Below header

ଆସନ୍ତା ନୂଆବର୍ଷରେ ଏହି ୫ଟି ରାଶିର ଭାଗ୍ୟ ହେବ ଉଜ୍ୱଳ, ବାସ୍‌ ରଖନ୍ତୁ ଏହି କଥା ଉପରେ ଧ୍ୟାନ

ଆଉ କିଛି ଦିନ ପରେ ଶେଷ ହେବ ୨୦୧୯। ପୂର୍ବ ବର୍ଷ ଯେପରି ରହିଥିଲେ ମଧ୍ୟ ଆସନ୍ତା ବର୍ଷ ଭଲ ରହୁ ବୋଲି ପ୍ରତ୍ୟେକ ବ୍ୟକ୍ତି ଇଛା କରିଥାନ୍ତି। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ୨୦୨୦ରେ ଏହି ୫ଟି ରାଶି ଯଦି ଏହିସବୁ କଥା ଉପରେ ଧ୍ୟାନ ରଖିବେ ତେବେ ଆସନ୍ତା ବର୍ଷ ନିଶ୍ଚୟ ଭାଗ୍ୟ ଉଜ୍ୱଳ ହୋଇଯିବ। ତେବେ ଜାଣନ୍ତୁ କଣ ରହିଛି ସେହି ୫ଟି ରାଶି।

ମେଷ:

mesaମେଷ ରାଶି ଜାତକଙ୍କ ପାଇଁ ଆସନ୍ତା ବର୍ଷ ୨୦୨୦ ବିଗତ ବର୍ଷ ତୁଳନାରେ ଶୁଭ ଫଳ ଦେବ। ୨୦୨୦ ବର୍ଷ କୁଣ୍ଡଳୀ ଗଣନାରେ ଏହି ରାଶିର ଜାତକରେ ଭାଗ୍ୟ ସ୍ଥାନରେ ସୂର୍ଯ୍ୟ, ବୁଧ, ଗୁରୁ, ଶନି ଏବଂ କେତୁଙ୍କର ସଂଯୋଗରେ ଭାଗ୍ୟ ମଜବୁତ୍‌ ହେବାର ସଂକେତ ଦେବ।

ଏହି କଥା ଉପରେ ଧ୍ୟାନ ରଖନ୍ତୁ:

ପରିବାରରେ କିଛି ମାସ ହେବ ଚିନ୍ତା ଲାଗି ରହିବା କାରଣରୁ ପାରିବାରିକ କଳହରୁ ଦୂରେଇ ରହିବା ପାଇଁ ଚେଷ୍ଟା କରନ୍ତୁ।
ସ୍ୱାସ୍ଥ୍ୟ ପ୍ରତି ଅଣଦେଖା କରିବା ଦ୍ୱାରା ଆପଣଙ୍କୁ କଷ୍ଟ ଭୋଗିବାକୁ ପଡିପାରେ। ଏହିକାରଣରୁ ୨୦୨୦ରେ ଏହି ରାଶିର ଲୋକମାନେ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ।

ବୃଷ:

brusaବୃଷ ରାଶି ଜାତକଙ୍କ ପାଇଁ ଆସନ୍ତା ବର୍ଷ ଖୁବ୍‌ ଭଲ ରହିବ। ଆସନ୍ତା ବର୍ଷ ଏହି ରାଶିର ବ୍ୟକ୍ତିମାନଙ୍କୁ ନୂଆ ସଫଳତ ପ୍ରାପ୍ତ ହେବ। ୨୪ ଜାନୁଆରୀରେ ଶନି ଧନୁ ରାଶିରୁ ମକର ରାଶିକୁ ଗୋଚର କରିବା କାରଣରୁ ଆପଣଙ୍କ ରାଶି ବକ୍ର ଦୃଷ୍ଟିରୁ ମୁକ୍ତ ହୋଇଯିବ। ଯାହାର ସକରାତ୍ମକ ପ୍ରଭାବ ଆପଣଙ୍କ ଭାଗ୍ୟ, ଭବିଷ୍ୟତରେ ଦେଖିବାକୁ ମିଳିବ।

ଏହି କଥା ଧ୍ୟାନ ରଖିବା ଆବଶ୍ୟକ:

