ରାଜ୍ୟ

ମୋଦିଙ୍କୁ ଜବାବ ଦେଲେ ନବୀନ, ଆଗାମୀ ୧୦ ବର୍ଷରେ ବିଜେପି ଓଡ଼ିଶାରେ ହୃଦୟ ଜିତିପାରିବନି

ଭୁବନେଶ୍ୱର: ଆଜି କନ୍ଧମାଳ, ବଲାଙ୍ଗୀର ଓ ବରଗଡରେ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟାର୍ଗେଟ ପରେ ବିଜେଡି ସୁପ୍ରିମୋ ନବୀନ ମୁହଁ ଖୋଲିଛନ୍ତି | ନବୀନ କହିଛନ୍ତି, ଜୁନ୍ ୧୦ରେ ନୁହେଁ, ଆଗାମୀ ୧୦ ବର୍ଷରେ ବିଜେପି ଓଡ଼ିଶାରେ ହୃଦୟ ଜିତିପାରିବନି | ଓଡ଼ିଶାରେ ବିଜେଡି ଷଷ୍ଠ ଥର ପାଇଁ ସରକାର କରିବ |

ମୋଦୀ ଆଜି ବରଗଡ଼ ନିର୍ବାଚନୀ ସଭାରେ କହିଥିଲେ ଯେ ବିଜେଡି ସରକାରର ଏକ୍ସପାରୀ ଡେଟ୍ ଜୁନ ୪ ତାରିଖରେ ସରିବା ଓ ଜୁନ ୧୦ରେ ବିଜେପି ସରକାର ଗଠନ କରିବ | ଏହାର ଉତ୍ତର ଦେଇ ଆଜି ନବୀନ କହିଛନ୍ତି, ପ୍ରଧାନମନ୍ତ୍ରୀ ଓଡିଶାକୁ କେତେ ମନେ ରଖିଛନ୍ତି |

କେବଳ ନିର୍ବାଚନବେଳେ ଓଡିଶାକୁ ମନେପକାଇଲେ ଲାଭ ନାହିଁ | ସେ ୨୦୧୪ ଓ ୨୦୧୯ର ପ୍ରତିଶ୍ରୁତି ମନେ ରଖିଛନ୍ତି କି ? ହେଲେ ଆପଣଙ୍କ ସବୁ ପ୍ରତିଶ୍ରୁତି ଓଡ଼ିଶାବାସୀ ମନେ ରଖିଛନ୍ତି | ଓଡ଼ିଆ ଭାଷା ଓ ଓଡ଼ିଶୀକୁ ଭୁଲିଗଲେ ? ଆମ ଓଡିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେଲେନାହିଁ |

ଏନେଇ ଆମେ ୨ ଥର ଦାବି ପଠାଇଛୁ , ଆପଣ ମନା କରିଛନ୍ତି | ଓଡ଼ିଶାରେ କେତେ ବୀରପୁତ୍ର ଅଛନ୍ତି? କେତେଜଣଙ୍କ ନାମ ଆଜି ଆପଣ କହିଲେ ? ନବୀନ ଆହୁରି ପ୍ରଶ୍ନ କରିଥିଲେ ଯେ ଜଣେ ବି ଭାରତ ରତ୍ନ ପାଇଁ ଠିକ ଲାଗିଲେନି ? ମୋର କଣ ମନେ ଅଛି କି ନାହିଁ ରାଜ୍ୟବାସୀ ଜାଣନ୍ତି |  ଦରବୃଦ୍ଧି କମାଇବା, ୨ କୋଟି ଚାକିରି ସୃଷ୍ଟି, ଏଲପିଜି, ପେଟ୍ରୋଲ, ଡିଜେଲ ଦର କମାଇବା, ମୋବାଇଲ କନେକ୍ଟିଭିଟି ଦେବା, ଜିଏସଟି ଛାଡ଼ କରିବା ପ୍ରତିଶ୍ରୁତି ଓଡ଼ିଶାବାସୀ ମନେ ରଖିଛନ୍ତି ।

ଚାଷୀଙ୍କ ଏମଏସପି ୨ ଗୁଣ କରିବା ଲାଗି ପ୍ରତିଶ୍ରୁତି ଦେଇଥିଲେ। ଏମଏସପି ଦୁଇଗୁଣ ପ୍ରତିଶ୍ରୁତି ବି ଭୁଲିଗଲେ । ଓଡ଼ିଶାବାସୀଙ୍କ ଲାଗି ଉପକୂଳ ରାଜପଥ କରିବାର ଥିଲା । ଉପକୂଳ ରାଜପଥ ବିଷୟ ବି ପ୍ରଧାନମନ୍ତ୍ରୀ ଭୁଲିଗଲ । ଓଡ଼ିଶାର ସମ୍ପଦ କୋଇଲା ନେଉଛନ୍ତି । ରୟାଲଟି ବଢାଇବା ଲାଗି ୧୦ ବର୍ଷ ହେଲା ଭୁଲିଗଲେ । ଏମିତି କହି ବିଜେଡି ସୁପ୍ରିମୋ ନବୀନ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜଵାବର ଉତ୍ତର ରଖିଥିଲେ |

Niharanjan

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago