Below header

ସାଙ୍ଗକୁ ଉଚିତ ଶିକ୍ଷା ଦେବା ପାଇଁ ୭୪ ବର୍ଷୀୟା ମହିଳାଙ୍କ ସହ ବିବାହ କଲେ ୨୨ ବର୍ଷର ଯୁବକ, ଜାଣନ୍ତୁ ପୂରା ଘଟଣା

ଫିଲ୍ମ, ସିରିଏଲ ଆଦିରେ ଆପଣ ବହୁତ କାହାଣୀ ଦେଖିଥିବେ ନଚେତ ଶୁଣିଥିବେ ଯେଉଁଠି ବିବାହିତ ଯୋଡ଼ିଙ୍କ ଭିତରେ ବୟସର ଖୁବ ଅଧିକ ପ୍ରଭେଦ ଥିବ । ହୁଏତ ରିଲ ଲାଇଫ ହେତୁ ଏମିତି ସମ୍ପର୍କ ମାନ ଗଢ଼ିବା ସମ୍ଭବ ହୋଇପାରେ । କିନ୍ତୁ ରିୟଲ ଲାଇଫରେ ଏମିତି ଘଟଣା ମାନ ଘଟିବା ଖୁବ କମ । ଏମିତି ବି ଦେଖାଯାଏ ବୟସର ଅଧିକ ତାରତମ୍ୟ ରହିବା ହେତୁ ଏମିତି ସମ୍ପର୍କ ଖୁବ ଅଳ୍ପ ଦିନ ଭିତରେ ଭାଙ୍ଗି ମଧ୍ୟ ଯାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ବାସ୍ତବ ଘଟଣା ବିଷୟରେ କହିବାକୁ ଯାଉଛୁ ଯେଉଁଠି ଦମ୍ପତ୍ତିଙ୍କ ବୟସରେ ୫ କି ୧୦ ବର୍ଷ ନୁହେଁ ବରଂ ୫୨ ବର୍ଷର ତାରତମ୍ୟ ରହିଛି । ପ୍ରକୃତରେ ଏହି ଘଟଣା ଟିର ଆରମ୍ଭ ହୋଇଥିଲା ଏହିପରି । ୨୨ ବର୍ଷୀୟ ଡେବିକ ଓ ୪୬ ବର୍ଷୀୟ ଯେସନ ନୈଶ ଖୁବ ଭଲ ସାଙ୍ଗ ଥିଲେ ।

boston

ଏହି ସାଙ୍ଗ ଦୁହେଁ ପ୍ରାୟ ଅଧିକାଂଶ ସମୟରେ ପରସ୍ପର ପରସ୍ପରକୁ ଥଟ୍ଟା ମଜ୍ଜାରେ ଚିଡ଼ାନ୍ତି । ଏମିତି ହିଁ ଦିନେ ଥଟ୍ଟା ମଜା କରୁ କରୁ ଦୁହିଁଙ୍କ ଭିତରେ ଏକ ପ୍ରସଙ୍ଗକୁ ନେଇ କଥା କଟାକଟି ହୋଇଥିଲା । ନିଜ ସାଙ୍ଗକୁ ଉଚିତ ଶିକ୍ଷା ଦେବା ପାଇଁ ଡେଭିଡ ନିଜ ସାଙ୍ଗ ଜେସନ ନୈଶଙ୍କ ୭୪ ବର୍ଷୀୟା ମା’ ଙ୍କ ବିବାହ କରିବାକୁ ଠିକ କରିଥିଲେ । ତେଣୁ ଡେଭିଡ ବୋଷ୍ଟନ ଯାଇ ଯେସନଙ୍କ ମା’ ଲୋରେନଙ୍କ ସାମ୍ନାରେ ବିବାହ ପ୍ରସ୍ତାବ ରଖିଥିଲେ । ପ୍ରଥମେ ତ ଲୋରେନ ଏହି ପ୍ରସ୍ତାବ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କିନ୍ତୁ ପରେ ଡେଭିଡଙ୍କ ଠାରୁ ସତ ଶୁଣିବା ପରେ ବାହା ହବାକୁ ରାଜି ହୋଇଥିଲେ ।

boston

ଖାଲି ବିବାହ ନୁହେଁ ଦୁହେଁ ପରେ ହନିମୁନରେ ବି ଯାଇଥିଲେ । ଅବଶ୍ୟ ଏହି ବିବାହ ଅଧିକ ଦିନ ତିଷ୍ଠି ନଥିଲା । ମାତ୍ର ଗୋଟେ ମାସ ପରେ ଡେଭିଡ ଓ ଲୋରେନଙ୍କ ଭିତରେ ଛାଡପତ୍ର ହୋଇଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.