ମନୋରଂଜନ

ଲୋକପ୍ରିୟ ମଲାୟାଲମ ଅଭିନେତ୍ରୀ ରେଞ୍ଜୁଶା ମେନନଙ୍କ ମୃତ୍ୟୁ, ଭଡା ଘରେ ଝୁଲୁଥିଲା ମୃତଦେହ

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଝଟକା । ଲୋକପ୍ରିୟ ମଲାୟାଲମ ଅଭିନେତ୍ରୀ ରେଞ୍ଜୁଶା ମେନନଙ୍କ ପରଲୋକ ହୋଇଛି । ତିରୁଅନନ୍ତପୁରମରେ ଭଡା ଘରେ ତାଙ୍କ ମୃତଦେହ ମିଳିଛି । ଅଭିନେତ୍ରୀଙ୍କ ମୃତଦେହ ଫାଶୀରେ ଝୁଲୁଥିବା ଦେଖିବାକୁ ମିଳିଛି । ପୋଲିସ ଏହି ମାମଲାରେ ଯାଞ୍ଚ ଆରମ୍ଭ କରିଛି । ତେବେ ଅଭିନେତ୍ରୀଙ୍କ ମୃତ୍ୟୁ କେମିତି ହୋଇଛି, ତାହା ଏପର୍ଯ୍ୟନ୍ତ କିଛି ଜଣାପଡିନାହିଁ ।

ଯେଉଁ ଘରୁ ଅଭିନେତ୍ରୀଙ୍କ ମୃତଦେହ ମିଳିଛି, ସେହି ଘରେ ନିଜ ପରିବାର ସହିତ ରହୁଥିଲେ । ଶ୍ରୀକାର୍ଯମ ପୋଲିସ ମୃତ୍ୟୁର ଯାଞ୍ଚ ଆରମ୍ଭ କରିଛି । ତେବେ ଏହାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ପ୍ରାରମ୍ଭିକ ତଦନ୍ତରୁ ସୁଇସାଇଡ ବୋଲି ଅନୁମାନ କରାଯାଉଛି । ମୃତ୍ୟୁ ବେଳକୁ ଅଭିନେତ୍ରୀଙ୍କୁ ୩୫ ବର୍ଷ ବୟସ ହୋଇଥିଲା ।

ପରିବାର ଲୋକଙ୍କ କହିବାନୁଯାୟୀ, ଅଭିନେତ୍ରୀଙ୍କ ରୁମ ବହୁତ ବିଳମ୍ବ ଯାଏଁ ବନ୍ଦ ଥିଲା । କବାଟ ବାଡେଇବା ଦ୍ୱାରା କେହି କବାଟ ଖୋଲିନଥିଲେ । ଏହାପରେ ପରିବାର ଲୋକେ ସନ୍ଦେହ କରି କବାଟ ଜବରଦସ୍ତି ଖୋଲିବା ପରେ ମୃତଦେହ ଝୁଲୁଥିବାର ଦେଖିବାକୁ ପାଇଥିଲେ ।

ଅଭିନେତ୍ରୀ ଜଣକ ଅନେକ ଟିଭି ଚ୍ୟାନେଲରେ ଧାରାବାହିକରେ ଅଭିନୟ କରିସାରିଛନ୍ତି । ଏହାଛଡା କେତେକ ମଲାୟାଲମ ଫିଲ୍ମରେ କାମ କରିଛନ୍ତି । ରେଞ୍ଜୁଶା କୋଚିର ମୂଳନିବାସୀ । ଟେଲିଭିଜନ ଇଣ୍ଡଷ୍ଟ୍ରୀରେ ଆଙ୍କର ଭାବେ ଅଭିନୟ କରିଥିଲେ । ଏହା ପରେ ଟିଭି ଶୋ ସ୍ତ୍ରୀରେ କାମ କରିଥିଲେ । ଏପର୍ଯ୍ୟନ୍ତ ୨୦ରୁ ଅଧିକ ଟିଭି ଶୋରେ କାମ କରିସାରିଛନ୍ତି ।

Swagatika

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

17 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

49 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

51 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

54 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

1 hour ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

1 hour ago