Below header

ନଉବାରୀ ସାଢ଼ୀ ପିନ୍ଧି ସାକ୍ସୋଫୋନରେ ଏମିତି ମନଛୁଆଁ ଧୂନ ବାହାର କଲେ ମହିଳା, ଦେଖନ୍ତୁ ଭାଇରାଲ ଭିଡିଓ

ସୋସିଆଲ ମିଡିଆରେ ଖ୍ରୀଷ୍ଟମାସର ଲୋକପ୍ରିୟ ରାଇମ୍‌ ଜିଙ୍ଗଲ ବେଲର ଏକ ଭିଡିଓ ବହୁତ ଭାଇରାଲ ହେଉଛି। ଭିଡିଓରେ ଜଣେ ମହିଳା ନଉଓ୍ଵାରୀ ସାଢ଼ି ପିନ୍ଧି ସାକ୍ସୋଫୋନରେ ଜିଙ୍ଗଲ ବେଲ୍‌ ବଜାଉଛନ୍ତି ଏବଂ ଏହାକୁ ଲୋକମାନେ ଖୁବ୍‌ ପସନ୍ଦ ମଧ୍ୟ କରୁଛନ୍ତି। ଖ୍ରୀଷ୍ଟମାସରେ ସବୁ ବର୍ଷ ଆମେ କେଉଁଠି ନା କେଉଁଠି ଜିଙ୍ଗଲ ବେଲ ଗୀତ ଶୁଣିଥାନ୍ତି। ଅନେକ ଥର ଆମେ ନିଜେ ନିଜେ ବି ଏହି ରାଇମକୁ ଗୁଣୁଗୁଣୁ ହୋଇ ଗାଆନ୍ତି। ଏହି ସବୁ ମଧ୍ୟରେ ଏହି ମହିଳାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ମହିଳା ଜଣଙ୍କ ସବୁଜ ରଙ୍ଗର ସାଢ଼ୀ ପିନ୍ଧି ସାକ୍ସୋଫୋନରେ ଜିଙ୍ଗଲ ବେଲ ଧୂନ ବଜାଉଛନ୍ତି। ଏହାସହିତ ତାଙ୍କ ପାଖରେ ଥିବା ଲୋକମାନେ ଢ଼ୋଲ ତାସା ବଜାଉଛନ୍ତି। ଭିଡିଓ କେଉଁ ସ୍ଥାନର ଅଟେ ତାହା ଜଣାପଡିନାହିଁ। କିନ୍ତୁ ଲୋକମାନେ ଏହି ଭିଡିଓକୁ ଖୁବ୍‌ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହା ପୂର୍ବରୁ ଭୋଜପୁରୀ, ମରାଠୀ, ଗୁଜରାଟୀ ଏବଂ ପଞ୍ଜାବୀ ଭର୍ସନରେ ଆସିସାରିଛି ଏହାକୁ ମଧ୍ୟ ଲୋକମାନେ ଖୁବ୍‌ ପସନ୍ଦ କରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.