ରାଜ୍ୟ

ରାଜା ରାଜୁଡା ଅମଳରୁ ମା’ ମାଣିକେଶ୍ଵରୀ ପୀଠରେ ପାଳନ ହୁଏ ଯୁଗାର ଯାତ୍ରା, ରହିଛି ଭିନ୍ନ ମାହାତ୍ମ୍ୟ

ଓଡ଼ିଶାରେ ରହିଛି ଭିନ୍ନ ସଂସ୍କୃତି ଓ ପରମ୍ପରା । ପ୍ରତ୍ୟେକ ରାଜ୍ୟରେ ପ୍ରତ୍ୟେକ ଗାଁରେକିଛି ନା କିଛି ପୂଜା ଲାଗି ରହିଥାଏ । ନିଜ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଗାଁମାନଙ୍କରେ ନିଜ କୂଳ ଦେବୀଙ୍କ ପୂଜା ଗାଁ ଲୋକମାନେ ବଡ଼ ଧୁମଧାମରେ ପାଳନ କରନ୍ତି । ତେବେ ସୁବର୍ଣ୍ଣପୁରର ପ୍ରତ୍ୟକ୍ଷ ଦେବୀ ମାଁ ମାଣିକେଶ୍ଵରୀଙ୍କ ପୂଜା ମଧ୍ୟ ବଡ଼ ଧୁମଧାମରେ ପାଳନ କରାଯାଏ । ଆଉ ବର୍ତ୍ତମାନ ମା’ଙ୍କ ପାରମ୍ପରିକ ଯୁଗାର ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ଘଣ୍ଟଘଣ୍ଟାରେ ଗାଁ ଦାଣ୍ଡ ଦୁଲୁକୁଛି । ଖୁବ ସୁନ୍ଦର ଭାବେ ମା’ଙ୍କୁ ସଜା ଯାଇଥିବା ମଧ୍ୟ ଦେଖିବାକୁ ମିଳିଛି । ଗାଁର ମହିଳାମାନେ ମାନସିକକରି ମା’ଙ୍କ ପାଇଁ ଉପବାସ କରନ୍ତି । ମା’ଙ୍କ ପାଇଁ ଭକ୍ତଙ୍କ ମନରେ ରହିଛି ଅଗାଢ ବିଶ୍ୱାସ । ମନରୁ ଡାକିଲେ ମା’ ନିଶ୍ଚିତ ଭକ୍ତର ଡାକ ଶୁଣନ୍ତି ବୋଲି ଗାଁ ଲୋକଙ୍କର ଖୁବ ବିଶ୍ୱାସ ରହିଛି ।

ତେବେ କୈବର୍ତ୍ତ ସମାଜ ପକ୍ଷରୁ ଆୟୋଜିତ ଏହି ଯାତ୍ରା ସେବାୟତଙ୍କ ଦ୍ଵାରା କରାଯାଇଛି । ଏହି ଯାତ୍ରାରେ ସେବାୟତଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ତିନୋଟି ଭବ୍ୟ ଯୁଗାରକୁ ଏକ ବିରାଟ ଶୋଭାଯାତ୍ରାରେ ନେଇ ମାଁ ମାଣିକେଶ୍ଵରୀଙ୍କ ପାଖରେ ସମର୍ପଣ କରାଯାଏ । ରାଜା ରାଜୁଡା ଅମଳରୁ ଦେବୀ ମାଣିକେଶ୍ଵରୀ ପୀଠରେ କାର୍ତ୍ତିକ ମାସର ପ୍ରଥମ ଦିନରେ ହିଁ ଏହି ଯୁଗାର ଯାତ୍ରା ହୋଇଆସୁଛି । କୈବର୍ତ୍ତ ସମାଜର ଇଷ୍ଟଦେବୀ ରୂପେ ମାଁ ମାଣିକେଶ୍ଵରୀଙ୍କୁ ପୂଜାର୍ଚ୍ଚନା କଲେ ବର୍ଷ ତମାମ ଧନଧାନ୍ୟରେ ଘର ପୂରି ଉଠେ ବୋଲି ବିଶ୍ଵାସ ରହିଛି । ତେଣୁ ଜିଲ୍ଲାର ଆଖ ପାଖ ଅଞ୍ଚଳ ସମେତ ବାହାର ଜିଲ୍ଲାରୁ ମଧ୍ୟ କୈବର୍ତ୍ତ ସମାଜର ଲୋକେ ଏଠାକୁ ଆସିଥାନ୍ତି । ଏହି ଦିନ କୈବର୍ତ୍ତ ସମାଜର ଏକ ମହାସଭା ମଧ୍ୟ ଅନୁଷ୍ଠିତ ହୋଇଥାଏ ।

