Below header

ଇଣ୍ଟରନେଟ ବନ୍ଦ ହେବାଦ୍ୱାରା ଟେଲିକମ କମ୍ପାନୀକୁ ହେଉଛି କୋଟି କୋଟି ଟଙ୍କାର କ୍ଷତି, ପଢନ୍ତୁ ପୁରା ରିପୋର୍ଟ

CAA ଓ NRCକୁ ନେଇ ସାରା ଦେଶରେ ଏବେ ବିରୋଧ ପ୍ରଦର୍ଶନ କରାଯାଉଛି ଯେଉଁ କାରଣରୁ ଉତ୍ତରପ୍ରଦେଶ ସମେତ ଅନ୍ୟ ରାଜ୍ୟ ଗୁଡିକରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି । ଇଣ୍ଟରନେଟ ବନ୍ଦ ହୋଇଯିବା କାରଣରୁ ମଧ୍ୟ ବହୁତ ହଇରାଣ ହେଉଛନ୍ତି ଏବଂ ଅନ୍ୟପଟେ ଟେଲିକମ କମ୍ପାନୀ ଗୁଡିକୁ ମଧ୍ୟ ଅନେକ କ୍ଷତି ସହିବାକୁ ପଡୁଛି । ଏପରିସ୍ଥଳେ ସେଲ୍ୟୁଲାର ଆସୋସିଏସନ ଅଫ ଇଣ୍ଡିଆ(COAI) କମ୍ପାନୀ ଗୁଡିକୁ ହେଉଥିବା କ୍ଷତିକୁ ନେଇ ଏକ ରିପୋର୍ଟ ଜାରିକରିଛି । ଯେଉଁଥିରେ କୁହାଯାଇଛି ଯେ ଇଣ୍ଟରନେଟ ବନ୍ଦ ହେବାଦ୍ୱାରା କମ୍ପାନୀଗୁଡିକର ଏକ ଘଂଟାରେ ଦୁଇ କୋଟି ଲେଖାଏଁ କ୍ଷତି ହେଉଛି ।

female chatting on smartphone

ସୂଚନା ଅନୁଯାୟୀ ଉତ୍ତରପ୍ରଦେଶ ସରକାର ଆଜି ବି ରାଜ୍ୟର ଅନେକ ବଡ଼ ବଡ଼ ସହର ସହିତ ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଇଣ୍ଟରନେଟ ସେବା ବନ୍ଦ କରିଦେଇଛି । କୁହାଯାଉଛି ଯେ ସରକାର CAA ଓ NRCକୁ ନେଇ ଭାଇରଲ ହେଉଥିବା ଭୁଲ ତଥ୍ୟ ଉପରେ ରୋକ ଲଗାଇବା ପାଇଁ ଏପରି ପଦକ୍ଷେପ ନେଇଛନ୍ତି । ତେବେ COAI ଇଣ୍ଟରନେଟ ବନ୍ଦ ହେବା କାରଣରୁ ଟେଲିକମ କମ୍ପାନୀଗୁଡିକୁ ହାହେଉଥିବା କ୍ଷତିକୁ ନେଇ ଭାରତ ସରକାରଙ୍କ ନିକଟକୁ ଏକ ପତ୍ର ଲେଖିଛନ୍ତି ଯଦିଓ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ଏହାର କୌଣସି ଉତ୍ତର ଦେଇନାହାନ୍ତି । ଏହା ପୂର୍ବରୁ CAOIର ଚେୟାରମ୍ୟାନ କହିଥିଲେ ଯେ ପେପର ଲିକ ଠାରୁ ନେଇ ଆର୍ଟିକିଲ 370 ହଟାଇବା ପର୍ଯ୍ୟନ୍ତ ରାଜ୍ୟରେ ଇଣ୍ଟରନେଟ ବନ୍ଦ କରିଦିଆଯାଉଛି ଯେଉଁ କାରଣରୁ ସାଧାରଣ ଲୋକ ତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାସହିତ କମ୍ପାନୀଗୁଡିକୁ ମଧ୍ୟ ଅନେକ କ୍ଷତି ସହିବାକୁ ପଡୁଛି ।

Image result for internet shutdown in india

ଇଣ୍ଟରନେଟ ବନ୍ଦ ମାମଲାରେ ଭାରତ ରହିଛି ସବୁଠାରୁ ଆଗରେ

ଇଣ୍ଡିଆନ କାଉନସିଲ ଫର ରିସର୍ଚ୍ଚ ଅନ ଇଣ୍ଟରନେଶନାଲ ଇକୋନୋମିକ ରିଲେସନର ଏକ ରିପୋର୍ଟ ଅନୁଯାୟୀ ଇଣ୍ଟରନେଟ ବନ୍ଦ ମାମଲାରେ ଭାରତ ଅନ୍ୟଦେଶ ତୁଳନାରେ ସବୁଠାରୁ ଆଗରେ ରହିଛି । ତେବେ ଇଣ୍ଟରନେଟ ବ୍ୟାନ କରିବା ଦ୍ୱାରା ଦେଶକୁ ଏହା ଆର୍ଥିକ କ୍ଷତି ପହଞ୍ଚାଉଛି ।

Image result for internet shutdown in india

ଭାରତରେ ୨୦୧୨ ଠୁ ନେଇ ୨୦୧୯ ପର‌୍ୟ୍ୟନ୍ତ ସମୁଦାୟ ୩୭୭ ଥର ଇଣ୍ଟରନେଟ୍ ବନ୍ଦ କରାଯାଇଛି । କାଶ୍ମୀରରେ ୧୮୦ ଥର, ରାଜସ୍ଥାନରେ ୬୮ ଥର, ଉତ୍ତରପ୍ରଦେଶରେ ୨୭ ଥର, ବିହାରରେ ୧୧ ଥର ଏବଂ ଉତ୍ତରାଖଣ୍ଡରେ ୨ ଥର ଇଣ୍ଟରନେଟ ବ୍ୟାନ୍ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.