ଆକ୍ଟର ତଥା ମଡେଲ ରାହୁଲ ଖାନ୍ନା ଓ ମିଲିନ୍ଦ ସୋମନ ବର୍ତ୍ତମାନ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଦୂରରେ ଅଛନ୍ତି। କିନ୍ତୁ ସୋସିଆଲ ମିଡିଆରେ ଏମିତି କିଛି ଫଟୋ ଶେୟାର କରୁଛନ୍ତି, ଯାହାକୁ ନେଇ ସେମାନେ ଚର୍ଚ୍ଚା ପରିସରକୁ ଆସିଛନ୍ତି। ସବୁଠାରୁ ମଜାଦାର କଥା ହେଉଛି, ଦୁଇଜଣ ଯାକ ଗୋଟିଏ ହିଁ ଦିନରେ ସେମାନଙ୍କ ଫଟୋ ପୋଷ୍ଟ କରିଛନ୍ତି। ରାହୁଲ ଓ ମିଲିନ୍ଦଙ୍କ ଫଟୋ ଦେଖି ତାଙ୍କ ଫିମେଲ ଫ୍ୟାନ୍ସଙ୍କ କମେଣ୍ଟସ୍ ବଢ଼ିବାରେ ଲାଗିଛି।
ରାହୁଲ ଖାନ୍ନାଙ୍କର ସୋସିଆଲ ମିଡିଆରେ ଭଲ ଫ୍ୟାନ୍ ଫଲୋଇଙ୍ଗ୍ ରହିଛି। ସେ ବାଥ୍ରୁମରୁ ଏକ ମିରର୍ ସେଲ୍ଫି ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ କେବଳ ବାଥ୍ରୋବ୍ ପିନ୍ଧିଛନ୍ତି। ବଲିଉଡ୍ ଅଭିନେତ୍ରୀ ତାରା ସୁତାରିଆ ଏହି ଫଟୋକୁ ଲାଇକ୍ କରିଥିବା ବେଳେ କରଣ ଜୋହର ‘ଉଫ୍’ ଲେଖି କମେଣ୍ଟ ଦେଇଛନ୍ତି।
ମିଲିନ୍ଦ ସୋମନ୍ ବିନା କପଡ଼ାରେ ଏକ ଫଟୋକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହା ତାଙ୍କର ପୁରୁଣା ଫଟୋ। ଏହାକୁ ସେ ‘Throwback Thursday’ କ୍ୟାପସନ ସହିତ ଶେୟାର କରିଛନ୍ତି।
ମିଲିନ୍ଦଙ୍କ ଫଟୋରେ ମଧ୍ୟ ଅନେକ କମେଣ୍ଟସ୍ ଆସିଛି। କେହି ତାଙ୍କୁ ପିଲା ଦିନର କ୍ରଶ ବୋଲି କହିଛି ତ ଆଉ କିଏ ଫାୟାର ଇମୋଜି ଦେଇଛି। ଜଣେ ଫଲୋୟର କହିଛନ୍ତି, ‘ଜଙ୍ଗଲ ଜଙ୍ଗଲରେ କଥା ଚାଲିଛି’।
ତେବେ ମିଲିନ୍ଦ ଓ ରାହୁଲଙ୍କ ପୂର୍ବରୁ ବି ରଣବୀର କପୁର, ରଣବୀର ସିଂ, ନୀଲ ନିତିନ ମୁକେଶ, ଜନ୍ ଆବ୍ରାହମ, ରାଜକୁମାର ରାଓ ଫିଲ୍ମ ପାଇଁ ନ୍ୟୁଡ୍ ବା ସେମି ନ୍ୟୁଡ୍ ପୋଜ୍ ଦେଇସାରିଛନ୍ତି।
ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…
ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…
ବାଲେଶ୍ଵର : ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…
ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…
ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…
ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…