Below header

ପାରଳାଖେମୁଣ୍ଡି ଉପକାରାଗାରରେ ବିଚାରଧୀନ କଏଦୀର ମୃତ୍ୟୁ, ମୃତକ ହରିଆଣାର ଫତେବାଦ ବାସିନ୍ଦା

ଗଜପତି: ଉପକାରାଗାରରେ ବିଚାରଧୀନ କଏଦୀର ମୃତ୍ୟୁ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଉପକାରାଗାରରେ କଏଦୀର ମୃତ୍ୟୁ ହୋଇଛି । ମୃତକ କଏଦୀ ଜଣକ ହରିଆଣାର ଫତେବାଦ ବାସିନ୍ଦା ।

୨୦୨୦ ମସିହା ଅକ୍ଟୋବର ମାସରୁ ପାରଳାଖେମଣ୍ଡି ଉପକାରାଗାରରେ ସଜା କାଟୁଥିଲେ । ଆଜି ସେ ଅସୁସ୍ଥ ଅନୁଭବ କରିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ପାରଳାଖେମୁଣ୍ଡି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.