ମନୋରଂଜନ

ବଲିଉଡ ଷ୍ଟାର ମିଥୁନ ଚକ୍ରବର୍ତ୍ତୀଙ୍କ ସ୍ତ୍ରୀ ଓ ପୁଅଙ୍କ ବିରୋଧରେ ଲାଗିଛି ସଂଗୀନ ଆରୋପ, ମୁମ୍ବାଇରେ ମାମଲା ରୁଜ୍ଜୁ

ବଲିଉଡର ପ୍ରସିଦ୍ଧ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ମହା ଅକ୍ଷୟ ଚକ୍ରବର୍ତ୍ତୀଙ୍କୁ ନେଇ ଆଉ ଏକ ବିବାଦ ମୁଣ୍ଡ ଟେକିଛି । ତାଙ୍କ ନାଁରେ ମୁମ୍ବଈ ସ୍ଥିତ ଓସିବାରା ପୋଲିସ ଷ୍ଟେସନରେ ବଳାତ୍କାର ଓ ଗର୍ଭପାତ ନେଇ ମାମଲା ଦର୍ଜ ହୋଇଛି । ଏହି ମାମଲାରେ ମିଥୁନଙ୍କ ସ୍ତ୍ରୀ ୟୋଗିତା ବାଲିଙ୍କ ଉପରେ ବି ଆରୋପ ଲାଗିଛି । ପ୍ରକୃତରେ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡିତ ଜଣେ ଅଭିନେତ୍ରୀ ତଥା ମଡେଲ ହିଁ ଏହି ଆରୋପ ଲଗାଇଥିବା ଜଣାଯାଇଛି । ମିଡ଼ିଆ ରିପୋର୍ଟ ଅନୁଯାୟୀ ପୀଡିତା ଜଣଙ୍କ ଏଫଆଇଆରରେ ଦର୍ଶାଇଛନ୍ତିକି ସେ ଓ ମିଥୁନଙ୍କ ପୁଅ ମହାଅକ୍ଷୟ ୨୦୧୫ ରୁ ରିଲେସନସିପରେ ଥିଲେ । ସେହିବର୍ଷ ମହାଅକ୍ଷୟ ତାଙ୍କୁ ନିଜ ଘରକୁ ଡାକି କୋଲଡ୍ରିଙ୍କସରେ କିଛି ନିଶା ଜାତ ଦ୍ରବ୍ୟ ମିଶାଇ ପିଆଇ ଦେଇଥିଲେ । ଏହି ସମୟରେ ତାଙ୍କ ସହ ବଳାତ୍କାର

ହୋଇଥିବା ନେଇ ପୀଡିତା ନିଜ ଏଫଆଇଆରରେ ଉଲ୍ଲେଖ କରିଛନ୍ତି । ଏହା ପରେ ଦୀର୍ଘ ୪ ବର୍ଷ ଧରି ବିବାହ ପ୍ରତିଶ୍ରୁତି ଦେଇ ତଥା ମିଥ୍ୟା ପ୍ରଲୋଭନ ଦେଖାଇ ବାରମ୍ବାର ତାଙ୍କ ସହ ଦୁଷ୍କର୍ମ କରିଆସୁଥିଲେ । ଖାଲି ସେତିକି ନୁହେଁ ତାଙ୍କୁ ମାନସିକ ନିର୍ଯ୍ୟାତନା ମଧ୍ୟ ଦେଇ ଆସୁଥିଲେ । ଆଉ ପୀଡିତା ଜଣଙ୍କ ଗର୍ଭବତୀ ହେବା ପରେ ଜୋର ଜବରଦସ୍ତ ଔଷଧ ଦିଆଯାଇ ତାଙ୍କ ଗର୍ଭ ନଷ୍ଟ କରାଯାଇଥିଲା । ଏହି ସମସ୍ତ ଘଟଣାରେ ମିଥୁନଙ୍କ ପୁଅ ସମେତ ତାଙ୍କ ସ୍ତ୍ରୀଙ୍କ ହାତ ବି ରହିଥିଲା । ଏନେଇ ଉଭୟ ମା, ପୁଅଙ୍କ ବିରୋଧରେ ଧାରା ୩୭୬(୨), ୩୨୮, ୪୧୭, ୫୦୬, ୩୨୩ ଓ ଧାରା ୩୪ ନେଇ ଭିନ୍ନ ଭିନ୍ନ ମାମଲା ଦର୍ଜ ହୋଇଛି ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ଆପଣଙ୍କ ମନୋବଳ ଦୃଢ଼ ହେବ । ଯେଉଁମାନେ ରାଜନୀତିରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପ୍ରଭାବ ଚାରିଆଡେ ବ୍ୟାପିବ।…

1 hour ago

ମା’ ଝିଅକୁ ବିଲ ମଝିରେ ହତ୍ୟା କଲା ନାବାଳକ

ଭଦ୍ରକ( କେନ୍ୟୁଜ୍‌): ବିଲ ମଝିରେ ପଡ଼ି ରହିଛି ମୃତଦେହ । ରୁଣ୍ଡ ହୋଇଛନ୍ତି ଲୋକେ । ଆଉ ସ୍ତ୍ରୀର ଶବ…

4 hours ago

ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର

ପୁରୀ(କେନ୍ୟୁଜ୍‌): ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ବିଷୟରେ…

5 hours ago

ଖୋଲିଲା ଭଦ୍ରକ ଜିଲ୍ଲା ବସ୍ ସିଣ୍ଡିକେଟ

ଭଦ୍ରକ (କେନ୍ୟୁଜ୍‌): ଦୀର୍ଘ ବର୍ଷ ପରେ ଖୋଲିଲା ଭଦ୍ରକ ଜିଲ୍ଲା ବସ ସିଣ୍ଡିକେଟ । ପ୍ରଶାସନିକ ଅଧିକାରୀ ଓ ପୋଲିସ…

5 hours ago

ନନ୍ଦନକାନନ ବୁଲି ସମସ୍ୟା ବୁଝିଲେ ନୂଆ ମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନନ୍ଦନକାନନ ବୁଲିଲେ ନୂଆ ମନ୍ତ୍ରୀ । ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ…

6 hours ago

ନବୀନ ହେଲେ ବିରୋଧୀ ଦଳ ନେତା, ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର(କେନ୍ୟୁଜ୍‌): ନବୀନ ପଟ୍ଟନାୟକ ହେଲେ ବିଧାନସଭାରେ ବିରୋଧୀ ଦଳ ନେତା । ଶଙ୍ଖ ଭବନରେ ବସିଥିବା ବିଧାୟକ ଦଳ ବୈଠକରେ…

7 hours ago