କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ନିଆରା ଅନ୍ଦାଜ, ରାୟପୁରରେ ଆୟୋଜିତ ରାଷ୍ଟ୍ରୀୟ ଆଦିବାସୀ ନୃତ୍ୟ ମହୋତ୍ସବରେ କଲେ ଡ୍ୟାନ୍ସ

ରାୟପୁର: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ନିଆରା ଅନ୍ଦାଜ । ଛତିଶଗଡ଼ ରାୟପୁରରେ ଆୟୋଜିତ ରାଷ୍ଟ୍ରୀୟ ଆଦିବାସୀ ନୃତ୍ୟ ମହୋତ୍ସବରେ କଲେ ଡ୍ୟାନ୍ସ । ବେକରେ ଢୋଲ ଓ ମୁଣ୍ଡରେ ପାରମ୍ପରିକ ମୁକୁଟ ଲଗାଇ ନାଚୁ ଥିବାର ଦେଖିବାକୁ ମିଳିଛି । ସଂଗୀତର ତାଳେ ତାଳେ ନିଜେ ବାଜା ବଜାଇ ନାଚିଥିଲେ ରାହୁଲ ଗାନ୍ଧୀ । ଅନେକ ଦିନ ପରେ ରାହୁଲ ଗାନ୍ଧୀଙ୍କୁ ଏପରି ଦିନ ପରେ ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.