ମନୋରଂଜନ

କରୋନା ପଜିଟିଭ ବାହାରିଥିବା ଏହି ପ୍ରଖ୍ୟାତ ଅଭିନେତ୍ରୀ ଜଣାଇଲେ ନିଜର ଯନ୍ତ୍ରଣା, କହିଲେ “ଶୋଇ ପାରୁନାହିଁ”

ଏପର୍ଯ୍ୟନ୍ତ ଅନେକ ବଡ ବଡ ତାରକା କରୋନା ଭାଇରସ କବଳରେ ଆସିସାରିଛନ୍ତି । ନିକଟରେ ସଙ୍ଗୀତକାର ୱାଜିଦ୍ ଖାନଙ୍କର କରୋନାରେ ଦେହାନ୍ତ ହୋଇଥିଲା । ଏହି ସମୟରେ ‘ୟେ ରିସ୍ତା କୟା କେହଲତା ହେ’ର ପ୍ରଖ୍ୟାତ ଅଭିନେତ୍ରୀ ତଥା ରେୱାର ରାଜକୁମାରୀ ମୋହିନା କୁମାରୀ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ମୋହିନାଙ୍କ ବ୍ୟତୀତ ତାଙ୍କ ସ୍ୱାମୀ ସୁୟାଶ, ବଡ଼ ଯାଆ ଆରାଧ୍ୟା, ଆରାଧ୍ୟାଙ୍କ ପୁଅ ଶ୍ରେୟାନଶ, ଶ୍ୱଶୁର ତଥା ମନ୍ତ୍ରୀ ସତ୍ୟପାଲ ମହାରାଜ ମଧ୍ୟ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ତେବେ ନିକଟରେ ସୋସିଆଲ ମିଡିଆରେ ପୋଷ୍ଟ ଲେଖି ମୋହିନା ନିଜର ଭାବନା ପ୍ରକାଶ କରିଛନ୍ତି ।

ମୋହିନା ସକାଳ 3.45 ରେ ଏହି ପୋଷ୍ଟ ଲେଖିଛନ୍ତି । ଇନଷ୍ଟାଗ୍ରାମରେ ଏକ ଲମ୍ବା ଚୌଡା ନୋଟରେ ସେ ଲେଖିଛନ୍ତି, ‘ମୁଁ ଶୋଇପାରୁ ନାହିଁ । ଏହି ଦିନଗୁଡିକ ଆମ ପାଇଁ ବହୁତ କଷ୍ଟକର, ମୁଁ ପ୍ରାର୍ଥନା କରୁଛି ଯେ ଶୀଘ୍ର ସବୁକିଛି ଠିକ୍ ହେଉ । ଆମେ ଭଲ ଅଛୁ ଆମର ଅଭିଯୋଗ କରିବାର କୌଣସି ଅଧିକାର ନାହିଁ କାରଣ ବାହାରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଆମ ଅପେକ୍ଷା ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।’

ମୋହିନା ଆହୁରି ଲେଖିଛନ୍ତି ଯେ ‘ମୁଁ ସେହି ସମସ୍ତ ବାର୍ତ୍ତା, ପ୍ରେମ ଏବଂ ପ୍ରାର୍ଥନା ପାଇଁ ଧନ୍ୟବାଦ ଦେଉଛି । ଏହା ଆମର ଶକ୍ତି ବଜାୟ ରଖିଥାଏ । ମୁଁ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି.. ସମସ୍ତଙ୍କୁ ଧନ୍ୟବାଦ ।

ଏହାପୂର୍ବରୁ ମୋହିନା କରୋନାକୁ ନିଶ୍ଚିତ କରିଥିଲେ ଏବଂ କହିଥିଲେ ଯେ ‘ହଁ, ଏହା ସତ୍ୟ ଯେ ଆମ ପରିବାରର ୭ ଜଣ ସଦସ୍ୟଙ୍କର କରନା ରିପୋର୍ଟ ପଜିଟିଭ୍ ଆସିଛି କିନ୍ତୁ ବର୍ତ୍ତମାନ ଆମେ ସମସ୍ତେ ଭଲରେ ଅଛୁ । ଆମେ ବର୍ତ୍ତମାନ ଡାକ୍ତରଖାନାରେ ଅଛୁ । ପ୍ରାରମ୍ଭିକ ଲକ୍ଷଣ ଦେଖିବା ପରେ ଆମେ ଭାବିଥିଲୁ ଯେ ପାଗ ବଦଳିବା କାରଣରୁ ଏପରି ହେଉଛି କିନ୍ତୁ କରୋନା ଜଙ୍ଗଲର ନିଆଁ ପରି ବ୍ୟାପୁଛି । ତେବେ ସବୁଠାରୁ ବଡ଼କଥା ହେଉଛି ଆମର ଲକ୍ଷଣ ସାମାନ୍ୟ ଅଟେ । ‘

