ସାଉଥ୍‌ ସୁପରଷ୍ଟାର ଚିରଞ୍ଜୀବୀ ହେଲେ କୋଭିଡ୍‌ ପଜିଟିଭ୍‌, ଫ୍ୟାନ୍ସ କରୁଛନ୍ତି ଆରୋଗ୍ୟ କାମନା

ସାଉଥ୍‌ ସୁପରଷ୍ଟାର ଅଭିନେତା ଚିରଞ୍ଜୀବୀ କରୋନାରେ ସଂକ୍ରମିତ ହୋଇଯାଇଛି। ଏହି କିଛି ସମୟ ତଳେ ସେ ନିଜ ଫ୍ୟାନ୍ସଙ୍କୁ ଟ୍ଵିଟରେ ଏହା ଜଣାଇଛନ୍ତି ଯେ ସେ କରୋନା ସଂକ୍ରମିତ ଅଛନ୍ତି। ଚିରଞ୍ଜୀବୀଙ୍କ ଏହି ପୋଷ୍ଟ ପରେ ତାଙ୍କର ଫ୍ୟାନ୍ସମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛନ୍ତି। ସୋସିଆଲ ମିଡିଆରେ ଏବେ ଟ୍ରେଣ୍ଡ କରୁଛନ୍ତି। ଚିରଞ୍ଜୀବୀ ‘ମେଗାଷ୍ଟାର’ ନାମରେ ଖୁବ୍‌ ପ୍ରସିଦ୍ଧ। ଯାହାର କାରଣ ହେଉଛି ବଢ଼ିଆ ଆଉ ରେକର୍ଡ ଭଙ୍ଗା ଫିଲ୍ମ।

ସେ ଟ୍ଵିଟ କରି ଜଣାଇଛନ୍ତି ଯେ ‘ ଆଚାର୍ଯ୍ୟ ସୁଟିଂ କରିବା ପୂର୍ବରୁ ମୁଁ ମୋର କୋଭିଡ ଟେଷ୍ଟ କରିଥିଲି। ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ମୋର କୌଣସି ପ୍ରକାର କରୋନା ଲକ୍ଷଣ ନାହିଁ। ଏବେ ମୁଁ ହୋମ କ୍ୱାରେଣ୍ଟାଇନରେ ଅଛି। ଗତ ୪-୫ ଦିନରେ ଯେଉଁମାନେ ମୋ ସମ୍ପର୍କରେ ଆସିଛନ୍ତି ସେମାନେ ସମସ୍ତେ ନିଜର ଟେଷ୍ଟ କରାଇନେବେ।

chiruଚିରଞ୍ଜୀବୀଙ୍କ ଏହି ଟ୍ଵିଟ୍‌ ପରେ ସମସ୍ତେ ତାଙ୍କ ଆରୋଗ୍ୟ କାମନା କରୁଛନ୍ତି। ଫ୍ୟାନ୍ସ ଆକ୍ଟରଙ୍କୁ ନିଜର ଧ୍ୟାନ ରଖିବାକୁ କହିଛନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆକ୍ଟର ଚିରଞ୍ଜୀବୀ ଏବଂ ନାଗାର୍ଜୁନ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ସାକ୍ଷାତ୍‌ କରିଥିଲେ। ଏହି ମୁହୂର୍ତ୍ତର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ଚିରଞ୍ଜୀବୀଙ୍କ ଆଗାମୀ ଫିଲ୍ମ ବିଷୟରେ କହିବା ତ ତାଙ୍କର ଆଗାମୀ ଫିଲ୍ମ ଆଚାର୍ଯ୍ୟ ସୁଟିଂ ଏବେ ଜାରି ରହିଛି। ଏହାବ୍ୟତୀତ ‘ଚିରୁ ୧୫୨’ରେ ମଧ୍ୟ କାମ କରୁଥିବା ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.