ମନୋରଂଜନ

ଲିଏଣ୍ଡର ପେସ୍‌ ଓ କିମ୍‌ ଶର୍ମା ପାଳିଲେ ଡେଟ୍‌ ଆନିଭର୍ସରୀ, ବିକିନି ପିନ୍ଧି ଟେନିସ୍‌ ଷ୍ଟାରଙ୍କ ସହ ଦେଲେ ରୋମାଣ୍ଟିକ୍‌ ପୋଜ୍‌

କିମ୍‌ ଶର୍ମା ଓ ତାଙ୍କ ପ୍ରେମିକ ତଥା ଟେନିସ୍‌ ଷ୍ଟାର ଲିଏଣ୍ଡର ପେସ୍‌ଙ୍କ ସମ୍ପର୍କକୁ ବର୍ଷେ ପୂରିଛି। ଏହି ଯୋଡ଼ି ସୋମବାର ଏକାଠି ରହିବାର ବର୍ଷେ ହୋଇଛି। ଏ ଅବସରରେ କିମ୍‌ ଲିଏଣ୍ଡରଙ୍କ ସହ ଏକ ସୁନ୍ଦର ଫଟୋ ଆଲବମ୍‌ ସେୟାର କରି ନିଜ ପ୍ରେମକୁ ଦର୍ଶାଇଛନ୍ତି।

ଏଥିରେ ଗୋଟିଏ ଫଟୋରେ ସେ ଲିଏଣ୍ଡରଙ୍କ ଗାଲକୁ କିସ୍‌ କରୁଥିବାର ନଜର ଆସିଛନ୍ତି। ସେହିପରି ଆଉ ଏକ ଫଟୋରେ ଲିଏଣ୍ଡର ତାଙ୍କ ଗାଲକୁ କିସ୍‌ କରୁଛନ୍ତି। ଏଥିରେ କିମ୍‌ ଓ ଲିଏଣ୍ଡର ଏକାଠି ବାହାରେ ପ୍ରକୃତିକୁ ଏନ୍‌ଜୟ କରୁଥିବାର ଦେଖାଯାଇଛି। ସେହିପରି ଆଉ ଏକ ଫଟୋରେ ଉଭୟେ ରୋମାଣ୍ଟିକ୍‌ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି। ଆଉ ଏକ ଫଟୋରେ କିମ୍‌ ବିକିନି ପିନ୍ଧି ଲିଏଣ୍ଡର ପେସ୍‌ଙ୍କ ବାହୁରେ ପେଜ୍‌ ଦେଉଥିବା ଦେଖାଯାଇଛି। ଏହି ଫଟୋର କ୍ୟାପ୍‌ସନ୍‌ରେ ସେ ଲେଖିଛନ୍ତି- ହାପି ଆନିଭର୍ସରୀ ଚାର୍ଲ୍ସ ୩୬୫ ଦିନ! ଖୁସି ଓ ଅନେକ କଥା ଶିଖିବାର ଖୁବ୍‌ ସୁନ୍ଦର ମୁହୂର୍ତ୍ତ। ମୋ ସହ ରହିଥିବାରୁ ଧନ୍ୟବାଦ। ଲଭ ୟୁ ଟୁ ବିଟ୍ସ।

ସୂଚନାଯୋଗ୍ୟ ଯେ କିମ୍‌ ଓ ଲିଏଣ୍ଡର ପରସ୍ପରକୁ ଡେଟ୍‌ କରୁଥିବା ଖବର ଅଗଷ୍ଟ ୨୦୨୧ରେ ସାମ୍ନାକୁ ଆସିଥିଲା। ଉଭୟେ ଗୋଆରେ ଆଉଟିଂ କରୁଥିବା ଫଟୋ ଭାଇରାଲ ହୋଇଥିଲା। ତେବେ ଉଭୟେ ନିଜ ସମ୍ପର୍କକୁ ନେଇ ବେଶ୍‌ ଖୋଲା। ଏହି ଯୋଡ଼ି ପ୍ରାୟତଃ ଇନ୍‌ଷ୍ଟାଗ୍ରାମ୍‌ରେ ପରସ୍ପରର ଫଟୋ ପୋଷ୍ଟ କରିଥାନ୍ତି।

Also Read: ଭାରତର ପ୍ରଥମ ହାଇଡ୍ରୋଜେନ୍‌ କାରରେ ବସି ସଂସଦ ଆସିଲେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ, ଖୁବ୍‌ଶୀଘ୍ର ଆପଣ ବି ଚଳାଇପାରିବେ

WCW 11

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

28 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

36 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

51 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

57 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago