ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କ ଘରେ NCBର ଚଢ଼ାଉ

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ଡ୍ରଗ୍ସ ଆଙ୍ଗଲ୍ ଆସିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଏହି ଘଟଣାର ତଦନ୍ତ କରୁଛି । ବର୍ତ୍ତମାନ ଏହି ମାମଲାରେ ଏନସିବିର ଏକ ଟିମ୍ ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କ ଘରେ ଚଢ଼ାଉ କରିଛନ୍ତି । ତେବେ ଅର୍ଜୁନ ରାମପାଲଙ୍କ ଘରେ ଏନସିବି କିଛି ଜବତ କରିଛି କି ନାହିଁ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ ।

ପୂର୍ବରୁ ହିଁ ଅର୍ଜୁନଙ୍କ ଗର୍ଲଫ୍ରେଣ୍ଡର ଭାଇ ଜେଲରେ ଅଛନ୍ତି

ଏହାପୂର୍ବରୁ ଏନସିବି ଅର୍ଜୁନ ରାମପାଲଙ୍କ ଗର୍ଲଫ୍ରେଣ୍ଡ ଗାବ୍ରିଏଲା ଡେମେଟ୍ରିଏଡସଙ୍କ ଭାଇ ଅଗିସିୟାଲୋସ ଡେମେଟ୍ରିଏଡସଙ୍କୁ ଗିରଫ କରି ଡ୍ରଗ୍ସ ରଖିବା ତଥା ବିକ୍ରୟ ଅଭିଯୋଗରେ ତାଙ୍କୁ ଜେଲକୁ ପଠାଇ ଦେଇଛି । ନିକଟରେ ଖବର ଆସିଥିଲା ​​ଯେ ଅଗିସିୟାଲୋସ କୋର୍ଟରୁ ଜାମିନ ପାଇବା ପରେ ଏନସିବି ତାଙ୍କୁ ପୁଣି ଗିରଫ କରିଥିଲା । ଏନସିବି ଟିମ୍ ରିପୋର୍ଟ କରିଛି ଯେ ଡ୍ରଗ୍ସ ବେପାରୀଙ୍କ ସହ ଅଗିସିୟାଲୋସଙ୍କର ଲିଙ୍କ ଅଛି ଯେଉଁଠୁ ରିୟା, ସୌଭିକ, ଦୀପେଶ ସାୱନ୍ତ ଏବଂ ସାମୁଏଲ୍ ମିରାଣ୍ଡା ସୁଶାନ୍ତଙ୍କ ପାଇଁ ଡ୍ରଗ୍ କିଣିଥିବା ଅଭିଯୋଗ ହୋଇଛି ।


ସୂଚନା ଅନୁଯାୟୀ ଗୋଟେ ଦିନ ପୂର୍ବରୁ ପ୍ରଯୋଜକ ଫିରୋଜ ନାଦିଆଦୱାଲାଙ୍କ ଘରେ ରେଡ୍‌ କରିଥିଲା ଏବଂ ତାଙ୍କ ଘରୁ ଏନ୍‌ସିବି କିଛି ମାତ୍ରାରେ ଡ୍ରଗ୍ସ ମଧ୍ୟ ଜବତ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.