ସୂଚନା ଅନୁଯାୟୀ ଶନିବାର ଦିନ ସତ୍ୟପାଲ ମହାରାଜଙ୍କ ପତ୍ନୀ ଏବଂ ମୋହିନାଙ୍କ ଶାଶୁ ଅମୃତା ରାୱତ କରୋନା ପଜିଟିଭ୍ ଥିବା ଜଣାପଡିଛି । ପରବର୍ତ୍ତୀ ସମୟରେ ସ୍ୱାସ୍ଥ୍ୟ ବିଭାଗ ଦଳ ସତ୍ୟପାଲ ମହାରାଜ ଏବଂ ତାଙ୍କ ପରିବାରର ସମସ୍ତ ସଦସ୍ୟ ତଥା ତାଙ୍କ ନିବାସରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ନମୁନା ପରୀକ୍ଷା ପାଇଁ ପଠାଇଥିଲେ । ଯାଞ୍ଚ ପାଇଁ ସମୁଦାୟ 41 ଜଣଙ୍କର ନମୁନା ପଠାଯାଇଥିଲା । ଏଥିମଧ୍ୟରୁ ମୋଟ 22 ଜଣ ଲୋକ ସଂକ୍ରମିତ ହୋଇଥିବା ନିଶ୍ଚିତ ହୋଇଛି । ସମସ୍ତଙ୍କୁ ଏମ୍ସ ଋଷିକେଶରେ ଭର୍ତ୍ତି କରାଯାଇଛି ।

KNews Bureau

Recent Posts

ପେଟ୍ରୋଲ ଓ ଡିଜେଲ ଦରରେ ହେଲା ପରିବର୍ତ୍ତନ, ଜାଣନ୍ତୁ ଆଜିର ରେଟ୍‌

ଭୁବନେଶ୍ୱରରେ କମିଲା ପେଟ୍ରୋଲ ଦାମ । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୭ ପଇସା ରହିଛି ।…

43 mins ago

ପୁଣି ଆକାଶଛୁଆଁ ସୁନା ଦର, ଜାଣନ୍ତୁ କେଉଁ ସହରରେ କେତେ ଦାମ୍‌ ?

ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଆଜି ସୁନା ଦର ବୃଦ୍ଧି ପାଇଛି ।…

50 mins ago

ସଜେଇ ହେଲାଣି ଜନତା ମୈଦାନ: କିଏ ହେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ, ରହିଛି ସାରା ଓଡିଶାର ନଜର

ଭୁବନେଶ୍ୱର (କେନ୍ୟୁଜ): କିଏ ହେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ । ୧୦ ତାରିଖ ସକାଳ ୧୦ଟାରେ ବସିବ ବିଜେପି ବିଧାୟକ…

60 mins ago

ମିଡିଆ ବାରୋନ ରାମୋଜୀ ରାଓଙ୍କ ପରଲୋକ, କିଛି ଦିନ ହେଲା ଥିଲେ ଅସୁସ୍ଥ

ହାଇଦ୍ରାବଦ : ମିଡିଆ ବାରୋନ ରାମୋଜୀ ରାଓଙ୍କ ପରଲୋକ । ୮୭ ବର୍ଷ ବୟସରେ ହାଇଦ୍ରାବଦର ଘରୋଇ ହସ୍ପିଟାଲରେ ତାଙ୍କର…

1 hour ago

ଆସୁଛି ମୌସୁମୀ, ପ୍ରଥମେ ଦକ୍ଷିଣ ଓଡ଼ିଶା କରିବ ସ୍ପର୍ଶ

ଭୁବନେଶ୍ୱର (କେନ୍ୟୁଜ): ଆସୁଛି ମୌସୁମୀ  ।  ଦୁଇ ତିନି ଦିନରେ ଓଡିଶା ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ।…

2 hours ago

କାଳହେଲା କାଳବୈଶାଖୀ: ବଜ୍ରପାତରେ ୭ ମୃତ, ୧୦ ଆହତ

ଭୁବନେଶ୍ୱର (କେନ୍ୟୁଜ): କାଳହେଲା କାଳବୈଶାଖୀ ।  ବଜ୍ରପାତରେ ୭ ମୃତ, ୧୦ ଆହତ ।  ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ…

2 hours ago