୧୫ ଅଗଷ୍ଟରେ ଲଞ୍ଚ ହେବ Mahindra Thar 5-Door, ଆରମ୍ଭ ହେଲା ପ୍ରି-ବୁକିଂ

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ନିଶ୍ଚିତ କରିଛି ଯେ ଥାର୍ 5-ଡୋର୍ ଲାଇଫଷ୍ଟାଇଲ୍, ଅଫ୍ ରୋଡ୍ ଏସୟୁଭି ୧୫ ଅଗଷ୍ଟ ୨୦୨୪ ରେ ସର୍ବଭାରତୀୟ ସ୍ତରରେ ଲଞ୍ଚ ହେବାକୁ ଯାଉଛି । ଯଦିଓ ଏହାର ଅଫିସିଆଲ୍ ଲଞ୍ଚରେ ଏବେ କିଛି ମାସ ବାକି ଅଛି, କିନ୍ତୁ କିଛି ମହିନ୍ଦ୍ରା ଡିଲରମାନେ ଏହି ମଡେଲ୍ ପାଇଁ ପ୍ରି-ବୁକିଂ ନେବା ଆରମ୍ଭ କରିଦେଇଛନ୍ତି ।

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ନିଶ୍ଚିତ କରିଛି ଯେ ଥାର୍ 5-ଡୋର୍ ଲାଇଫଷ୍ଟାଇଲ୍, ଅଫ୍ ରୋଡ୍ ଏସୟୁଭି ୧୫ ଅଗଷ୍ଟ ୨୦୨୪ ରେ ସର୍ବଭାରତୀୟ ସ୍ତରରେ ଲଞ୍ଚ ହେବାକୁ ଯାଉଛି । ଯଦିଓ ଏହାର ଅଫିସିଆଲ୍ ଲଞ୍ଚରେ ଏବେ କିଛି ମାସ ବାକି ଅଛି, କିନ୍ତୁ କିଛି ମହିନ୍ଦ୍ରା ଡିଲରମାନେ ଏହି ମଡେଲ୍ ପାଇଁ ପ୍ରି-ବୁକିଂ ନେବା ଆରମ୍ଭ କରିଦେଇଛନ୍ତି । ବୁକିଂ ଦାମ ୨୫,୦୦୦ ରୁ ୫୦,୦୦୦ ଟଙ୍କା ମଧ୍ୟରେ ହେବ, ଯାହା ଡିଲରସିପ୍ ଉପରେ ନିର୍ଭର କରିପାରେ ।

ମିଡ଼ିଆ ରିପୋର୍ଟ ଅନୁଯାୟୀ, ମହିନ୍ଦ୍ରା ଥାର 5-ଡୋରକୁ ତିନୋଟି ଇଞ୍ଜିନ୍ ଅପ୍ସନ ସହିତ ପ୍ରଦାନ କରାଯିବ, ଯେଉଁଥିରେ ୨୦୩bhp, ୨.୦L ଟର୍ବୋ ପେଟ୍ରୋଲ, ୧୭୫bhp, ୨.୨L ଡିଜେଲ ଏବଂ ୧୧୭bhp, ୧.୫L ଡିଜେଲ ଇଞ୍ଜିନ ଅନ୍ତର୍ଭୁକ୍ତ । ଏହି ସମସ୍ତ ପାୱାର୍ ଟ୍ରେନ୍ ଗୁଡିକ ୩-ଡୋର୍ ଥାରରେ ପୂର୍ବରୁ ଦେଖାଯାଇଛି ।

5-ଡୋର୍ ଥାରର ପ୍ରଡକ୍ସନ-ରେଡି ମଡେଲର ନାମ ‘ମହିନ୍ଦ୍ରା ଥାର ଆର୍ମଡା’ ହେବାର ସମ୍ଭାବନା ଅଛି । ଗ୍ରାହକମାନେ ଏହାକୁ ମାନୁଆଲ ଏବଂ ଅଟୋମେଟିକ ଗିୟରବକ୍ସ ସହିତ 2WD ଏବଂ 4WD ଡ୍ରାଇଭ୍ରେନ୍ ସିଷ୍ଟମର ଅପ୍ସନରେ କିଣିପାରିବେ । ଏହି SUV ଲାଡର୍ ଫ୍ରେମ୍ ଚାସିସ୍ ଉପରେ ଆଧାରିତ ହେବ ଏବଂ ଏହାର ସସପେନ୍ସ ସେଟଅପ୍ ସ୍କର୍ପିଓ N ସହିତ ସେୟାର କରିବ । ଏହା ଫ୍ରିକ୍ୱେନ୍ସି-ଡି଼ପେଣ୍ଡେଣ୍ଟ ଡ୍ୟାମ୍ପର୍ ସହିତ ଏକ ୫-ଲିଙ୍କ୍ ସିଷ୍ଟମ୍ ମଧ୍ୟ ପାଇବ, ଯାହା ଏହାର ଅଫ୍ ରୋଡ୍ କ୍ଷମତାକୁ ବଢାଇଥାଏ ।

