ମନୋରଂଜନ

କରୋନା କବଳରେ ସାଉଥ ସୁପରଷ୍ଟାର ମହେଶ ବାବୁ, ସୋସିଆଲ ମିଡିଆରେ ଦେଲେ ସୂଚନା

ସାଉଥ ସୁପରଷ୍ଟାର୍‌ ମହେଶ ବାବୁ କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ଗୁରୁବାର ସୋସିଆଲ୍‌ ମିଡିଆରେ ଏହି ସୂଚନା ଦେଇଛନ୍ତି । ମହେଶ ବାବୁ କହିଛନ୍ତି, ସଂକ୍ରମଣରୁ ସୁରକ୍ଷା ପାଇଁ ସମସ୍ତ ସଚେତନତାକୁ ପାଳନ କରିଥିବା ସତ୍ତ୍ୱେ ମଧ୍ୟ ଭାଇରସ ସଂସ୍ପର୍ଶରେ ଆସିଛି। । ଆଉ ମୋ ଠାରେ ବହୁତ କମ୍‌ ଲକ୍ଷଣ ରହିଛି ବୋଲି ମଧ୍ୟ କହିଛନ୍ତି। ସେ ନିଜକୁ ଘରେ ଆଇସୋଲେଟ୍‌ କରିଛନ୍ତି।

ମହାମାରୀ ସଂକ୍ରାନ୍ତ ସମସ୍ତ ସ୍ୱାସ୍ଥ୍ୟଗତ ଗାଇଡ୍‌ଲାଇନ୍‌କୁ ଅନୁସରଣ କରୁଛି । ତେବେ ମୋ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କରୋନା ପରୀକ୍ଷା କରାଇବା ପାଇଁ ଅନୁରୋଧ କରୁଛି । ଟିକା ନେଇ ନ ଥିବା ଲୋକମାନେ ତୁରନ୍ତ ଟିକା ନେବାକୁ ଆବଶ୍ୟକ ବୋଲି ସେ ଦେଇଛନ୍ତି ।

ଏହା ବ୍ୟତୀତ ମହେଶ ବାବୁ କହିଛନ୍ତି, କୋଭିଡ ଟିକା ଲଗାଇବା ଦ୍ବାରା ମଧ୍ୟ କରୋନା ସଂକ୍ରମଣର ଗୁରୁତର ଲକ୍ଷଣ ଆଶଙ୍କା ଟଳିଯାଉଛି । ହସ୍ପିଟାଲରେ ଭର୍ତ୍ତି ହେବା ଆଶଙ୍କା ମଧ୍ୟ କମୁଛି । ତେଣୁ ସମସ୍ତେ ଟିକା ନେବା ଉଚିତ । ସମସ୍ତ କୋଭିଡ ନିୟମ ପାଳନ କରି ନିରାପଦ ରହିବାକୁ ସେ ଅନୁରୋଧ କରିଛନ୍ତି ।

ସୂଚନାଯୋଗ୍ୟ, ମହେଶ ବାବୁ ନିକଟରେ ଦୁବାଇରୁ ଫେରିଥିଲେ। ସେଠାରେ ସେ ଏକ ସପ୍ତାହ ଛୁଟି କଟାଇବା ପରେ ପରିବାର ସହିତ ଫେରିଥିଲେ। ତା’ ପରେ ସେ ଟେଷ୍ଟ କରିବା ପରେ ତାଙ୍କର ପଜିଟିଭ ରିପୋର୍ଟ ଆସିଥିଲା। କିନ୍ତୁ ତାଙ୍କ ପରିବାର ରିପୋର୍ଟ ଆସିନାହିଁ। ଏହାପୂର୍ବରୁ ଦୁବାଇରେ ଥିବା ମହେଶ ବାବୁଙ୍କ ଶାଳୀ ଶିଳ୍ପା ସିରୋଦକର କରୋନା ସଂକ୍ରମିତ ହୋଇଥିଲେ।

Swagatika

Recent Posts

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

12 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

21 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

24 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

58 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

59 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

2 hours ago