ଯାତାୟାତ ସମୟରେ ବି କରିପାରିବେ FASTag ରିଚାର୍ଜ, ଗ୍ରାହକଙ୍କୁ ମିଳିଲା ଏହି ସୁବିଧା

ଗତ ଡିସେମ୍ବର ୧୫ ତାରିଖରୁ ଜାତୀୟ ରାଜପଥର ଟୋଲ୍‌ ପ୍ଲାଜାରେ ଫାସ୍‌ଟ୍ୟାଗ୍‌ ଅନିବାଯ୍ୟର୍ କରିଦିଆଯାଇଛି। ନୂଆ ନିୟମ ଅଧୀନରେ ଏବେ ସବୁ ଛୋଟବଡ଼ ଯାନରେ ଫାସ୍‌ଟ୍ୟାଗ୍‌ ଲଗାଇବା ଜରୁରୀ ହୋଇଯାଇଛି।

ତେବେ ଏହାରି ଭିତରେ National Payments Corporation of India (NPCI) ଗ୍ରାହକମାନଙ୍କୁ National Electronic Toll Collection (NETC) ଫାସ୍‌ଟ୍ୟାଗ୍‌କୁ ଭୀମା UPIରୁ ରିଚାର୍ଜ କରିବାର ବିକଳ୍ପ ଉପଲବ୍ଧ କରାଇଛି। NPCI ତରଫରୁ ଜାରି କରାଯାଇଥିବା ବୟାନ୍‌ ମୁତାବକ, ଭୀମା UPI ଅଧାରିତ ମୋବାଇଲ୍‌ ଆପ୍‌ ଜରିଆରେ ଗାଡ଼ି ମାଲିକ ରାସ୍ତାରେ ଯାତୟାତ ସମୟରେ ବି ନିଜ ଫାସ୍‌ଟ୍ୟାଗ୍‌କୁ ରିଚାର୍ଜ କରିପାରିବେ। ସେମାନଙ୍କୁ ଟୋଲ୍‌ ପ୍ଲାଜାରେ ଲମ୍ବା ଲାଇନ୍‌ ଲଗାଇବା କୌଣସି ଆବଶ୍ୟକ ନାହିଁ।

fas tag 2

NPCI ମୁଖ୍ୟ ପରିଚାଳନା ଅଧିକାରୀ ସିଓଓ ପ୍ରବୀଣା ରାୟ କହିଛନ୍ତି, ‘ଗ୍ରାହକମାନଙ୍କୁ NETC ଫାସ୍‌ଟ୍ୟାଗ୍‌ର ବଢ଼ିଆ ଅନୁଭବ ଉପଲବ୍ଧ କରାଇବା ଆମର ଲକ୍ଷ୍ୟ। ଆମର ବିଶ୍ୱାସ ରହିଛି ଯେ ଏହି ସୁବିଧା ଦ୍ୱାରା ସେମାନଙ୍କୁ ଟୋଲ୍‌ ପେମେଣ୍ଟ ପାଇଁ ଏକ ସୁଗମ, ସୁରକ୍ଷିତ ତଥା ପାରଦର୍ଶୀ ମାଧ୍ୟମ ମିିଳିପାରିବ’। କହି ରଖୁଛୁ କି, ଭାରତୀୟ ବଜାରରେ ଇଲେକ୍ଟ୍ରୋନିକ୍‌ ଟୋଲ୍‌ର ଆବଶ୍ୟକତାକୁ ପୂରଣ କରିବା ପାଇଁ NETCକୁ ଡିଜାଇନ୍‌ କରାଯାଇଛି।

fas2

National Highways Authority of India (NHAI) ତରଫରୁ ଜାରି କରାଯାଇଥିବା ତଥ୍ୟ ମୁତାବକ, ବିଭିନ୍ନ ବିକ୍ରି କେନ୍ଦ୍ର (POS) ଜରିଆରେ ପାଖାପାଖି ୧.୧୦ କୋଟି ଫାସ୍‌ଟ୍ୟାଗ୍‌ ଜାରି କରାଯାଇଛି। ରାଜପଥ ପ୍ରାଧିକରଣ ପ୍ରତିଦିନ ପାଖାପାଖି ଦେଢ଼ରୁ ୨ ଲକ୍ଷ ଫାସ୍‌ଟ୍ୟାଗ୍‌ର ବିକ୍ରି ଦେଖୁଛି।

fas tag 3

NHAI ଅଧିକାରୀଙ୍କ କହିବା ମୁତାବକ, ପ୍ରତିଦିନ ଟୋଲ୍‌ କଲେକ୍ସନ ପାଖାପାଖି ୪୬ କୋଟି ଟଙ୍କା ପଯ୍ୟର୍ନ୍ତ ପହଞ୍ଚିଯାଇଛି। ଫାସ୍‌ଟ୍ୟାଗ୍‌ ବ୍ୟବସ୍ଥା ଆରମ୍ଭ ହେବାର ୮ଦିନ ଭିତରେ ହିଁ ଫାସ୍‌ଟ୍ୟାଗ୍‌ରୁ ଟୋଲ ଲେଣଦେଣ ସଂଖ୍ୟା ପାଖାପାଖି ୨୪ ଲକ୍ଷ ଟଙ୍କା ପଯ୍ୟର୍ନ୍ତ ପହଞ୍ଚିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.