ଏହାର 3-ଡୋର୍ ଭର୍ସନ ତୁଳନାରେ ମହିନ୍ଦ୍ରା ଥାର ଆର୍ମଡା ଅଧିକ ଫିଚର୍ସ ପାଇବାର ସମ୍ଭାବନା ଅଛି, ଯେପରିକି ସିଙ୍ଗଲ-ପେନ୍ ସନ୍ଫରୁଫ୍, ଲେଦରେଟ ସିଟ୍ ଅପହୋଲଷ୍ଟ୍ରି, ରିୟର ଏସି ଭେଣ୍ଟ୍, ପୁସ୍-ବଟନ୍ ଷ୍ଟାର୍ଟ, ଫ୍ରଣ୍ଟ ଏବଂ ରିୟର ସେଣ୍ଟର ଆର୍ମରେଷ୍ଟ ଏବଂ ୬ ଟି ଏୟାରବ୍ୟାଗ । ଡ୍ୟାସବୋର୍ଡର ଡିଜାଇନ୍ 3-ଡୋର୍ ଥାର ଠାରୁ ଭିନ୍ନ ହେବ, ଯେଉଁଥିରେ ଏକ ଇନଫୋଟେନ୍ମେଣ୍ଟ ସିଷ୍ଟମ ଏବଂ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ଭାବରେ କାର୍ଯ୍ୟ କରୁଥିବା ଫୁଲ୍ ଡିଜିଟାଲ୍ ଡୁଆଲ୍ ସ୍କ୍ରିନ୍ ରହିବ । ଏଥିରେ ରିୟର ଡ୍ରମ୍ ବ୍ରେକ୍ ସ୍ଥାନରେ ଡିସ୍କ ବ୍ରେକ୍ ଦିଆଯିବ । ଏହା ବ୍ୟତୀତ ଏହା ୩୬୦-ଡ଼ିଗ୍ରୀ କ୍ୟାମେରା, ଡ୍ୟାସକ୍ୟାମ୍ ଏବଂ ଫ୍ରଣ୍ଟ ପାର୍କିଂ ସେନ୍ସର ସହିତ ମଧ୍ୟ ଲଞ୍ଚ ହେବାର ସମ୍ଭାବନା ଅଛି ।

ବିଶେଷକରି ଫ୍ରଣ୍ଟ ଫେସିଆ କ୍ଷେତ୍ରରେ, ମହିନ୍ଦ୍ରା ଥାର ଆର୍ମଡା 3-ଡୋର୍ ଥାର ଠାରୁ ସାମାନ୍ୟ ଭିନ୍ନ ଦେଖାଯିବ ଏହି ଏସୟୁଭିରେ ଏକ ନୂଆ ଡିଜାଇନ୍ ହୋଇଥିବା ଗ୍ରୀଲ୍, ଇଣ୍ଟିଗ୍ରେଟେଡ୍ ଏଲଇଡି ଫଗ୍ ଲ୍ୟାମ୍ପ ସହିତ ଟ୍ୱିକଡ୍ ବମ୍ପର, ଏଲଇଡି ହେଡଲ୍ୟାମ୍ପ ଏବଂ ଫ୍ରଣ୍ଟ ଫେଣ୍ଡରରେ ଏଲଇଡି ସାଇଡ୍ ଇଣ୍ଡିକେଟର୍ ରହିବ । ଏହାର ଟପ୍ ଟ୍ରିମ୍ ଫୁଲ୍ ଏଲଇଡି ଲାଇଟିଂ ଏବଂ ୧୯-ଇଞ୍ଚ ଡାଇମଣ୍ଡ-କଟ୍ ଅଲୋୟ ଚକ ସହିତ ଆସିବାର ସମ୍ଭାବନା ରହିଛି ।

Leave A Reply

Your email address will not be published.