ଦେଶ ବିଦେଶ

ଖୋଲିଲା ସାବରିମାଲା ମନ୍ଦିର, ଦିନକରେ ଦର୍ଶନ ପାଇଁ ୨୫୦ଲୋକଙ୍କୁ ମିଳିବ ଅନୁମତି

କରୋନା ମହାମାରୀ କଟକଣା ଯୋଗୁଁ ଦୀର୍ଘ ସାତ ମାସ ଧରି ବନ୍ଦ ହୋଇ ରହିଥିବା କେରଳର ବହୁ ପ୍ରସିଦ୍ଧ ସାବରିମାଲା ମନ୍ଦିର ଆଜି ସକାଳେ ଖୋଲାଯାଇଛି। ବର୍ତ୍ତମାନ ଶ୍ରଦ୍ଧାକୁ କରୋନା କଟକଣାର ନିୟମକୁ ପାଳନ କରି ଦର୍ଶନ କରିପାରିବେ। ୫ଦିନ ଧରି ପାଳନ ହେଉଥିବା ମାସିକ ପୂଜା ପାଇଁ ବିଭିନ୍ନ ଗାଇଡଲାଇନ ସହିତ ମନ୍ଦିର ଖୋଲାଯାଇଛି। ତେବେ ମାସ୍କ ବ୍ୟବହାର କରି ସାଧାରଣ ଲୋକମାନେ ଆଜି ଠାରୁ ମନ୍ଦିରର ଦର୍ଶନ କରିପାରିବେ। କରୋନା ଯୋଗୁ ବନ୍ଦ କରିଦିଆଯାଇଥିବା ଦେଶର ସମସ୍ତ ବଡ ବଡ ଧାର୍ମିକ ସ୍ଥଳିକୁ ବର୍ତ୍ତମାନ ଅନଲକ୍‌ରେ ଧୀରେ ଧୀରେ ଖୋଲିବାକୁ ଅନୁମତି ଦିଆଯାଉଛି।

ସୂଚନା ମୁତାବକ ପ୍ରତିଦିନ କେବଳ ୨୫୦ ଲୋକଙ୍କୁ ମନ୍ଦିର ଭିତରକୁ ଯିବାକୁ ଅନୁମତି ଦିଆଯାଇଥିବା ବେଳେ ଆଜି ୨୪୬ ଲୋକ ଡିଜିଟାଲ ପ୍ରଳାଣୀରେ ସାବରିମାଲା ମନ୍ଦିରର ଦର୍ଶନ କରିବା ପାଇଁ ବୁକିଂ କରିଛନ୍ତି। ତେବେ କେରଳରେ ବଢୁଥିବା କରୋନା ପରିସ୍ଥିତିକୁ ଆଖି ଆଗରେ ରଖି ମନ୍ଦିରର ମୁଖ୍ୟ କଡା ନିୟମ ଲାଗୁ କରିଛନ୍ତି । ଏହି ନିୟମ ଅନୁଯାୟୀ କରୋନା ରିର୍ପୋଟ ନିଜ ସାଙ୍ଗରେ ଆଣିନଥିବା ବ୍ୟକ୍ତିଙ୍କର ନିଲକ୍କଲ ବେସ କ୍ୟାମ୍ପରେ ର‍୍ୟାପିଡ ଆଣ୍ଟିଜେନ ଟେଷ୍ଟ କରାଯିବ। ଏହା ସହିତ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଘିଅ ଅଭିଷେକ ଏବଂ ଅନ୍ନଭୋଗ ଉପରେ ବିଶେଷ ଗୁରୁତ୍ତ୍ୱ ମଧ୍ୟ ଦିଆଯିବ।

ସେହିପରି ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ଫିଟନେସ୍‌ ସାର୍ଟିଫିକେଟ ଜରୁରୀ ହୋଇଥିବା ବେଳେ ୧୦ ବର୍ଷରୁ ୬୦ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ହିଁ କେବଳ ପ୍ରବେଶ ପାଇଁ ଅନୁମତି ମିଳିବ। ସ୍ନାନ କରିବା ପାଇଁ ପମ୍ବା ନଦୀରେ ଏବଂ ରାତିରେ ବିଶ୍ରାମ କିମ୍ବା ରହିବା ପାଇଁ ମଧ୍ୟ ମନ୍ଦିର ପରିସରରେ ବ୍ୟବସ୍ଥା କରାଯାଇଛି।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ଆପଣଙ୍କ ମନୋବଳ ଦୃଢ଼ ହେବ । ଯେଉଁମାନେ ରାଜନୀତିରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପ୍ରଭାବ ଚାରିଆଡେ ବ୍ୟାପିବ।…

1 hour ago

ମା’ ଝିଅକୁ ବିଲ ମଝିରେ ହତ୍ୟା କଲା ନାବାଳକ

ଭଦ୍ରକ( କେନ୍ୟୁଜ୍‌): ବିଲ ମଝିରେ ପଡ଼ି ରହିଛି ମୃତଦେହ । ରୁଣ୍ଡ ହୋଇଛନ୍ତି ଲୋକେ । ଆଉ ସ୍ତ୍ରୀର ଶବ…

4 hours ago

ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର

ପୁରୀ(କେନ୍ୟୁଜ୍‌): ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ବିଷୟରେ…

5 hours ago

ଖୋଲିଲା ଭଦ୍ରକ ଜିଲ୍ଲା ବସ୍ ସିଣ୍ଡିକେଟ

ଭଦ୍ରକ (କେନ୍ୟୁଜ୍‌): ଦୀର୍ଘ ବର୍ଷ ପରେ ଖୋଲିଲା ଭଦ୍ରକ ଜିଲ୍ଲା ବସ ସିଣ୍ଡିକେଟ । ପ୍ରଶାସନିକ ଅଧିକାରୀ ଓ ପୋଲିସ…

5 hours ago

ନନ୍ଦନକାନନ ବୁଲି ସମସ୍ୟା ବୁଝିଲେ ନୂଆ ମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନନ୍ଦନକାନନ ବୁଲିଲେ ନୂଆ ମନ୍ତ୍ରୀ । ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ…

6 hours ago

ନବୀନ ହେଲେ ବିରୋଧୀ ଦଳ ନେତା, ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର(କେନ୍ୟୁଜ୍‌): ନବୀନ ପଟ୍ଟନାୟକ ହେଲେ ବିଧାନସଭାରେ ବିରୋଧୀ ଦଳ ନେତା । ଶଙ୍ଖ ଭବନରେ ବସିଥିବା ବିଧାୟକ ଦଳ ବୈଠକରେ…

7 hours ago