ଧନ ହାନୀ କାରଣରୁ ବର୍ଷରେ କିଛି ଆର୍ଥିକ ସମସ୍ୟା ଦେଖାଯାଇପାରେ। ଏହିକାରଣରୁ ଆସନ୍ତା ବର୍ଷରେ ଟଙ୍କାକୁ ନେଇ ସାବଧାନ ରୁହନ୍ତୁ।
ଏହି ବର୍ଷ ଗଣ୍ଡଗୋଳ ବଢିବାର ଆଶଙ୍କା ରହିଥିବା କାରଣରୁ ବାଦ-ବିବାଦରୁ ଦୂରେଇ ରୁହନ୍ତୁ।

ସିଂହ:

leo୨୦୧୯ ବର୍ଷ ତୁଳନାରେ ଆସନ୍ତା ବର୍ଷ ସିଂହ ରାଶି ପାଇଁ ଶୁଭ ଫଳ ପ୍ରଦାନ କରିବ। ଜନ୍ମରାଶିରେ ପଞ୍ଚମ ଭାଗରେ ଗୁରୁଙ୍କ ଗୋଚର ୨୦୨୦ ବର୍ଷ ପାଇଁ ଶୁଭଫଳ ଦାୟକ ରହିବ।

ଏହି କଥା ଉପରେ ଧ୍ୟାନ ରଖନ୍ତୁ:

ଧନ ହାନୀ ସମ୍ଭାବନା କାରଣରୁ ଦେଣନେଣ ପୂର୍ବରୁ ବିଚାର କରନ୍ତୁ ଏବଂ ଶତ୍ରୁଙ୍କ ସଂଖ୍ୟା ବଢିବା କାରଣରୁ ପ୍ରତ୍ୟେକ ନିଷ୍ପତି ଭାବି ଚିନ୍ତି ନିଅନ୍ତୁ।

ବିଛା:

Scorpioବିଛା ରାଶି ପାଇଁ ଆସନ୍ତାବର୍ଷ ଶୁଭ ଫଳ ପ୍ରଦାନ କରିବାର ସମ୍ଭାବନା ରହିଛି। ୨୦୨୦ ଆପରଙ୍କ ପାଇଁ ସୁଖ-ସମୃଦ୍ଧି ଆଣିବ। ଶନିଙ୍କ ପରିବର୍ତ୍ତନ ହେତୁ ଆପଣଙ୍କ ରାଶିରେ ଭଲ ପ୍ରଭାବ ପଡିବ।

ଧ୍ୟାନ ଦିଅନ୍ତୁ ଏହି କଥାରେ:

କିଛି ମାସରେ କୌଣସି ସମସ୍ୟା ଅଧିକ ବଢିବା କିମ୍ବା କମ ହେବାର ସମ୍ଭାବନା ରହିଛି। ଏହିକାରଣରୁ ନିଜକୁ ସମ୍ଭାଳି ରଖିବା ଉଚିତ।
ଆତ୍ମବିଶ୍ୱାସରେ ଅଭାବ ଦେଖାଦେଇପାରେ, ଏହି କାରଣରୁ କୌଣସି କାମରେ ଆତ୍ମବିଶ୍ୱାସ କମ ନକରିବା ପାଇଁ ଚେଷ୍ଟା କରନ୍ତୁ।

ମୀନ:

meenମୀନ ରାଶି ବ୍ୟକ୍ତିମାନଙ୍କ ପାଇଁ ଆସନ୍ତା ବର୍ଷ ଅତ୍ୟନ୍ତ ଶୁଭ ହେବ। ଶନିଙ୍କ ପରିବର୍ତ୍ତନ ହେତୁ ଆପଣଙ୍କ ରାଶିରେ ଅର୍ଥାତ କର୍ମ କ୍ଷେତ୍ରରେ ଆୟ ବୃଦ୍ଧି ହେବ।

ଏହି କଥା ଉପରେ ଧ୍ୟାନ ଦିଅନ୍ତୁ:

ଟଙ୍କା ପଇସା କ୍ଷେତ୍ରରେ ସତର୍କ ରୁହନ୍ତୁ। କାରଣ ଆସନ୍ତା ବର୍ଷ ମଝିରେ କିଛି ଆର୍ଥିକ ସମସ୍ୟା ଦେଖାଯାଇପାରେ। ଏହାବ୍ୟତୀତ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ରଖନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.