ଦେଶ ବିଦେଶ

ମହାଭାରତ ସମୟରେ ହୋଇଥିଲା ଗୋଟିଏ ପକ୍ଷରେ ଏପରି ଦୁଇଟି ଗ୍ରହଣ, ଏଥର ବି ଦେଉଛି ମହାଭାରତ ସମୟର ଅଶୁଭ ସଂକେତ

ଦଶହରା ଦିନ ବର୍ଷା ହେବା ଓ ଗୋଟିଏ ମାସରେ ଦୁଇ ପ୍ରମୁଖ ପର୍ବରେ ଦୁଇଟି ଗ୍ରହଣ ପଡିବା ବିଶ୍ୱ ପାଇଁ ଦେଉଛି ଅଶୁଭ ସଂକେତ । ଏମିତି ଆକଳନ କରିଛନ୍ତି କିଛି ଜ୍ୟୋତିର୍ବିଦ । ମାନ୍ୟତା ଅନୁସାରେ ମହାଭାରତ ସମୟରେ ମଧ୍ୟ ୧୫ ଦିନ ମଧ୍ୟରେ ଏପରି ଦୁଇଟି ଗ୍ରହଣ ପଡିଥିଲା ।

ଏଥର ବି ଏମିତି ଗ୍ରହଣ ଲାଗିବା ଓ ପୁଣି ମୁଖ୍ୟ ପର୍ବରେ ଏପରି ସ୍ଥିତି ହେବା ବିଶ୍ୱ ପାଇଁ ଶୁଭଙ୍କର ନୁହେଁ ବୋଲି ଆକଳନ କରାଯାଉଛି । ବିଶେଷ କରି ଦଶହରା ଦିନ ବର୍ଷା ହେବା ଏକ ବଡ଼ ଅଶୁଭର ସଂକେତ ଦେଉଛି ।

ଚଳିତ ବର୍ଷ ଗ୍ରହଣର ଖାସ କଥା ହେଉଛି ଯେ ଦୁଇଟି ଗ୍ରହଣ ମଙ୍ଗଳବାର ଦିନ ଲାଗୁଛି । ମଙ୍ଗଳ ଭୂମି କାରକ ଗ୍ରହ ହୋଇଥିବାରୁ ଭୂମି ବିସ୍ତାର ବା ଭୂମି ସହ ଜଡିତ କିଛି ମତଭେଦକୁ ସୃଷ୍ଟି କରିପାରେ ।

ଫଳରେ ଭୂମି ପାଇଁ ଯୁଦ୍ଧ ଓ ରକ୍ତପାତ ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ । ଚଳିତ ଦୁଇ ଗ୍ରହଣ କେବଳ ଭାରତ ନୁହେଁ ପୁରା ବିଶ୍ୱ ଉପରେ ପଡୁଛି । ବଡ କାରଣ ହେଉଛି ୨୫ ଅକ୍ଟୋବର ମଙ୍ଗଳବାର ସୂର୍ଯ୍ୟ ଗ୍ରହଣ ୟୁରୋପ, ମଧ୍ୟ ପୂର୍ବ, ଆଫ୍ରିକାର ଉତ୍ତର-ପୂର୍ବ ଭାଗ, ପଶ୍ଚିମ ଏସିଆ, ଉତ୍ତର ଆଣ୍ଟଲାଟିକ ମହାସାଗର କ୍ଷେତ୍ରରେ ଦୃଶ୍ୟ ହେବ ।

ସେହିପରି ନଭେମ୍ବର ୮ ମଙ୍ଗଳବାର ମଧ୍ୟ ଚନ୍ଦ୍ର ଗ୍ରହଣ ଭାରତ ସମେତ ଉତ୍ତର ର୍ପୂବ ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ଉତ୍ତର ଆମେରିକା, ଅଧିକାଂଶ ଦକ୍ଷିଣ ଆମେରିକା,ପ୍ରଶାନ୍ତ,ଆଣ୍ଟଲାଣ୍ଟିକ, ହିନ୍ଦ ମହାସାଗର,ଆର୍କଟିକ ଓ ଆଣ୍ଟାର୍କଟିକାରେ ମଧ୍ୟ ଦୃଶ୍ୟ ହେବ ।

ତେଣୁ ଏହିସବୁ ଯାଗାରେ ଉତ୍ତେଜନା ଦେଖାଯିବ । କେଉଁଠି ଯୁଦ୍ଧ ଭୟ ମଧ୍ୟ ରହିଛି । ତେଣୁ ବର୍ତ୍ତମାନର ପରିସ୍ଥିତିକୁ ଲକ୍ଷ୍ୟ କଲେ ବିଶ୍ୱଯୁଦ୍ଧ ଆଡକୁ ଗତି କରିପାରେ ବୋଲି ଜ୍ୟୋତିର୍ବିଦ ଆକଳନ କରିଛନ୍ତି ।

ଏହି ଗ୍ରହଣ ମାନବ ସଭ୍ୟତା ପ୍ରତି ଘୋର ବିପଦ ସୃଷ୍ଟି କରିପାରେ । ଏହାର ପ୍ରଭାବରେ ଆଗାମୀ ୭ ରୁ ୯ ମାସ ମଧ୍ୟରେ ବିଶ୍ୱରେ ଅନ୍ନ ସଂକଟ ସାଙ୍ଗକୁ ଲୋକଙ୍କ ମଧ୍ୟରେ ମାନସିକ ଦୁଶ୍ଚିନ୍ତା ଦେଖାଦେଇପାରେ । ଏହି ସ୍ଥିତିରେ ବେଦ ଅନୁଯାୟୀ ମହାବିନାଶ ଓ ଅନିଷ୍ଟକୁ ଏଡେଇବା ପାଇଁ କିଛି ମନ୍ତ୍ରର ସହାୟତା ନିଆଯାଇପାରେ ବୋଲି ଜ୍ୟୋତିର୍ବିଦମାନେ କହିଛନ୍ତି ।

Niharanjan

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

4 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

12 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

18 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

26 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

29 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

36 mins ago