ କାଷ୍ଟ୍ ବିଷୟରେ କହିବାକୁ ଗଲେ, ଏହାର ମୁଖ୍ୟ ଭୂମିକାରେ କନି କୁଶ୍ରୁତି, ଦିବ୍ୟା ପ୍ରଭା, ଛାୟା କଦମ୍ ଏବଂ ହ୍ରଦାୟୁ ହାରୁନ୍ ଅଛନ୍ତି । ଏହି ଫିଲ୍ମ ଷ୍ଟୋରି ମୁମ୍ବାଇରେ ରହୁଥିବା ତିନିଜଣ ମହିଳାଙ୍କ ଉପରେ ହୋଇଛି । ଯେଉଁମାନେ ସେମାନଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି ।

ଦେଖନ୍ତୁ ଫଟୋ : https://www.instagram.com/p/C7ZqmWsCecU/?utm_source=ig_embed&ig_rid=8d3152a7-ed36-44c8-b2e7-f28a467e73a9https://www.instagram.com/p/C7ZqmWsCecU/?utm_source=ig_embed&ig_rid=8d3152a7-ed36-44c8-b2e7-f28a467e73a9

Leave A Reply

Your email address will not be published.