ସୋସିଆଲ ମିଡିଆରେ ଜବରଦସ୍ତ ନିଆଁ ଜଳାଇଲେ ରାହୁଲ ଖାନ୍ନା ଓ ମିଲିନ୍ଦ ସୋମନ୍‌, କମେଣ୍ଟ ଉପରେ କମେଣ୍ଟ ଦେଲେ ଫିମେଲ୍‌ ଫ୍ୟାନ୍ସ

ଆକ୍ଟର ତଥା ମଡେଲ ରାହୁଲ ଖାନ୍ନା ଓ ମିଲିନ୍ଦ ସୋମନ ବର୍ତ୍ତମାନ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଦୂରରେ ଅଛନ୍ତି। କିନ୍ତୁ ସୋସିଆଲ ମିଡିଆରେ ଏମିତି କିଛି ଫଟୋ ଶେୟାର କରୁଛନ୍ତି, ଯାହାକୁ ନେଇ ସେମାନେ ଚର୍ଚ୍ଚା ପରିସରକୁ ଆସିଛନ୍ତି। ସବୁଠାରୁ ମଜାଦାର କଥା ହେଉଛି, ଦୁଇଜଣ ଯାକ ଗୋଟିଏ ହିଁ ଦିନରେ ସେମାନଙ୍କ ଫଟୋ ପୋଷ୍ଟ କରିଛନ୍ତି। ରାହୁଲ ଓ ମିଲିନ୍ଦଙ୍କ ଫଟୋ ଦେଖି ତାଙ୍କ ଫିମେଲ ଫ୍ୟାନ୍ସଙ୍କ କମେଣ୍ଟସ୍‌ ବଢ଼ିବାରେ ଲାଗିଛି।

t11

କ’ଣ କହିଲେ ତାରା ସୁତାରିଆ ଓ କରଣ ଜୋହର

ରାହୁଲ ଖାନ୍ନାଙ୍କର ସୋସିଆଲ ମିଡିଆରେ ଭଲ ଫ୍ୟାନ୍‌ ଫଲୋଇଙ୍ଗ୍‌ ରହିଛି। ସେ ବାଥ୍‌ରୁମରୁ ଏକ ମିରର୍‌ ସେଲ୍ଫି ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ କେବଳ ବାଥ୍‌ରୋବ୍‌ ପିନ୍ଧିଛନ୍ତି। ବଲିଉଡ୍‌ ଅଭିନେତ୍ରୀ ତାରା ସୁତାରିଆ ଏହି ଫଟୋକୁ ଲାଇକ୍‌ କରିଥିବା ବେଳେ କରଣ ଜୋହର ‘ଉଫ୍‌’ ଲେଖି କମେଣ୍ଟ ଦେଇଛନ୍ତି।

t22

ମିଲିନ୍ଦ ସୋମନ୍‌ ଶେୟାର କଲେ ପୁରୁଣା ଫଟୋ

ମିଲିନ୍ଦ ସୋମନ୍‌ ବିନା କପଡ଼ାରେ ଏକ ଫଟୋକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହା ତାଙ୍କର ପୁରୁଣା ଫଟୋ। ଏହାକୁ ସେ ‘Throwback Thursday’ କ୍ୟାପସନ ସହିତ ଶେୟାର କରିଛନ୍ତି।

t44

ମିଲିନ୍ଦଙ୍କ ଫଟୋରେ ମଧ୍ୟ ଅନେକ କମେଣ୍ଟସ୍‌ ଆସିଛି। କେହି ତାଙ୍କୁ ପିଲା ଦିନର କ୍ରଶ ବୋଲି କହିଛି ତ ଆଉ କିଏ ଫାୟାର ଇମୋଜି ଦେଇଛି। ଜଣେ ଫଲୋୟର କହିଛନ୍ତି, ‘ଜଙ୍ଗଲ ଜଙ୍ଗଲରେ କଥା ଚାଲିଛି’।

t6

t7

t9

t88

ତେବେ ମିଲିନ୍ଦ ଓ ରାହୁଲଙ୍କ ପୂର୍ବରୁ ବି ରଣବୀର କପୁର, ରଣବୀର ସିଂ, ନୀଲ ନିତିନ ମୁକେଶ, ଜନ୍‌ ଆବ୍ରାହମ, ରାଜକୁମାର ରାଓ ଫିଲ୍ମ ପାଇଁ ନ୍ୟୁଡ୍‌ ବା ସେମି ନ୍ୟୁଡ୍‌ ପୋଜ୍‌ ଦେଇସାରିଛନ୍ତି।

Leave A Reply

Your email address will not be published.