ମନୋରଂଜନ

ଜ୍ୟାକଲିନଙ୍କୁ ଆଶ୍ୱସ୍ତି, ମନି ଲଣ୍ଡରିଂ ମାମଲାରେ ୧୦ ନଭେମ୍ବର ପର୍ଯ୍ୟନ୍ତ ମିଳିଲା ଅନ୍ତରୀଣ ଜାମିନ

ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ମନି ଲଣ୍ଡରିଂ ମାମଲାରେ ୧୦ ନଭେମ୍ବର ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ଦେଇଛନ୍ତି ଦିଲ୍ଲୀର ପଟିୟାଲା ହାଉସ କୋର୍ଟ। ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ସୁକେଶ ଚନ୍ଦ୍ରଶେଖର ଏବଂ ଅନ୍ୟ କେତେକ ଜଣାଶୁଣା ଲୋକ ସାମିଲ ରହିଛନ୍ତି। ଏହାକୁ ନେଇ ଜାମିନ ଏବଂ ଅନ୍ୟ ଆବେଦନ ଉପରେ ଶୁଣାଣି ଆସନ୍ତା ୧୦ନଭେମ୍ବରକୁ ହେବ ବୋଲି କୋର୍ଟ କହିଛନ୍ତି। ଅଦାଲତ ପକ୍ଷରୁ ଇଡିକୁ ସମସ୍ତ ଚାର୍ଜସିଟ୍‌ ଏବଂ ଅନ୍ୟ ଦସ୍ତାବିଜ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ଜ୍ୟାକଲିନଙ୍କ ନିୟମିତ ଜାମିନ ଯାଚିକା ଉପରେ ଶୁଣାଣି କରିଥିଲେ କୋର୍ଟ। ଯେଉଁଥିରେ ଆସନ୍ତା ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଜ୍ୟାକଲିନଙ୍କ ଅନ୍ତରୀଣ ଜାମିନ କୋର୍ଟ ଦେଇଛନ୍ତି। ଜ୍ୟାକଲିନ ଶୁଣାଣି ପାଇଁ ନିଜ ଓକିଲ ପ୍ରଶାନ୍ତ ପାଟିଲଙ୍କ ସହିତ ଅଦାଲତରେ ପହଞ୍ଚିଥିଲେ। ଏହା ପୂର୍ବରୁ ୨୬ ସେପ୍ଟେମ୍ବରରେ କୋର୍ଟ ଜ୍ୟାକଲିନଙ୍କୁ ୫୦ ହଜାର ଟଙ୍କାର ମୁଚଲିକାରେ ଅନ୍ତରୀଣ ଜାମିନ ଦେଇଥିଲେ। ଇଡି ନିଜର ସପ୍ଲିମେଣ୍ଟାରୀ ଚାର୍ଜିଟରେ ଜ୍ୟାକଲିନଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଇଥିଲା।

ସୂଚନାଯୋଗ୍ୟ, ମନି ଲଣ୍ଡରିଂ ମାମଲାରେ ଇଡି ଜ୍ୟାକଲିନଙ୍କ ୭ କୋଟି ୨୩ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କରିଥିଲା। ୨୦୦ କୋଟି ଠକିଥିବା ଠକ ସୁକେଶ ଚନ୍ଦ୍ରଶେଖର ଜୋର ଜବରଦସ୍ତ ଟଙ୍କା ଆଦାୟ କରି ଜ୍ୟାକଲିନଙ୍କୁ ୫ କୋଟି ୧୭ ଲକ୍ଷ ଟଙ୍କାର ଗିଫ୍ଟ ଦେଇଥିଲା । କେବଳ ସେତିକି ନୁହେଁ ସୁକେଶ ଜ୍ୟାକଲିନ୍ ପରିବାର ଲୋକଙ୍କୁ ମଧ୍ୟ ଟଙ୍କା ପଠାଇଥିଲା । ଦାମୀ ଗିଫ୍ଟ ସହ କାର୍ ଓ ଅନେକ ଜିନିଷ ଦେଇଥିଲା ସୁକେଶ । ସୁକେଶ ବାହାରିନରେ ଥିବା ଜ୍ୟାକଲିନଙ୍କ ମାତାପିତାଙ୍କ ଏବଂ ଆମେରିକାରେ ରହିଥିବା ଭଉଣୀକୁ ମହଙ୍ଗା କାର ଉପହାର ଦେଇଥିଲେ। ଏହାଛଡା ଭାଇକୁ ୧୫ ଲକ୍ଷ ଟଙ୍କା ଦେଇଥିଲେ।

ଯାଞ୍ଚ ସମୟରେ ଇଡି ଜ୍ୟାକଲିନଙ୍କ ବୟାନକୁ ରେକର୍ଡ କରିଥିଲେ। ଏହି ସମୟରେ ଜ୍ୟାକଲିନ ଇଡିକୁ କହିଥିଲେ କି, ସୁକେଶ ତାଙ୍କ ପରିବାର ଏବଂ ତାଙ୍କୁ ମହଙ୍ଗା ଗିଫ୍ଟ ଦେଇଥିଲେ। ଏଥିରେ ଲକ୍ଷେ ଟଙ୍କାର ଘୋଡା ମଧ୍ୟ ସାମିଲ ରହିଛି। ଏହା ଛଡା ଚ୍ୟାକଲିନ ରହୁଥିବା ବିଳାସପୂର୍ଣ୍ଣ ହୋଟେଲର ଖର୍ଚ୍ଚ ମଧ୍ୟ ସୁକେଶ ଉଠାଉଥିଲେ।

ଜ୍ୟାକଲିନ ଏବେ ଅକ୍ଷୟ କୁମାରଙ୍କ ସହିତ ଫିଲ୍ମ ‘ରାମସେତୁ’ରେ ନଜର ଆସିବେ। ଅଭିଷେକ ଶର୍ମାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ଆସନ୍ତା ୨୫ ତାରିଖରେ ଦୀପାବଳି ଅବସରରେ ରିଲିଜ ହେବ। ଏହି ଫିଲ୍ମରେ ଆକ୍ସନ, ଥ୍ରୀଲର ଏବଂ ରୋମାଞ୍ଚ ଭରି ରହିଛି। ଫିଲ୍ମର ଟ୍ରେଲରକୁ ୟୁଟ୍ୟୁବ ଚ୍ୟାନେଲରେ ରିଲିଜ କରାଯାଇଛି।  ଫିଲ୍ମରେ ଅକ୍ଷୟ କୁମାରଙ୍କ ସହିତ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ, ନୁସରତ ଭାରୁଚା, ସତ୍ୟଦେବ କଞ୍ଚାରଣା ଏବଂ ନସର ଜୈସ ଭଳି କଳାକାର ନଜର ଆସିବେ।

Also Read : ଦୀପାବଳିରେ ଯୁବବର୍ଗଙ୍କୁ ମୋଦିଙ୍କ ବଡ ଉପହାର, ‘ରୋଜଗାର ମେଳା’ରେ ୧୦ ଲକ୍ଷଙ୍କୁ ମିଳିବ ନିଯୁକ୍ତି

Swagatika

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

10 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

1 hour ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago