Below header

ବାଇଡେନଙ୍କ ଠାରୁ ହାର ସ୍ବୀକାର କରିବା ପାଇଁ ଟ୍ରମ୍ପଙ୍କୁ ପରାମର୍ଶ ଦେଲେ ମେଲେନିଆ, ଜାଣନ୍ତୁ କାହିଁକି

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ତ୍ରୀ ଫାଷ୍ଟ ଲେଡି ମେଲେନିଆ ଟ୍ରମ୍ପ ମଧ୍ୟ ଚାହୁଁଛନ୍ତି ଯେ ସେ ତାଙ୍କ ସ୍ୱାମୀ ନିଜ ହାରକୁ ସ୍ବୀକାର କରି ନିଅନ୍ତୁ। ତେବେ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ବାଇଡେନଙ୍କ ଠାରୁ ହାର ସ୍ବୀକାର କରିବା ପାଇଁ ମେଲେନିଆ ଟ୍ରମ୍ପଙ୍କୁ କହିଛନ୍ତି ବୋଲି ସୂଚନା ମିଳିଛି। ଯଦିଓ ମେଲେନିଆ ନିର୍ବାଚନକୁ ନେଇ କୌଣସି ସାର୍ବଜନିକ ଟିପ୍ପଣୀ ଦେଇ ନାହାନ୍ତି କିନ୍ତୁ ବ୍ୟକ୍ତିଗତ ସ୍ତରରେ ସେ ଟ୍ରମ୍ପଙ୍କୁ ବୁଝାଇଛନ୍ତି। ତେବେ ମେଲେନିଆ ସବୁଥର ପରି ଏଥର ମଧ୍ୟ ଟ୍ରମ୍ପଙ୍କ ସମ୍ମୁଖରେ ନିଜ ମତ ପ୍ରକାଶ କରିଛନ୍ତି ବୋଲି ସିଏନଏନ ରିପୋର୍ଟରୁ ଜଣାପଡିଛି।

ତେବେ ପୂର୍ବ ବର୍ଷ ରାଷ୍ଟ୍ରପତି ନିର୍ବାଚନ ପାଇଁ ମେଲେନିଆ ନିଜ ସ୍ୱାମୀଙ୍କ ତରଫରୁ ପ୍ରଚାର କରିଥିଲେ। ସେହିପରି ନିର୍ବାଚନର ସ୍ଥିତିକୁ ପୂର୍ବରୁ ସ୍ବୀକାର କରିବା ପାଇଁ ପୂର୍ବତନ ରାଷ୍ଟ୍ରପତିଙ୍କ ଜ୍ୱାଇଁ ଏବଂ ତାଙ୍କ ପରାର୍ମଶଦାତା ଟ୍ରମ୍ପଙ୍କୁ କହିଥିଲେ। ଏ ସମସ୍ତ ବୟାନ ଟ୍ରମ୍ପଙ୍କ ବାଇଡେନଙ୍କ ପ୍ରତି ଆରୋପ ଲଗାଇଲା ପରେ ସାମ୍ନାକୁ ଆସିଛି। ଟ୍ରମ୍ପଙ୍କ ଆରୋପ ଅନୁସାରେ ବାଇଡେନ ନିର୍ବାଚନ ଜିତିବାର ମିଛ ଦାବି କରୁଛନ୍ତି।

melania2

ସେହିଭଳି ଟ୍ରମ୍ପଙ୍କ ଅନ୍ୟ ଏକ ଦାବି ଅନୁସାରେ ଡେମୋକ୍ରୋଟ୍‌ ପ୍ରାର୍ଥୀଙ୍କୁ ବିଜେତା ଭାବରେ ଦେଖାଇବାକୁ ଚେଷ୍ଟା କରୁଛି। ତେବେ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ବାଇଡେନ ନିଜ ଜିତକୁ ନିଶ୍ଚିତ କରି ଟ୍ରମ୍ପକୁ ଟକ୍କର ଦେଇ ହରାଇଛନ୍ତି। ବାଇଡେନ ୭୪ ମିଲିୟନ ଭୋଟ ପାଇ ବିଜୟୀ ଲାଭ କରିଛନ୍ତି। ଟ୍ରମ୍ପଙ୍କ ଠାରୁ ୪ ମିଲିୟନ ଭୋଟ ଅଧିକ ପାଇବା ସହିତ ସମସ୍ତ ରାଷ୍ଟ୍ରପତି ପ୍ରାର୍ଥୀଙ୍କଠାରୁ ଅଧିକ ଭୋଟ ହାସଲ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.