Below header

ଖୋର୍ଦ୍ଧା ମୁକୁନ୍ଦ ପ୍ରସାଦ ରାସ୍ତା ଦେଇ ସହର ମୁହାଁ ହାତୀ, ଭୟଭିତ ଲୋକେ

ଖୋର୍ଦ୍ଧା : ଖୋର୍ଦ୍ଧା ସହର ଭିତରେ ହାତୀ। ଗତ କିଛିଦିନ ଧରି ହାତୀ ଖୋର୍ଦ୍ଧା ସହର ଉପାନ୍ତ ବିଭିନ୍ନ ଧାନ କିଆରୀରେ ପଶି କ୍ଷୟକ୍ଷତି କଲାପରେ ବର୍ତ୍ତମାନ ସହର ମୁଁହା ହୋଇଛି। ଗତକାଲି ଅପରାହ୍ନରେ କୁମାର ବସ୍ତ ଗାଁର କାଜୁ ଜଙ୍ଗଲ ଭିତରେ ଥିବାବେଳେ ଲୋକେ ହାତୀଟିକୁ ଦେଖି ହୋ ହାଲ୍ଲା କରିବାରୁ, ହାତୀଟି କୁଆଡେ ଯାଇ ପାରିନଥିଲା । ଯାହାଫଳରେ ସନ୍ଧ୍ୟା ହେବାରୁ ହାତୀଟି ସହର ମୁହାଁ ହୋଇଥିଲା ।

ମୁକୁନ୍ଦ ପ୍ରସାଦ ରାସ୍ତାରେ ସହର ଭିତରକୁ ପଶୁଥିଲା ବେଳେ ଲୋକମାନେ ଦେଖି ଭୟଭିତ ହୋଇ ପଡିଥିଲେ। ଲୋକମାନେ ହାତୀକୁ ଦେଖି ତା ପଛେ ପଛେ ମୋବାଇଲ ଧରି ଫଟୋ ଉଠାଉଥିବା ବେଳେ ବନ ବିଭାଗ , ପୋଲିସ, ଜନସାଧାରଣ ହାତୀକୁ ନିକଟ ବରୁଣେଇ ଜଙ୍ଗଲକୁ ଛାଡି ଦେବାକୁ ଉଦ୍ୟମ ଜାରି ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.