ସୁସ୍ଥ ହୋଇ ଘରକୁ ଫେରିବେ କଣ ସିଧା ଚାଲିଗଲେ ଆରପାରିକୁ..

ଦୁନିଆରେ ଜୀବନ ମରଣ ସତ୍ୟ । ତାଛଡା ଆଉ ସବୁ କିଛି ମିଛ । ଯିଏ ଥରେ ଜନ୍ମ ନେଇଛି ମାନେ ସେ ଦିନେ ନା ଦିନେ ମୃତ୍ୟୁବରଣ କରିବ । ଏହା ଦୁନିଆର ନୀତି । କିନ୍ତୁ କଣ ମୃତ୍ୟୁ ଏମିତି ବି ଆସେ ।

ଚୌଦ୍ଵାର(କେନ୍ୟୁଜ): ଦୁନିଆରେ ଜୀବନ ମରଣ ସତ୍ୟ । ତାଛଡା ଆଉ ସବୁ କିଛି ମିଛ । ଯିଏ ଥରେ ଜନ୍ମ ନେଇଛି ମାନେ ସେ ଦିନେ ନା ଦିନେ ମୃତ୍ୟୁବରଣ କରିବ । ଏହା ଦୁନିଆର ନୀତି । କିନ୍ତୁ କଣ ମୃତ୍ୟୁ ଏମିତି ବି ଆସେ । ଅସୁସ୍ଥତା କାରଣରୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଙ୍କୁ ଦେଖାଇବାକୁ ହସ୍ପିଟାଲକୁ ଆସୁଥିଲେ । କେମିତି ଟିକେ ସୁସ୍ଥ ହୋଇ ପୁଣି ଘରକୁ ଫେରିଆସିବେ ବୋଲି ମନରେ ଭାବିଥିଲେ । ହେଲେ କିଏ ଜାଣିଥିଲା ସୁସ୍ଥ ହୋଇ ଘରକୁ ଫେରିବେ କଣ, ସିଧା ଚାଲିଗଲେ ଦୁନିଆ ଛାଡି ।

ଥରେ ଆମ୍ବୁଲାନ୍ସଟିକୁ ଦେଖିଲେ ଜାଣିପାରିବେ । ଆମ୍ବୁଲାନ୍ସର ଅବସ୍ଥା ଦେଖିଲେ ଦୁର୍ଘଟଣା ଯେ କେତେ ଭୟଙ୍କର ଭାବେ ହୋଇଛି ତାହା ଅନୁମାନ କରିପାରିବେ  । ଯାହା ଖବର ମିଳିଛି, ଟ୍ରକକୁ ପଛ ପାଖରୁ ଧକ୍କା ଦେଇଥିଲା ଏହି ୧୦୮ ଆମ୍ବୁଲାନ୍ସଟି । ଯାହାଫଳରେ ଆମ୍ବୁଲାନ୍ସରେ ବସିଥିବା ରୋଗୀଙ୍କର ମୃତ୍ୟୁ ହୋଇଛି । ଟାଙ୍ଗୀ ବନ୍ଦାଳ ନିକଟରେ ଏକ ଟ୍ରକ ପଛକୁ ପ୍ରଥମେ ୧୦୮ ଆମ୍ବୁଲାନ୍ସଟି ଧକ୍କା ଦେଇଥିଲା । ଆମ୍ବୁଲାନ୍ସଟି ରୋଗୀ ନେଇ ମୟୁରଭଞ୍ଜରୁ ଏସସିବି ମେଡିକାଲକୁ ଆସୁଥିଲା ।

ଦୁର୍ଘଟଣାରେ ରୋଗୀଟିର ମୃତ୍ୟୁ ଘଟିଥିବାବେଳେ ଆମ୍ବୁଲାନ୍ସ ଡ୍ରାଇଭର ସମେତ ୩ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତରଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି । ପରେ ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

ଅନ୍ୟପଟେ ଘଟଣାସ୍ଥଳରେ ଟାଙ୍ଗୀ ପୋଲିସ୍ ଓ ଏନଏଚ୍ ପେଟ୍ରୋଲିଙ୍ଗ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଆମ୍ବୁଲାନ୍ସକୁ ଜବତ୍ କରି ଥାନା ଆଣିଥିବା ବେଳେ ଟ୍ରକ୍ ଟି ଫେରାର ହୋଇଯାଇଛି । ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି ।

ମଣିଷ ସହିତ କେବେ ବି ଏମିତି କିଛି ଘଟଣା ଘଟିପାରେ ଯାହା ବିଷୟରେ ହୁଏତ କେବେ ବି ସେ ଚିନ୍ତା କରିନଥିବ । ବିଧିର ବିଧାନକୁ ତ କିଏ ବି ଟାଳି ପାରିବେ ନାହିଁ । ଘରୁ ବାହାରକୁ ପାଦ ଦେବା ମାତ୍ରେ ଯେମିତି ବିପଦ ଆମ ପଛେ ପଛେ ହିଁ ଚାଲିଥାଏ । କେତେ ବେଳେ କଣ ଯେ ଘଟିଯିବ କେହି କହିପାରିବେନି ।

Leave A Reply

Your email address will not be published.