ମନୋରଂଜନ

ନିର୍ବାଚନ ପ୍ରଚାର ପାଇଁ ଆସିଥିବା ଅଭିନେତା ଅଲୁ ଅର୍ଜୁନଙ୍କୁ ଦେଖିବା ପାଇଁ ନାହିଁ ନଥିବା ଭିଡ଼, ନିୟନ୍ତ୍ରଣ ପାଇଁ ପୋଲିସ ହେଲେ ନାକେ ଦମ

ପୁଷ୍ପା ଫିଲ୍ମର ଅଭିନେତା ସୁପରଷ୍ଟାର ଅଲୁ ଅର୍ଜୁନଙ୍କୁ ଆନ୍ଧ୍ର ପ୍ରଦେଶର ଏକ ବିଧାନ ସଭା ନିର୍ବାଚନ ପ୍ରଚାର ପାଇଁ ଆସିଥିଲେ । ଯେଉଁଠି ତାଙ୍କୁ ଦେଖିବା ପାଇଁ ଦର୍ଶକଙ୍କ ଅସମ୍ଭାଳ ଭିଡ ଦେଖିବାକୁ ମିଳିଥିଲା । ଭିଡ ଏତେ ପ୍ରବଳ ଥିଲା ଯେ ଅଭିନେତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ନାକେଦମ ହେବାକୁ ପଡିଥିଲା ।

ବାସ୍ତବରେ ଆନ୍ଧ୍ରପ୍ରଦେଶ ନନ୍ଦ୍ୟାଲ ବିଧାନସଭା ଆସନରେ ନିର୍ବାଚନ ଲଢ଼ୁଛନ୍ତି ଶିଳ୍ପା ରବୀନ୍ଦ୍ର କିଶୋର ରେଡ୍ଡି । ରେଡ୍ଡିଙ୍କ ନିର୍ବାଚନ ପ୍ରଚାର ପାଇଁ ଆସି ତାଙ୍କ ଘରେ ରହିଥିଲେ ଅଲୁ ଅର୍ଜୁନ । ଅଲୁ ଅର୍ଜୁନଙ୍କ ସାଙ୍ଗରେ ଥିଲେ ତାଙ୍କ ପତ୍ନୀ ସ୍ନେହାଁ ରେଡ୍ଡି । ଏହି ସୁପରଷ୍ଟାରଙ୍କୁ ଦେଖିବା ପାଇଁ ଶ୍ରୀ ରେଡ୍ଡିଙ୍କ ଘର ଆଗରେ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ଭିଡ ଲାଗିଥିଲା ।

ପ୍ରଶଂସକଙ୍କ ଭିଡକୁ ଆଡେଇ ଅଲୁ ଅର୍ଜୁନ ଶ୍ରୀ ରେଡ୍ଡିଙ୍କ ଘରକୁ ଆସିବା କଠିନ ଥିଲା । ଫଳରେ ପୋଲିସ ଭିଡକୁ ନିୟନ୍ତ୍ରଣ କରି ଅଲୁ ଅର୍ଜୁନ ଓ ତାଙ୍କ ପତ୍ନୀଙ୍କୁ ଶ୍ରୀ ରେଡ୍ଡିଙ୍କ ଘର ପର୍ଯ୍ୟନ୍ତ ଆଣିବାରେ ସାହାଯ୍ୟ କରିଥିଲେ । ପରେ ଶ୍ରୀ ରେଡ୍ଡିଙ୍କ ଘର ବାଲକୋନୀରୁ ଅଲୁ ଅର୍ଜୁନ ପ୍ରଶଂସକଙ୍କୁ ହାତ ହଲେଇ ସଦିଚ୍ଛା ପ୍ରକାଶ କରୁଥିବା ଦେଖାଯାଇଥିଲା ।

ଶ୍ରୀ ରେଡ୍ଡିଙ୍କ ଘର ଆଗରେ ପ୍ରଶଂସକଙ୍କ ଭିଡ ଓ ଅଲୁ ଅର୍ଜୁନଙ୍କ ପ୍ରତି ଭଲ ପାଇବା ସେଦିନ ପୁରା ରାଜନୈତିକ ବାତାବରଣକୁ ସରଗରମ କରିଦେଇଥିଲା । ଅଲୁଙ୍କ ମାମୁଁ ଓ ଜନସେନା ମୁଖ୍ୟ ପଓ୍ଵନ କଲ୍ୟାଣ ମଧ୍ୟ ରାଜନୀତିରେ ସଂପୃକ୍ତ ରହିଛନ୍ତି । ସେ ପିଠାପୁରମ ନିର୍ବାଚନ ମଣ୍ଡଳୀରୁ ଲଢ଼ୁଛନ୍ତି । ଆସନ୍ତା ଅଗଷ୍ଟ ୧୫ ତାରିଖରେ ଅଲୁଙ୍କ ଫିଲ୍ମ ପୁଷ୍ପା-୨ ମଧ୍ୟ ମୁକ୍ତିଲାଭ କରିବାକୁ ଯାଉଛି । ଏହା ମଧ୍ୟ ପୁଷ୍ପା ଭଳି ବେଶ ଧମାକା ସୃଷ୍ଟି କରିବ ବୋଲି ଆଶା ପ୍ରକାଶ ପାଇଛି ।

Niharanjan

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

4 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

5 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

46 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago