ମନୋରଂଜନ

ସାଉଥ୍‌ ସୁପରଷ୍ଟାର ଚିରଞ୍ଜୀବୀ ହେଲେ କୋଭିଡ୍‌ ପଜିଟିଭ୍‌, ଫ୍ୟାନ୍ସ କରୁଛନ୍ତି ଆରୋଗ୍ୟ କାମନା

ସାଉଥ୍‌ ସୁପରଷ୍ଟାର ଅଭିନେତା ଚିରଞ୍ଜୀବୀ କରୋନାରେ ସଂକ୍ରମିତ ହୋଇଯାଇଛି। ଏହି କିଛି ସମୟ ତଳେ ସେ ନିଜ ଫ୍ୟାନ୍ସଙ୍କୁ ଟ୍ଵିଟରେ ଏହା ଜଣାଇଛନ୍ତି ଯେ ସେ କରୋନା ସଂକ୍ରମିତ ଅଛନ୍ତି। ଚିରଞ୍ଜୀବୀଙ୍କ ଏହି ପୋଷ୍ଟ ପରେ ତାଙ୍କର ଫ୍ୟାନ୍ସମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛନ୍ତି। ସୋସିଆଲ ମିଡିଆରେ ଏବେ ଟ୍ରେଣ୍ଡ କରୁଛନ୍ତି। ଚିରଞ୍ଜୀବୀ ‘ମେଗାଷ୍ଟାର’ ନାମରେ ଖୁବ୍‌ ପ୍ରସିଦ୍ଧ। ଯାହାର କାରଣ ହେଉଛି ବଢ଼ିଆ ଆଉ ରେକର୍ଡ ଭଙ୍ଗା ଫିଲ୍ମ।

ସେ ଟ୍ଵିଟ କରି ଜଣାଇଛନ୍ତି ଯେ ‘ ଆଚାର୍ଯ୍ୟ ସୁଟିଂ କରିବା ପୂର୍ବରୁ ମୁଁ ମୋର କୋଭିଡ ଟେଷ୍ଟ କରିଥିଲି। ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ମୋର କୌଣସି ପ୍ରକାର କରୋନା ଲକ୍ଷଣ ନାହିଁ। ଏବେ ମୁଁ ହୋମ କ୍ୱାରେଣ୍ଟାଇନରେ ଅଛି। ଗତ ୪-୫ ଦିନରେ ଯେଉଁମାନେ ମୋ ସମ୍ପର୍କରେ ଆସିଛନ୍ତି ସେମାନେ ସମସ୍ତେ ନିଜର ଟେଷ୍ଟ କରାଇନେବେ।

ଚିରଞ୍ଜୀବୀଙ୍କ ଏହି ଟ୍ଵିଟ୍‌ ପରେ ସମସ୍ତେ ତାଙ୍କ ଆରୋଗ୍ୟ କାମନା କରୁଛନ୍ତି। ଫ୍ୟାନ୍ସ ଆକ୍ଟରଙ୍କୁ ନିଜର ଧ୍ୟାନ ରଖିବାକୁ କହିଛନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆକ୍ଟର ଚିରଞ୍ଜୀବୀ ଏବଂ ନାଗାର୍ଜୁନ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ସାକ୍ଷାତ୍‌ କରିଥିଲେ। ଏହି ମୁହୂର୍ତ୍ତର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ଚିରଞ୍ଜୀବୀଙ୍କ ଆଗାମୀ ଫିଲ୍ମ ବିଷୟରେ କହିବା ତ ତାଙ୍କର ଆଗାମୀ ଫିଲ୍ମ ଆଚାର୍ଯ୍ୟ ସୁଟିଂ ଏବେ ଜାରି ରହିଛି। ଏହାବ୍ୟତୀତ ‘ଚିରୁ ୧୫୨’ରେ ମଧ୍ୟ କାମ କରୁଥିବା ନଜର ଆସିବେ।

Pritiparna

Recent Posts

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

13 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

41 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago