ମନୋରଂଜନ

ସାଉଥକୁ ଭୁଲିଯିବେ ଆପଣ ! ନା ପ୍ରମୋସନ…ନା ସୋଲୋ ରିଲିଜ୍, ମାତ୍ର କେଇଟା ଦିନରେ କଲା ଜବରଦସ୍ତ କଲେକସନ

ଏବେର ସମୟରେ ସାଉଥ୍‌ ଫିଲ୍ମର ଖୁବ୍‌ ଦବଦବା ରହିଛି। କିଛି ଫିଲ୍ମ ତ ଏକଦମ୍‌ ବଢ଼ିଆ ରୋଜଗାର କରୁଛି। ସେହିପରି ଆଉ କିଛି ସିନେମା ଫ୍ଲପ ହେଉଛି। କିନ୍ତୁ ଏହାରି ମଧ୍ୟରେ ରିଷଭ ଶେଟ୍ଟୀଙ୍କ ଫିଲ୍ମ ‘କାନ୍ତାରା’ ସମସ୍ତଙ୍କ ମୁହଁରୁ ପ୍ରଶଂସା ପାଉଛି। ଫିଲ୍ମର କ୍ରେଜ୍ ସବୁଆଡେ ଛାଇଗଲାଣି । କେବଳ ଦେଶ ହିଁ ନୁହେଁ ବିଦେଶରେ ବି ଧମାଲ କରିଛି ଫିଲ୍ମ ‘କାନ୍ତାରା’। ୧୪ ଅକ୍ଟୋବର ହିନ୍ଦୀରେ ‘କାନ୍ତାରା’ ପ୍ରେକ୍ଷାଳୟକୁ ଆସିଥିଲା। ଏହି ଚଳଚ୍ଚିତ୍ର ସହିତ ରିଲିଜ ହୋଇଥିବା ଆୟୁଷ୍ମାନ ଖୁରାନାଙ୍କ ‘ଡାକ୍ତର ଜୀ’, ‘ବିକ୍ରମ ବେଧା’ ଏବଂ ‘ପୋନିୟିନ୍ ସେଲଭାନ୍’ ମଧ୍ୟ ରିଲିଜ୍ ହୋଇଥିଲା। ହେଲେ ଏହି ଛୋଟ ବଜେଟ୍ ଫିଲ୍ମ ‘କାନ୍ତାରା’ ସମସ୍ତଙ୍କୁ ପଛରେ ପକାଇ ଭଲ ରେସପନ୍ସ ପାଇଛି।

କନ୍ନଡ ଆକ୍ସନ ଥ୍ରିଲର ଦର୍ଶକଙ୍କୁ ନିଜ ଆଡକୁ ଆକର୍ଷିତ କରୁଛି। ଏହାଦ୍ୱାରା ଜଣାପଡୁଛି ଯେ ଏହାକୁ ପ୍ରମାଣିତ କରିବା ପାଇଁ ଏହାର ବକ୍‌ସ ଅଫିସ କଲେକସନ୍‌ ବି ବହୁତ ବଢ଼ିଆ ରହିଛି। ଫିଲ୍ମର ସବୁଠାରୁ ଖାସ୍‌ କଥା ହେଉଛି କନ୍ନଡ ଭାଷାରେ ରିଲିଜ୍‌ ହୋଇଥିବାଏହି ଫିଲ୍ମ ସାଉଥରେ ତ ଦମଦାର ରୋଜଗାର କରିବ କିନ୍ତୁ ବଡ କଥା ହେଉଛି ଲୋକମାନେ ଏହାକୁ ହିନ୍ଦୀ ଭାଷାରେ ବି ଖୁବ୍‌ ପ୍ରଶଂସା କରୁଛନ୍ତି।

ସପ୍ତାହକ ମଧ୍ୟରେ ବି ଫିଲ୍ମର ଡିମାଣ୍ଡ ରହିଛି। ଦୀପାବଳି ଛୁଟିରେ ଏହା ମଧ୍ୟ ବହୁତ ଲାଭ ପାଇବ ବୋଲି ଆଶା କରାଯାଉଛି। ଫିଲ୍ମଟି ହିନ୍ଦୀରେ ସୋଲୋ ରିଲିଜ୍ ସହିତ ପ୍ରମୋସନ ମଧ୍ୟ ହୋଇନଥିଲା … କିନ୍ତୁ ଏହାର ଟିକେଟ୍ ବିକ୍ରି ବହୁ ମାତ୍ରାରେ ବୃଦ୍ଧି ହୋଇଥିଲା। ସପ୍ତାହ ଗୁଡ଼ିକରେ ମଧ୍ୟ ଚଳଚ୍ଚିତ୍ରର ପ୍ରଦର୍ଶନ ଆଶ୍ଚର୍ଯ୍ୟଜନକ ରହିଛି।

‘କାନ୍ତାରା’ ହିନ୍ଦୀରେ ଭଲ କଲେକସନ୍ କରିଛି । କାହିଁକି ନା ଚଳଚ୍ଚିତ୍ର ଶୁକ୍ରବାର ଦିନ ୧.୨୭ କୋଟି, ଶନିବାର ଦିନ ୨.୭୫କୋଟି, ରବିବାର ଦିନ ୩.୫ କୋଟି, ସୋମବାର ୧.୭୫ କୋଟି, ମଙ୍ଗଳବାର ଦିନ ୧.୮୮କୋଟି, ବୁଧବାର ଦିନ ୧.୯୫ କୋଟି ଏବଂ ଗୁରୁବାର ଦିନ ୧.୯୦ କୋଟି କଲେକସନ୍ କରିଛି। ଏହିଭଳି ୭ ଦିନରେ ୧୫କୋଟି ଟଙ୍କା କଲେକସନ୍ କଲାଣି। ୱାର୍ଲ୍ଡ ୱାଇଡ୍ କଲେକସନ୍ରେ ୧୭୦କୋଟି ଅତିକ୍ରମ କରିଵା ସହ ଖୁବ ଶୀଘ୍ର ୨୦୦କୋଟି କ୍ଲବରେ ସାମିଲ୍ ହେବ ବୋଲି ଆଶା କରାଯାଉଛି।

Pritiparna

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

16 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

24 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

30 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

38 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

41 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

48 mins ago