କ୍ରୀଡା

ଦ୍ୱିତୀୟ ଟେଷ୍ଟ ମ୍ୟାଚକୁ ସହଜରେ ହାତେଇଲା ସାଉଥ ଆଫ୍ରିକା, ସିରିଜ ୧-୧ରେ ବରାବର

ଜୋହାନ୍ସବର୍ଗରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚକୁ ସହଜରେ ଜିତିନେଇଛି ସାଉଥଆଫ୍ରିକା। ଟିମ୍‌ ଇଣ୍ଡିଆର ଅପରାଜେୟ ଧାରା ଭାଙ୍ଗିଛି ସାଉଥ ଆଫ୍ରିକା। ସାଉଥ ଆଫ୍ରିକା ଡିନ୍ ଏଲଗାରଙ୍କ ଦମଦାର ଇନିଂସ ବଳରେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟରେ ଭାରତକୁ ୭ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ରେ ବରାବର କରିଛି।

ଭାରତ ଦ୍ୱାରା ଧାର୍ଯ୍ୟ ୨୪୦ ରନର ବିଜୟଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ମାତ୍ର ୩ ୱିକେଟ୍ ହରାଇ ହାସଲ କରିନେଇଛି। ବର୍ଷା ଯୋଗୁ ଚତୁର୍ଥ ଦିବସର ଖେଳ ବିଳମ୍ବ ହୋଇଥିଲା। ପ୍ରବଳ ବର୍ଷା ପାଇଁ ପାଖାପାଖି ୬ ଘଣ୍ଟା ଖେଳ ବନ୍ଦ ହୋଇଥିଲା। ପରେ ଯେତେବେଳେ ଖେଳ ଆରମ୍ଭ ହେଲା, ଲାଗୁଥିଲା ଭାରତ ମ୍ୟାଚରେ କମବ୍ୟାକ୍ କରିବ। କିନ୍ତୁ ଦକ୍ଷିଣ ଆଫ୍ରିକାର ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ଜବରଦସ୍ତ ବ୍ୟାଟିଂ କରିଥିଲେ। ଫଳରେ ମ୍ୟାଚକୁ ହାତଛଡା କରିଥିଲା ଟିମ୍‌ ଇଣ୍ଡିଆ। ଏଲଗାର ଓ ରାସି ଭାନ୍ ଡର୍ ଡୁସେନ୍ ତୃତୀୟ ୱିକେଟ୍ ପାଇଁ ୮୨ ରନର ମହତ୍ତ୍ୱପୂର୍ଣ୍ଣ ଭାଗିଦାରୀ କରିଥିଲେ।

ଦଳ ପକ୍ଷରୁ ଆଇଡେନ୍‌ ମାର୍କରମ୍‌ ୩୧ ରନ କରିଥିବା ବେଳେ ଅଧିନାୟକ ଡିନ୍‌ ଏଲ୍‌ଗାର ଅପରାଜିତ ୯୬ରନ କରି ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଯାହା ଫଳରେ ୩ଟିକିଆ ଟେଷ୍ଟ ସିରିଜ୍‌ ୧-୧ରେ ବରାବର ହୋଇଯାଇଛି । ଦକ୍ଷିଣ ଆଫ୍ରିକା ପକ୍ଷରୁ କେଗାନ୍‌ ପିଟରସେନ୍‌ ୨୮ ରନ କରିଥିବା ବେଳେ, ରାସେ ଭାନ୍ ଡର୍‌ ଦୁସେନ୍‌ ୪୦ ରନ କରି ଆଉଟ ହୋଇଛନ୍ତି । ତେମ୍ବା ବାଭୁମା ୨୩ ରନ କରି ନଟ୍‌ଆଉଟ ଅଛନ୍ତି । ଭାରତ ପକ୍ଷରୁ ଶାମି, ଶାର୍ଦ୍ଦୁଲ ଠାକୁର ଓ ରବିଚନ୍ଦ୍ରନ୍ ଅଶ୍ୱିନ ଗୋଟିଏ ଲେଖାଏ ୱିକେଟ ନେଇଥିଲେ।

ଭାରତ ପ୍ରଥମ ଇନିଂସରେ ୨୦୨ ରନ୍‌ କରି ଅଲଆଉଟ୍‌ ହୋଇଥିଲା। କିନ୍ତୁ ଭାରତର ଘାତକ ବୋଲିଂକୁ ସାମ୍ନା କରିନପାରି ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୨୨୯ ରନ୍ କରି ଅଲଆଉଟ୍ ହୋଇଥିଲା। ପ୍ରଥମ ଇନିଂସରେ ୨୭ ରନରେ ପଛୁଆ ଥିବା ଭାରତ ଖେଳ ଆରମ୍ଭ କରି ତୃତୀୟ ଦିନରେ ୨୩୯ ରନ୍‌ କରି ଟାର୍ଗେଟ ଦେଇଛି।

ଭାରତ ପକ୍ଷରୁ ଅଜିଙ୍କ୍ୟ ରାହାଣେ ସର୍ବାଧିକ ୫୮ ରନ୍‌ କରିଥିଲେ। ପରେ ପୂଜାରା ମଧ୍ୟ ୫୩ ରନ୍‌ କରି ଆଉଟ୍‌ ହୋଇଥିଲେ। ମୟଙ୍କ ଅଗ୍ରଓ୍ଵାଲ ୨୩ ରନ୍‌ ଏବଂ କେଏଲ ରାହୁଲ ୮ ରନ୍‌ କରି ପ୍ୟାଭିଲିଅନ ଫେରିଥିଲେ। ଅଶ୍ୱିନ ୧୬ ରନ୍‌ ଏବଂ ଠାକୁର ୨୮ ରନ୍‌ ଆଉଟ୍‌ ହୋଇଥିଲେ। ସାଉଥ ଆଫ୍ରିକା ଟିମ୍‌ ପକ୍ଷରୁ କାଗିସୋ ରାବଡା,ଲୁଙ୍ଗି ନିଗଡି, ମାକ୍ରୋ ଜାନସେନ୍‌ ୩ଟି ଓ୍ଵିକେଟ ନେଇଥିଲେ।

ଟିମ୍‌ ଇଣ୍ଡିଆ ପ୍ରଥମ ଇନିଂସରେ ୨୦୨ ରନରେ ଅଲଆଉଟ ହୋଇଯିବା ପରେ ପ୍ରଥମ ଇନିଂସରେ ଦ.ଆଫ୍ରିକା ୨୨୯ରନ କରିବାକୁ ସକ୍ଷମ ହୋଇଥିଲା । ଶାର୍ଦ୍ଦୁଲ ଠାକୁରଙ୍କ ଘାତକ ବୋଲିଂର ସାମ୍ନା କରିନପାରି ଧରାଶୟୀ ହୋଇଥିଲା ଘରୋଇ ଟିମ୍ । ୧୭.୫ ଓଭରରେ ୬୧ରନ ଦେଇ ୭ ଓ୍ଵିକେଟ ନେଇଥିଲେ ଶାର୍ଦ୍ଦୁଲ ।

 

Swagatika

Recent Posts

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

11 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

20 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

24 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

57 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

59 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

2 hours ago