ମା’ଙ୍କ ଏହି ଯୁଗାର ଯାତ୍ରା ଦେଖିବା ପାଇଁ ଭକ୍ତଙ୍କ ଭିଡ଼ ଲାଗେ । ବର୍ଷ ବର୍ଷ ଧରି ମା’ଙ୍କ ଏହି ଯୁଗାର ଯାତ୍ରାକୁ ଅପେକ୍ଷା କରି ରହିଥାନ୍ତି ଏଠାକାର ଗ୍ରାମବାସୀ । ତେଣୁ ଏହି ଯାତ୍ରାକୁ ଚଳିତ ବର୍ଷ ମଧ୍ୟ ବଡ଼ ଧୁମଧାମରେ ପାଳନ କରାଯାଇଛି ।

 

Subhalaxmi Das

Recent Posts

ସେଲ୍ଫି ନେଲା ଦୁଇ ଜୀବନ, ଗୁମ୍ମାଝରଣ ଜଳପ୍ରପାତରେ ବୁଡିଯାଇ ମୃତ୍ୟୁ

ମାଲକାନଗିରି : ସେଲ୍ଫି ନେବାବେଳେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ମାଲକାନଗିରି ଜିଲ୍ଲା ଗୁମ୍ମାଝରଣ ଜଳପ୍ରପାତ ନିକଟରେ ସେଲଫି…

27 mins ago

ସ୍ୱାତି ମାଲିଓ୍ଵାଲ ମାମଲା: ଜୁନ୍‌ ୨୨ ଯାଏ ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ଆମ୍‌ ଆଦ୍‌ମୀ ପାର୍ଟିର ରାଜ୍ୟସଭା ସାଂସଦ ସ୍ୱାତି ମାଲିଓ୍ଵାଲଙ୍କ ମାମଲାରେ ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ସ୍ୱାତି…

1 hour ago

ଭାରତର କେଉଁ ରାସ୍ତାରେ ହୋଇଥାଏ ସର୍ବାଧିକ ଦୁର୍ଘଟଣା? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭାରତରେ ପ୍ରତିବର୍ଷ ୪ ଲକ୍ଷରୁ ଅଧିକ ସଡ଼କ ଦୁର୍ଘଟଣା ହୋଇଥାଏ । ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ୨୦୨୨…

1 hour ago

ଅଦିନିଆ ମେଘ ହେଲା କାଳ, ମଣ୍ଡିରେ ଭିଜିଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ

ସୁବର୍ଣ୍ଣପୁର: କେତେ ପରିଶ୍ରମ କରି ଧାନ ଚାଷ କରିଥିଲେ ଚାଷୀ । ଭାବିଥିଲେ ଧାନ ବିକି କିଛି ଅର୍ଥ ରୋଜଗାର…

1 hour ago

ଗ୍ରାହକଙ୍କୁ ଝଟକା, ନିର୍ବାଚନ ପରେ ବଢିଲା ପେଟ୍ରୋଲ ଓ ଡିଜେଲ ଦର

ନିର୍ବାଚନ ଫଳାଫଳ ଘୋଷଣା ପରେ ଗ୍ରାହକଙ୍କୁ ଝଟକା ଦେଲେ ସରକାର । ପେଟ୍ରୋଲ ଓ ଡିଜେଲ ଉପରେ ସେଲ୍ସ ଟାକ୍ସ…

1 hour ago

କାଶୀପୁର: ଅଜଣା ରୋଗରେ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା କାଶୀପୁରରେ ଅଜଣା ରୋଗରେ ମୃତ୍ୟୁ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ଅଜଣା ରୋଗରେ ମୃତ୍ୟୁ ଘଟଣାରେ…

1 hour ago